ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲା ବିଜେପି

author img

By

Published : Jun 26, 2023, 9:43 PM IST

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଦଳୀୟ ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ରାଜ୍ୟ ସରକାରଙ୍କ ଅଯୋଗ୍ୟ ପଣିଆ ଏବଂ ଜନ ବିରୋଧ ପାଇଁ ରାଜ୍ୟରେ ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ। ସରକାର ଜାଣିଶୁଣି ବିଳମ୍ବିତ କରୁଥିଲେ। 2019 ମସିହାରେ ପାଞ୍ଚ ଥର ଆବାସ ପୋର୍ଟାଲ ଖୋଲା ରହିଲା ତାଲିକା ସଠିକ କରି ପାରିଲେ ନାହିଁ କି ଅପଲୋଡ କରିପାରିଲେ ନାହିଁ। ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲା ବିଜେପି
ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲା ବିଜେପି
ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ବର: ଗୟା ପ୍ରସାଦ ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି । ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ଚିଠି ଲେଖନ୍ତୁ ବୋଲି କହିଲା ବିଜେପି । ବିଜେଡିର ରାଜନୀତି କାରଣରୁ ଘର ପାଇବାରୁ ବଞ୍ଚିତ ହୋଇଥିବା ଲୋକଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଅନ୍ତୁ ରାଜ୍ୟ ସରକାର। ଏନେଇ ଆଜି ପ୍ରେସମିଟ କରି ଦାବି କରିଛି ବିଜେପି ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଦଳୀୟ ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ରାଜ୍ୟ ସରକାରଙ୍କ ଅଯୋଗ୍ୟ ପଣିଆ ଏବଂ ଜନ ବିରୋଧ ପାଇଁ ରାଜ୍ୟରେ ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ। ସରକାର ଜାଣିଶୁଣି ବିଳମ୍ବିତ କରୁଥିଲେ। 2019 ମସିହାରେ ପାଞ୍ଚ ଥର ଆବାସ ପୋର୍ଟାଲ ଖୋଲା ରହିଲା ତାଲିକା ସଠିକ କରି ପାରିଲେ ନାହିଁ କି ଅପଲୋଡ କରିପାରିଲେ ନାହିଁ। ନିଜର ଅଯୋଗ୍ୟ ପଣିଆ କୁ ଘଣ୍ଟ ଘୋଡାଇବା ପାଇଁ ଏବଂ ଆଗକୁ ନିର୍ବାଚନ ଆସୁଥିବାରୁ ନୂଆ ଡ୍ରାମା କରୁଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଗରିବ ଲୋକୋ ତିନିବର୍ଷ ହେଲା ଅପେକ୍ଷା କରିଛନ୍ତି ଘର ଖଣ୍ଡିଏ ପାଇବା ପାଇଁ।

ଗୟା ପ୍ରସାଦ ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖନ୍ତୁ । ବିଜେଡିର ରାଜନୀତି କାରଣରୁ ଘର ପାଇବାରୁ ବଞ୍ଚିତ ହୋଇଥିବା ଲୋକଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଅନ୍ତୁ ରାଜ୍ୟ ସରକାର । ମୋ ଘର ଯୋଜନା ନୁହଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର କେମିତି ପାଇବେ ଏ କଥାର ଦାୟିତ୍ଵ ତୁରନ୍ତ ରାଜ୍ୟ ସରକାର ନିଅନ୍ତୁ। ଏନେଇ ମାସେ ସମୟ ଦେଇଛି ବିଜେପି । ନଚେତ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ସବୁ ବ୍ଲକରେ ଆନ୍ଦୋଳନ କରିବ ଦଳ।

ଦଳ ଅଭିଯୋଗ କରିଛି ରାଜ୍ୟରେ 9 ଲକ୍ଷ 59 ହଜାର ଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ ବେଳ ଲୋକଙ୍କ ଠାରୁ ବିଜେଡି 20 ହଜାରରୁ 25 ହାଜର ଟଙ୍କା ଚାନ୍ଦା ଆଦାୟ କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାର ନୂଆ ଡ୍ରାମା ଆରମ୍ଭ କରିଛନ୍ତି । ଚଞ୍ଚକତା କରି ନିଜକୁ ଘଣ୍ଟ ଘୋଡାଇବାକୁ ପାଇଁ ବିଜେଡ଼ି ଚେଷ୍ଟା କଲେ ତାହା ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛି ବିଜେପି ।

ଅନ୍ୟପଟେ ଏହାକୁ ନେଇ ବିଜେଡି ନେତା ତଥା କଟକ ମେୟର ସୁବାଷ ସିଂ କହିଛନ୍ତି, ଆବାସ ଯୋଜନାରେ କୌଣସି ଦୁର୍ନୀତି ହୋଇନାହିଁ । ଅଭିଯୋଗ ସବୁ ଭିତ୍ତିହୀନ । ଏହାର ବାସ୍ତବତା କିଛି ନାହିଁ । ବିଜେପି ପାଖରେ ବିକଳ୍ପ କିଛି କହିବାର ନାହିଁ । ରାଜ୍ୟ ସରକାର ସ୍ବଚ୍ଛତାର ସହ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ଲୋକଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ପ୍ରତ୍ୟେକ ଲୋକ ପାଖରେ କିପରି ଯୋଜନା ପଞ୍ଚିପାରିବ ସେ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.