ETV Bharat / state

ପାଣ୍ଡିଆନଙ୍କ 75ଥର ହେଲିକପ୍ଟର ଗସ୍ତ, ଖର୍ଚ୍ଚ ହେଲାଣି 500କୋଟି; ଜବାବ ମାଗିଲା ବିଜେପି - ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ହେଲିକପ୍ଟର ବ୍ୟବହାର ଅଭିଯୋଗ

5T ସଚିବ ହେଲିକପ୍ଟର ବ୍ୟବହାର କରି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କହି ବର୍ଷିଛି ବିଜେପି । ସରକାରୀ ଅର୍ଥର ଅପବ୍ୟବହାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି ଭାରତୀୟ ଜନତା ଦଳ । ଅଧିକ ପଢନ୍ତୁ

alligation against  5t secretary
ବ୍ୟୟବହୁଳ ଗସ୍ତର ଜବାବ ମାଗିଲା ବିଜେପି
author img

By ETV Bharat Odisha Team

Published : Sep 2, 2023, 7:12 PM IST

ବ୍ୟୟବହୁଳ ଗସ୍ତର ଜବାବ ମାଗିଲା ବିଜେପି

ଭୁବନେଶ୍ବର: 5T ସଚିବ ହେଲିକପ୍ଟରରେ ଯାତ୍ରା କରି ସରକାରୀ ଅର୍ଥର ଅପବ୍ୟୟ କରୁଥିବା ନେଇ ଅଭିଯୋଗ କରିଛି ବିଜେପି । ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ସଚିବଙ୍କ ଗସ୍ତରେ ହୋଇଥିବା ଖର୍ଚ୍ଚ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସରକାରୀ ଅର୍ଥକୁ ହେଲିକପ୍ଟର ବୁଲାରେ ଅନୈତିକ ଭାବେ ଖର୍ଚ୍ଚ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଥିବାବେଳେ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ଏନେଇ ପ୍ରେସମିଟ୍ କରିଛନ୍ତି।

ରିପୋର୍ଟ ଦେଖାଇ ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି, "14 ମେ 2023ରେ 5T ସଚିବ ଭୁବନେଶ୍ୱରରୁ ଅନୁଗୋଳ ଯାଇଛନ୍ତି । ସେଦିନ ସେଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା । ସେ ବିଜେଡି ବିଧାୟକ ମୁକେଶ ପାଲଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଇଥିଲେ । ତାହେଲେ କାହିଁକି ହେଲିକପ୍ଟର ବ୍ୟବହାର କରି ଯାଇଥିଲେ ? ସରକାର କହୁଛନ୍ତି, ସରକାରୀ କାମରେ ହେଲିକପ୍ଟର ବ୍ୟବହାର କରୁଛନ୍ତି ହେଲେ ଏଇଟା କ'ଣ ସରକାରୀ କାର୍ଯ୍ୟକ୍ରମ ? ସେହିପରି 28 ଜୁନରେ 5T ସଚିବ ତାଳଚେର ଯାଇଥିଲେ । ସେଠାରେ ମଧ୍ୟ ସରକାରୀ କାର୍ଯ୍ୟକ୍ରମ ନଥିଲା। ସେ ସ୍ଥାନୀୟ ବିଧାୟକଙ୍କ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ।"

ବିଜେପି ପ୍ରଶ୍ନ କରିଛି, "ବ୍ୟକ୍ତିଗତ ଆମୋଦ ପ୍ରମୋଦ ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି ? ସରକାରୀ ଅର୍ଥର ଅପବ୍ୟବହାର କରାଯାଉ ନାହିଁ କି ? 5 କିଲୋମିଟର ଯିବା ପାଇଁ କାହିଁକି ବ୍ୟବହାର କରାଯାଉଛି ? ବାହାଘର ଭୋଜି ଖାଇବା ପାଇଁ ସଚିବମାନେ ସରକାରୀ ହେଲିକପ୍ଟର ବ୍ୟବହାର କରିପାରିବେ କି? ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ଏହାର ଉତ୍ତର ଦିଅନ୍ତୁ । ଏଜି ଏବଂ ଲୋକାୟୁକ୍ତ ଏହି 2 ଦିନର ହେଲିକପ୍ଟର ବୁଲା ଉପରେ କ'ଣ ପଦକ୍ଷେପ ନେବେ, ଆମେ ଅପେକ୍ଷା କରିଛୁ ।"

