ETV Bharat / state

ଗୋପାଳ ହସିବା ଭିଡିଓ ଭାଇରାଲ୍ ହେବା ଷଡ଼ଯନ୍ତ୍ର ! ଓଡ଼ିଶାବାସୀଙ୍କୁ ପୋଲିସ ବୋକା ବନାଇଛି କହିଲେ ପ୍ରଦୀପ

author img

By

Published : Feb 10, 2023, 6:34 PM IST

ନବ ଦାସ ହତ୍ୟାକାଣ୍ଡ ନେଇ ପୁଣିଥରେ ମନ୍ତବ୍ୟ ରଖିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଅଭିଯୁକ୍ତ ଗୋପାଳ ଏୟାରପୋର୍ଟରେ ହସିବା ଭିଡିଓ ଭାଇରାଲ କରି ପୋଲିସ ତାକୁ ପାଗଳ ବୋଲି ପ୍ରମାଣିତ କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କଲେ ପ୍ରଦୀପ । ଏମିତି କରି ଓଡ଼ିଶାବାସୀଙ୍କୁ ପୋଲିସ ବୋକା ବନାଇଥିବା କହିଛନ୍ତି ପ୍ରଦୀପ । ଅଧିକ ପଢ଼ନ୍ତୁ

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ବିବାଦ ଥମିବାର ନାଁ ନେଉନାହିଁ । ନବଙ୍କ ହତ୍ୟାକାଣ୍ଡର ଗୁମର ଏଯାଏଁ କ୍ରାଇମବ୍ରାଞ୍ଚ ଖୋଜି ପାଇନଥିବାବେଳେ ଏନେଇ ବିରୋଧି ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ନିକଟରେ ଏହି ଘଟଣା ନେଇ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା । ତେବେ ଆଜି ପୁଣିଥରେ ଏକ ମନ୍ତବ୍ୟ ଦେଇଛନ୍ତି ପ୍ରଦୀପ । ଯାହା ଏହି ମାମଲାକୁ ପୁଣିଥରେ ସରଗରମ କରିଛି ।

ନବ ଦାସ ହତ୍ୟାକାଣ୍ଡ ଘଟଣାରେ ବିରୋଧି ଓ ଶାସକ ମଧ୍ୟରେ ଜାରି ରହିଛି ବୟାନ ବାଜି । ବିଜେପି ଏନେଇ ଶାସକ ଦଳକୁ ଟାର୍ଗେଟ କରି ମାମଲାର ସିବିଆଇ ତଦନ୍ତ ଦାବି କରିଆସୁଛି । ନିକଟରେ ବିଜେଡି ପରୋକ୍ଷ ଭାବରେ ବିଜେପି ନେତାଙ୍କୁ ଏହି ମାମଲାରେ ଦୋଷୀ ବୋଲି ଇଙ୍ଗିତ କରିଥିଲା । କଂଗ୍ରେସ ମଧ୍ୟ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଉଭୟ ଦଳ ପାଖରେ ଯଦି କିଛି ତଥ୍ୟ ଅଛି, ତେବେ ତାହାକୁ ତଦନ୍ତକାରୀ ଅଧିକାରୀ ଅନୁଧ୍ୟାନ କରିବାକୁ ଦାବି କରିଥିଲା । ନିକଟରେ ବିଜେପି ନେତା ପ୍ରଦୀପ ପୁରୋହିତ ଏହି ଘଟଣାନେଇ ବିସ୍ଫୋରକ ବୟାନ ଦେଇଥିଲେ । ସେ କହିଥିଲେ, "ନବୀନ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ବିଜେଡିରୁ ଯେଉଁମାନେ ମୁଖ୍ୟମନ୍ତ୍ରୀ ହେବାପାଇଁ ଚାହୁଁଛନ୍ତି, ସେମାନେ ହିଁ ନବଙ୍କୁ ହତ୍ୟା କରିଛନ୍ତି ।" ଏହାକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଆଜି ପୁଣି ଏକ ବୟାନ ଦେଇଛନ୍ତି ପ୍ରଦୀପ । ଗୋପାଳ ଏୟାରପୋର୍ଟରେ ହସିବା ଭିଡିଓ ଭାଇରାଲ କରି ପୋଲିସ ଓଡିଶାବାସୀଙ୍କୁ ବୋକା ବନାଇଥିବା ଅଭିଯୋଗ ଆଣିଛନ୍ତି ପ୍ରଦୀପ ।

