ଖୋର୍ଦ୍ଧା: ଥମୁନି ପରୀ ହତ୍ୟା ମାମଲା ନେଇ ଉଠିଥିବା ଝଡ । ଏପଟେ ପରୀ ହତ୍ୟା ମାମଲାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗର୍ଜିଲା ବିଜେପି । ନୟାଗଡ଼ ଜିଲାର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଆଜି ଖୋର୍ଦ୍ଧା ବିଜେପି ପକ୍ଷରୁ ସହରରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଶତାଧିକ ବିଜେପି କର୍ମୀ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରିଛନ୍ତି ।
ସେହିପରି ପରୀ ପରିବାରକୁ ନ୍ୟାୟ ଦେବା ଓ ଏହି ଘଟଣାରେ ସଂପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରିଛନ୍ତି । ଆଗାମୀ ସାତ ଦିନ ମଧ୍ୟରେ ରାଜ୍ୟ ସରକାର ପରୀ ପରିବାରକୁ ନ୍ୟାୟ ପ୍ରଦାନ ନକଲେ ଏହି ଆନ୍ଦୋଳନକୁ ମଣ୍ଡଳ ସ୍ତରରେ ପହଞ୍ଚାଇବାକୁ ଚେତାବନୀ ଦେଇଛନ୍ତି ବିଜେପି ଜିଲ୍ଲା ସଭାପତି ରଶ୍ମି ମହାପାତ୍ର ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