ETV Bharat / state

ଆସନ୍ତାକାଲି ବିଜେପି କାର୍ଯ୍ୟକାରିଣୀ ବୈଠକ; ରାଜନୈତିକ ଓ ସାମାଜିକ ପ୍ରସଙ୍ଗରେ ହେବ ଆଲୋଚନା

author img

By

Published : May 19, 2023, 5:14 PM IST

ଆସନ୍ତାକାଲି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । ଏଥିରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକ ଏବଂ ଦଳର ସମସ୍ତ ପଦାଧିକାରୀ ସମିଲ ହେବାନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ବିଜେପି କାର୍ଯ୍ୟକାରିଣୀ ବୈଠକ
ଆସନ୍ତାକାଲି ବିଜେପି କାର୍ଯ୍ୟକାରିଣୀ ବୈଠକ
ଆସନ୍ତାକାଲି ବିଜେପି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ଆସନ୍ତାକାଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ । ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁତ୍ବପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, "ମୋଦି ସରକାରଙ୍କର ୯ ବର୍ଷ ପୂର୍ତ୍ତି ହେଉଛି । ଏହାକୁ ନେଇ ରାଜ୍ୟ ବିଜେପି କଣ କଣ କାର୍ଯ୍ୟକ୍ରମ ହାତକୁ ନେବ, ସେନେଇ ବିସ୍ତୃତ ଭାବେ ଆଲୋଚନା ହେବ । ଦିନ ତମାମ ଏନେଇ ରାଜ୍ୟର ସମସ୍ତ ନେତୃତ୍ବଙ୍କ ସହିତ ଆଲୋଚନା ହେବ । ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହେବ । ଏହାସହ ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ମହାନଦୀ ଜଳ ବିବାଦ ପ୍ରସଙ୍ଗ: ୭ ଦିନ ମଧ୍ୟରେ କେନାଲକୁ ପାଣି ନଛାଡ଼ିଲେ ଗର୍ଜିବ କଂଗ୍ରେସ

ଗୋଲକ ଆହୁରି ମଧ୍ୟ କହିଛନ୍ତି, "ଓଡିଶାରେ ଆଗାମୀ ଦିନଗୁଡ଼ିକ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ କରିବ ଦଳ । ଓଡ଼ିଶାର ବିକାଶରେ ମୋଦି ସରକାରଙ୍କ ଅନୁଦାନ ଓ ରାଜ୍ୟ ବିକାଶରେ ପ୍ରତିବନ୍ଧକ ସାଜିଥିବା ଓଡିଶା ସରକାର ବୈଠକରେ ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ରହିବ । ଆବଶ୍ୟକ ସମୟରେ ମୋଦି ସରକାର ଓଡ଼ିଶା ପାଇଁ ସହାୟତାର ଭଣ୍ଡାର ଖୋଲି ଦେଇଛନ୍ତି । କିନ୍ତୁ ରାଜ୍ୟ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନାହିଁ । ତେଣୁ ଡବଲ ଇଞ୍ଜିନ ସରକାର ଦରକାର । ଏନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ରାଜ୍ୟରେ ସରକାରକୁ ଆସିବା ପାଇଁ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ ।"

ବୈଠକରେ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡୁ ଉପସ୍ଥିତ ରହିବେ । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଦଳର ସମସ୍ତ ୮ ସାଂସଦ ଓ ବିଧାୟକ ବୈଠକରେ ଅଂଶଗ୍ରହଣ କରିବେ । ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.