ETV Bharat / state

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ପଛରେ ରହିଛି ସରକାରଙ୍କର ହାତ: ବିଜେପି

author img

By ETV Bharat Odisha Team

Published : Sep 6, 2023, 10:47 PM IST

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ ଅବସରରେ, ସ୍ବାମୀଜୀଙ୍କ ହତ୍ୟାର କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କଲେ ବିରୋଧୀ । ଅଧିକ ପଢ଼ନ୍ତୁ

କମିଶନ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି

ଭୁବନେଶ୍ବର: ଆଜି ହେଉଛି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଶ୍ରାଦ୍ଧ ଦିବସ । ଏହି ପରିପ୍ରେକ୍ଷୀରେ ବିଜେପି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାଣ୍ଡର ତଦନ୍ତ କମିଶନର ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛି । ସରକାର କାହିଁକି ଏହି ରିପୋର୍ଟକୁ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରୁନାହିଁନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।

ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, "ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ନେଇ ବସିଥିବା ତଦନ୍ତ କମିଶନର ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି । କାହିଁକି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରାଯାଉ ନାହିଁ । କେଉଁଠି ଅସୁବିଧା ରହୁଛି ସରକାରଙ୍କର । ତୁରନ୍ତ ସେହି ରିପୋର୍ଟକୁ ସାର୍ବଜନୀନ କରନ୍ତୁ । ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାନଯିବା ପଛରେ ସରାକରଙ୍କ କ’ଣ ଏଜେଣ୍ଡା ରହିଛି । ପୂର୍ବରୁ କହିଛୁ ଏବେ ବି କହୁଛୁ ଘଟଣା ପଛରେ ଓଡ଼ିଶା ସରକାରଙ୍କର ହିଁ ହାତ ରହିଛି । ସେଦିନ ସ୍ୱାମୀଜିଙ୍କୁ ଯେମିତି ସୁରକ୍ଷା ଦିଆଯିବା କଥା ରାଜ୍ୟ ସରକାର ଯୋଗାଇ ନଥିଲେ । ଯାହା ଫଳରେ ଏମିତି ଅଭାବନୀୟ ଘଟଣା ଘଟିଥିଲା । ସେବେ ରାଜ୍ଯ ସରକାର ସୁରକ୍ଷା ଯୋଗାଇ ନଥିଲେ ଏବେ ରିପୋର୍ଟ ସାର୍ବଜନୀନ କରୁ ନାହିଁନ୍ତି ।"

ଅଧିକ ପଢନ୍ତୁ..ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ

ସେ ଅହୁରି ମଧ୍ୟ କହିଛନ୍ତି, "ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମ୍ପୂର୍ଣ୍ଣ ଜୀବନ କନ୍ଧମାଳ ଜିଲ୍ଲାରେ ଉନ୍ନତି ପାଇଁ ନିଜକୁ ସମର୍ପିତ କରିଥିଲେ । 15 ବର୍ଷ ତଳେ ଜନ୍ମାଷ୍ଟମୀ ଅବସରରେ ତାଙ୍କ ଆଶ୍ରମ ଜଲେଶପେଟାରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟା ପରେ ଜଷ୍ଟିସ୍ ଶରତ ପାତ୍ର କମିଶନ ତାପରେ ଜଷ୍ଟିସ୍ ନାଇଡୁ କମିଶନ ବସିଥିଲା । ଏହାର ରିପୋର୍ଟ ଓଡ଼ିଶା ସରକାରଙ୍କୁ ଦିଆଯାଇ ସାରିଛି । କିନ୍ତୁ ଓଡ଼ିଶା ସରକାରଙ୍କ ଅସୁବିଧା କେଉଁଠି । ସେ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କଲେ କି ସାର୍ବଜନୀନ କଲେ ନାହିଁ ସରକାର । ଓଡ଼ିଶା ରାଜକୋଷରୁ ଖର୍ଚ୍ଚ ହୋଇ କମିଶନ ବସୁଛି ତେଣୁ ଏହି ରିପୋର୍ଟ ବିଷୟରେ ଜଣିବାର ଅଧିକାର ସମସ୍ତଙ୍କ ଅଛି ।"

ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ସମୟରେ ବିଜେଡି
ଏବଂ ବିଜେପି ମିଳିତ ସରକାର ଥିଲା । ତେବେ ତଦନ୍ତ ରିପୋର୍ଟରେ କ’ଣ ଅଛି, ତାହା ଜାଣିବାର ସମସ୍ତଙ୍କର ଅଧିକାର ଅଛି । ରାଜ୍ୟ ସରକାର ସେ ରିପୋର୍ଟକୁ ସାମ୍ନାକୁ ଆଣନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.