ଏହା ବି ପଢନ୍ତୁ...ଚାଷୀ ସମସ୍ୟା ଉଠାଇଲା ବିଜେପି, କୃଷି ଯନ୍ତ୍ରପାତି ଓ ଧାନ କିଣା ଦୁର୍ନୀତିର ସିବିଆଇ ତଦନ୍ତ ଦାବି

"ଆଗରୁ ମୁଖ୍ୟମନ୍ତ୍ରୀ 13 ସେପ୍ଟେମ୍ବର 2019ରେ ଲୋକସଭାରେ 3ଟି କଥା କହିଥିଲେ । ସରଳ ହୁଅ, ଗଣତନ୍ତ୍ରର ଗ୍ରହଣ ନ ଲାଗୁ, ଲୋକଙ୍କ ସହ ଯୋଡ଼ି ହୁଅ । ସବୁ ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଏକଥା କହିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନିଜେ ଗ୍ରହଣ ଲଗାଇଦେଲେ। ମୁଖ୍ୟମନ୍ତ୍ରୀ ନିଜେ ସବୁ ବନ୍ଦ କଲେ । କୌଣସି ସମୀକ୍ଷା କଲେ ନାହିଁ । ଜାନୁଆରୀ 1 ରୁ ଜୁନ ଭିତରେ 75 ଥର ହେଲିକପ୍ଟର ଏବଂ ଚାଟାର୍ଡ ଫ୍ଲାଇଟ ଉଡ଼ିଛି । ଯଦି ମନ୍ତ୍ରୀମାନଙ୍କ ପାଇଁ ହେଲିକପ୍ଟର ବ୍ୟବହାର ହେଉନି, ତେବେ କିଏ ବ୍ୟବହାର କରୁଛନ୍ତି ?" ବୋଲି ପ୍ରଶ୍ନ କରିଛି ବିଜେପି।

ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ଆହୁରି ମଧ୍ୟ କହିଛନ୍ତି, "ଜନ ଆକ୍ରୋଶ ଏତେ ଅଛି ଯେ ସଚିବ କୁଆଡ଼େ ଯାଇପାରିବେ ନାହିଁ । ଚାରି ଆଡେ ବିରୋଧ ହେଉଛି । ତେଣୁ ହେଲିକପ୍ଟର ବ୍ୟବହାର କରାଯାଉଛି । ଯାଜପୁର, ଗଞ୍ଜାମ ଏବଂ ଭୁବନେଶ୍ବରରେ ଯେଉଁ ହିଂସା ହେଲା ଏହା ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟିଗୋଚର ହେଉଛି କି ନାହିଁ ? ଗୋଟିଏ ଗୋଟିଏ ଗସ୍ତ ପାଇଁ 15ରୁ 20 କୋଟି ଖର୍ଚ୍ଚ ହେଉଛି । ସଭା ପାଇଁ କେତେ ଖର୍ଚ୍ଚ ହେଉଛି । ଏବେ ଯାଏ ପାଖାପାଖି 500 କୋଟି ଟଙ୍କା ଖର୍ଚ୍ଚ ହେଲାଣି । ନିର୍ବାଚନ ଯାଏଁ ଏମିତି ଚାଲିଲେ 1000 କୋଟି ଟଙ୍କା ଖର୍ଚ୍ଚ ହୋଇଯାଇଥିବ । ଏବେ ବିଜେଡ଼ି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ହୋଇଯାଇଛି । ବିଧାୟକମାନେ ଟେଣ୍ଟ ହାଉସ ସୁପରଭାଇଜର, ଜିଲ୍ଲା ସଭାପତିମାନେ କ୍ୟାଟରିଂ କର୍ମଚାରୀ ଭାବେ କାମ କରୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.