ETV Bharat / state

ବିଜେପି ସାମ୍ବାଦିକ ସମ୍ମିଳନୀ: ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ବାତିଲ କରିବା ପାଇଁ ଦାବି - ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ବିଜେପିର ପ୍ରେସମିଟ୍

ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି । ଇଲେକ୍ଟ୍ରୋନିକସ କ୍ଷେତ୍ରରେ କୌଣସି ଜ୍ଞାନ ନଥିବା ଲୋକଙ୍କୁ କିଭଳି IT ସଚିବ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ସୁଦର୍ଶନ ନାୟକ । ଅଧିକ ପଢ଼ନ୍ତୁ

ବିଜେପିର ସାମ୍ବାଦିକ ସମ୍ମିଳନୀ
ବିଜେପିର ସାମ୍ବାଦିକ ସମ୍ମିଳନୀ
author img

By

Published : Jan 8, 2023, 9:12 PM IST

ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ମନୋଜ ମିଶ୍ରଙ୍କ ଠିକା ନିଯୁକ୍ତିକୁ ନେଇ ବିଜେପିର ପ୍ରେସମିଟ୍ । ମନୋଜ ମିଶ୍ରଙ୍କ ନିଯୁକ୍ତି ମନମୁଖୀ ଓ ଅଣସାମ୍ବିଧାନିକ ବୋଲି ଅଭିଯୋଗ କରିଛି ବିଜେପି । ଏହି ନିଯୁକ୍ତିକୁ ବାତିଲ କରିବା ପାଇଁ ଦାବିକଲା ରାଜ୍ୟ ବିଜେପି । ବିଜେଡି ସରକାର ଅମଲାତନ୍ତ୍ରକୁ ରାଜନୀତିକରଣ କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଇଲେକ୍ଟ୍ରୋନିକସ କ୍ଷେତ୍ରରେ କୌଣସି ଜ୍ଞାନ ନଥିବା ଲୋକଙ୍କୁ କିଭଳି IT ସଚିବ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି ।

କିଛି ଦିନ ପୂର୍ବରୁ ମନୋଜ ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ। ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତି ସ୍ୱୀକାର କରିଥିଲେ । ଏନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଥିଲା । ତେବେ ସେ ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବିଭିନ୍ନ ସଚିବ ପଦବୀରେ କାର୍ଯ୍ୟ ଜାରି ରଖିବେ ବୋଲି ଆଶା କରାଯାଉଥିଲା । ୧୯୯୯ ବ୍ୟାଚ୍ ଆଇଆରଟିଏସ୍ ମନୋଜ କୁମାର ମିଶ୍ର ୨୦୧୭ ମସିହାରେ ଓଡ଼ିଶାକୁ ଡେପୁଟେସନରେ ଆସିଥିଲେ । ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ‌ଗତ ଡିସେମ୍ବର ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ରେଳ ସମନ୍ବୟ କମିଶନର, ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ଏବଂ ଓକାକ୍ ଚେୟାରମ୍ୟାନ୍ ଭାବେ ମନୋଜ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି ।

ତେବେ ମନୋଜ ମିଶ୍ରଙ୍କୁ ଚୁକ୍ତିଭିତ୍ତିରେ ପଦବୀ ମିଳିବା ନେଇ ବିଜେପି ନେତା ସୁଦର୍ଶନ ନାୟକ କହିଛନ୍ତି, "କୌଣସି ବିଜ୍ଞାପନ ପ୍ରକାଶ ନପାଇ ସରକାରୀ କର୍ମଚାରୀଙ୍କ ନିଯୁକ୍ତି କେମିତି ହେଲା ? ଏଭଳି କ୍ଷେତ୍ରରେ ମନୋଜ ମିଶ୍ରଙ୍କ ନିଯୁକ୍ତି ସମ୍ବିଧାନର ଧାରା ୧୪ ଓ ୧୬ର ଉଲ୍ଲଙ୍ଘନ କରୁଛି । ସେହିଭଳି ଓଡ଼ିଶାରେ ୯ଟି ପ୍ରିନ୍ସିପାଲ୍ ସେକ୍ରେଟାରୀ କ୍ୟାଡ଼ର ରହିଛି । ପ୍ରିନ୍ସିପାଲ୍ ସେକ୍ରେଟାରୀ ଲାଗି ୯ଟି ଏକ୍ସ କ୍ୟାଡ଼ର ପୋଷ୍ଟ ରାଜ୍ୟ ସରକାର ନିଯୁକ୍ତି ଦେଇପାରିବେ । ଏବେ ୧୮ଟି ଯାକ ପୋଷ୍ଟ ପୂରଣ ହୋଇସାରିଛି । ଏହାବାଦ କିଭଳି ମନୋଜ ମିଶ୍ରଙ୍କୁ ପ୍ରିନ୍ସିପାଲ୍ ସେକ୍ରେଟାରୀ ପଦବୀ ମିଳିଲା ?" ତେବେ ରାଜ୍ୟ ସରକାର ଏକ କମିଟେଡ ବ୍ୟୁରୋକ୍ରାସି ଗଠନ ପାଇଁ ଚେଷ୍ଟା କରୁଛନ୍ତି ବୋଲି ବରିଷ୍ଠ ବିଜେପି ନେତା ସୁଦର୍ଶନ ନାୟକ ଅଭିଯୋଗ କରିଛନ୍ତି ।

ସେହିପରି ମନୋଜ ମିଶ୍ରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବିଜେପି ବିରୋଧୀ କାର୍ଯ୍ୟକଳାପ ଦେଖିବାକୁ ମିଳିଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ ଆଣିଛି । ମନୋଜ ମିଶ୍ର ନିଜ ହ୍ବାଟ୍‌ସ୍‌ଆପ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କୁ ଅହଙ୍କାରୀ ଦର୍ଶାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ସଦାଚାରୀ ବୋଲି କହିଥିବା ବିଜେପି କହିଛି । ଏଥିପାଇଁ ତାଙ୍କୁ ରାଜ୍ୟ ସରକାର ଏଭଳି ନିଯୁକ୍ତି ଦେଇଛନ୍ତି ବୋଲି ବିଜେପିର ଅଭିଯୋଗ । ଏହା କେବଳ ଅଣସାମ୍ବିଧାନିକ ନୁହେଁ, ଏହା ଭାରତୀୟ ପ୍ରଶାସନିକ ସେବା ନିୟମକୁ ମଧ୍ୟ ଉଲ୍ଲଙ୍ଘନ କରୁଛି । ଏମିତି ଚାଲିଲେ, ହୁଏତ ଆଗକୁ କାହାକୁ ରାଜ୍ୟ ସରକାର ଚୁକ୍ତିଭିତ୍ତିରେ ମୁଖ୍ୟ ଶାସନ ସଚିବ ପଦରେ ବି ନିଯୁକ୍ତି ଦେଇଦେବେ ବୋଲି ବିଜେପି କହିଛି । ନିରପେକ୍ଷତା ହେଉଛି ବ୍ୟୁରୋକ୍ରସିର ହଲମାର୍କ । ତାହା କିଭଳି ନଷ୍ଟ ହେବ, ସେଥିପାଇଁ ନବୀନ ବାବୁ କାମ କରୁଛନ୍ତି । ଯେଉଁ ଲୋକଙ୍କର IT ବା ଇଲେକ୍ଟ୍ରୋନିକସରେ ଜ୍ଞାନ ନାହିଁ, ତାଙ୍କୁ କିଭଳି IT ସଚିବ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.