ଆଜି ବିଜେପି ନେତା ପ୍ରଦୀପ ପୁରୋହିତ ପୁଣି ଏକ ମନ୍ତବ୍ୟ ଦେଇ କହିଛନ୍ତି, "ଗୋପାଳ ଏୟାରପୋର୍ଟରେ ହସିବା ଭିଡିଓ କିଏ ଭାଇରାଲ୍ କଲା । ପୋଲିସ ନିଜେ ଏହାକୁ କରିଛି ଏବଂ ଓଡିଶାବାସୀଙ୍କୁ ବୋକା ବନାଇଛନ୍ତି ।" ସେହିପରି ନବ ଦାସ ଏବଂ ତାଙ୍କ ଝିଅଙ୍କ କଂସ ଓ ରାବଣ ଉପାଖ୍ୟାନକୁ ନେଇ ପ୍ରଦୀପ କହିଛନ୍ତି, "ବିଜେଡିରେ ଅଛନ୍ତି କଂସ ଆଉ ରାବଣ । ନବ ଦାସଙ୍କର ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କ ଝିଅ ମଧ୍ୟ ସେହି କଥା କହିଲେ । ନିଜ ବାପାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ କାହିଁକି ଏମିତି କହିଲେ । ତାଙ୍କୁ ଲାଗିଲା ସେଠି ଉପସ୍ଥିତ ଥିବା ଲୋକଙ୍କ ଭିତରେ ରାବଣ ଆଉ ରାମର ଚରିତ୍ର ଅଛନ୍ତି । ତାଙ୍କ ବାପାଙ୍କୁ ହତ୍ୟାର ଷଡଯନ୍ତ୍ର କରିଥବା ଚରିତ୍ର ଅଛନ୍ତି । ଯେମିତି ରାବଣ ନିଜ ଭାଇ କୁବେରକୁ ଶାସନ ଗାଦିରୁ ବାହାରାକୁ କାଢି ଦେଇଥିଲେ । କଂସ ନିଜ ବାପା ଉଗ୍ରସେନଙ୍କୁ ହଟାଇ ଶାସନ ଗାଦିରେ ବସିଲେ ଆଉ ନିଜ ଭଉଣୀର ପୁଅ କୃଷ୍ଣଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ । ସେମିତି ଚରିତ୍ର ମଞ୍ଚ ଉପରେ ଥିବାରୁ ତାଙ୍କୁ ଦେଖି ତାଙ୍କ ଝିଅ ଭାବ ବିହ୍ଵଳ ହୋଇ ଏମିତି କହିଥିଲେ ।

ଅନ୍ୟପଟେ ପ୍ରଦୀପ ଅଭିଯୋଗ କରିଛନ୍ତି, "ଗୋପାଳଙ୍କୁ ପାଗଳ ସଜାଇବାକୁ ପ୍ଲଟ ତିଆରି କରୁଛି କ୍ରାଇମବ୍ରାଞ୍ଚ । ହତ୍ୟା ପଛରେ କିଏ କ୍ରାଇମବ୍ରାଞ୍ଚ ତାହା ତଦନ୍ତ ନକରି ପ୍ରମାଣ ନଷ୍ଟ କରିବ । ସେଥିପାଇଁ କ୍ରାଇମବ୍ରାଞ୍ଚ ପ୍ଲଟ ତିଆରି କରୁଛି । ପ୍ରଥମେ କହିଲେ ତାର ମୁଣ୍ଡ ଠିକ୍ ନାହିଁ, ସେ ମେଡିସିନ୍ ଖାଉଛି । ଏବେ ଏୟାରପୋର୍ଟ ବାହାରାକୁ ହସିବା ଭିଡିଓ ଆଣି ଭାଇରାଲ କରୁଛନ୍ତି ।" ତେବେ ଷଡଯନ୍ତ୍ର କରି ନବ ଦାସଙ୍କୁ ହତ୍ୟା କଲେ ଓ ଏବେ ତାଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଦେବା ପାଇଁ ଆଉ ଏକ ଷଡ଼ଯନ୍ତ୍ର ହେଉଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.