ETV Bharat / state

BJP on Cabinet: 'ସରକାରଙ୍କ ଏ ନିଷ୍ପତ୍ତି ଚାଷୀଙ୍କୁ ଠକିବା ଛଡା ଆଉ କିଛି ନୁହେଁ'

author img

By ETV Bharat Odisha Team

Published : Sep 16, 2023, 7:13 PM IST

ଧାନକିଣା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଏହାକୁ ବିଜେପି ନିର୍ବାଚନୀ ଷ୍ଟଣ୍ଟ ବୋଲି କହିଛି । ଅଧିକ ପଢନ୍ତୁ

Etv Bharat
Etv Bharat
ସରକାରଙ୍କ ଏ ନିଷ୍ପତ୍ତି ଚାଷୀଙ୍କୁ ଠକିବା ଛଡା ଆଉ କିଛି ନୁହେଁ

ଭୁବନେଶ୍ବର: ଧାନ କିଣା ନେଇ କ୍ୟାବିନେଟରେ ପାରିତ ପ୍ରସ୍ତାବ ପ୍ରସଙ୍ଗରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା । ସରକାରଙ୍କ ଏ ନିଷ୍ପତ୍ତି ଓଡ଼ିଶା ଚାଷୀମାନଙ୍କୁ ଠକିବା ଏବଂ ପ୍ରତାରଣା କରିବା ଛଡା ଆଉ କିଛି ନୁହେଁ । ଗତ ଥର ୨ ଲକ୍ଷ ଚାଷୀ ଟୋକନ ଲାପ୍ସ ହେବା ଯୋଗୁଁ ଧାନ ବିକ୍ରି କରିପାରିନଥିଲେ । ଏଭଳି ପ୍ରତିବର୍ଷ ପଞ୍ଜୀକୃତ କରି ମଧ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି । ତେଣୁ ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ରାଜ୍ୟ ସରକାର ହଠାତ ନିଷ୍ପତ୍ତି ବଦଳାଇଥିବା କହିଛନ୍ତି ପୁରୋହିତ ।

ଏନେଇ ସେ କହିଛନ୍ତି, "ଚାଷୀଙ୍କର ସବୁ ଧାନ କିଣିବେ ବୋଲି ସରକାର କହୁଛନ୍ତି । କିନ୍ତୁ ଧାନ ରଖିବା ପାଇଁ ୨୪ ବର୍ଷ ଭିତରେ ସରକାର କେତେ ଗୋଦାମ ତିଆରି କରୁଛନ୍ତି ? ଯଦି ଧାନ କିଣିବେ ତାହେଲେ ଧାନ ରଖିବେ କେଉଁଠି ? ଚାଷୀ ସବୁବେଳେ ଧାନ କଟନୀ ଛଟନୀର ଶିକାର ହେଉଛନ୍ତି । ୧ କ୍ବିଣ୍ଟାଲ ଧାନରେ ୪ କେଜିରୁ ୫ କେଜି ଧାନ ମିଲର କାଟି ଦେଉଛି । 50 ଲକ୍ଷ ମେଟ୍ରିକ୍ ଟନ୍ ଧାନ ବିକ୍ରି ହେଲେ ସେଥିରେ ଚାଷୀଙ୍କଠାରୁ ୬୦୦ କୋଟି ଟଙ୍କା ଲୁଟ ହେଉଛି । ଏ ବିଷୟରେ କ୍ୟାବିନେଟ କାହିଁକି କିଛି ନିଷ୍ପତ୍ତି ନେଲା ନାହିଁ ? ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି ? ଚାଷୀ ଆନ୍ଦୋଳନ ହେଉଛି କିନ୍ତୁ ମୁଖ୍ୟମନ୍ତ୍ରୀ ଶୁଣୁନାହାନ୍ତି । ମିଲରମାନେ ଲୁଟିଥିବା ଟଙ୍କାରୁ ବିଜେଡ଼ି ସରକାରର କେତେ ଭାଗ ତାର ଉତ୍ତର ନବୀନ ପଟ୍ଟନାୟକ ଦିଅନ୍ତୁ ।"

ଏହା ବି ପଢନ୍ତୁ- ରାଜ୍ୟ କ୍ୟାବିନେଟରେ ୧୯ ପ୍ରସ୍ତାବକୁ ମୋହର, ଲକ୍ଷ୍ମୀକୁ ସ୍ବୀକୃତି

ଛତିଶଗଡ ଭଳି ଛୋଟ ରାଜ୍ୟ ପ୍ରତି ବର୍ଷ 70 ଲକ୍ଷରୁ ଅଧିକ ଧାନ କିଣୁଛି । ତ' ଠାରୁ ଅଧିକ ଧାନ ଆମ ରାଜ୍ୟରେ ଉତ୍ପାଦନ ହେଉଛି । କିନ୍ତୁ ସରକାର ଧାନ କିଣି ପାରୁନାହାନ୍ତି । କମ୍ ଦରରେ ଧାନ ବିକ୍ରି କରୁଛି ଚାଷୀ । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ ଯେ ସର୍ବନିମ୍ନ ସହାୟକ ମୂଲ୍ୟରୁ କମ୍ ଦରରେ ଯିଏ ଧାନ କିଣିବା ତା ଉପରେ ଫୌଜଦାରୀ ମାମଲା ହେବ । କିନ୍ତୁ ଆଜି ପର୍ଯ୍ୟନ୍ତ ଜଣେ ହେଲେ ମିଲର ଉପରେ ଫୌଜଦାରୀ ମାମଲା କଲେ ନାହିଁ ସରକାର । ମିଲରମାନଙ୍କ ମଧୁ ଚନ୍ଦ୍ରିକାରେ ୬୦୦ କୋଟି ଟଙ୍କା ଲୁଟ ହୋଇଛି । ବୋନସ ଘୋଷଣା କରି ଚାଷୀଙ୍କୁ ଦେଲେ ନାହିଁ ମୁଖ୍ୟମନ୍ତ୍ରୀ । ୨୦୨୪ ନିର୍ବାଚନର ଓଡ଼ିଶାର ଚାଷୀମାନେ ବିଜେଡ଼ି ସରକାରଙ୍କୁ କଡ଼ା ଜବାବ ଦେବେ ବୋଲି କହିଛନ୍ତି ପ୍ରଦୀପ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.