ETV Bharat / state

ସୁରେଶ ମହାପାତ୍ରଙ୍କୁ CMOର ମୁଖ୍ୟ ପରାମର୍ଶଦାତା ନିଯୁକ୍ତି, ବିଜେପି-ବିଜେଡିର କଥା କଟାକଟି

author img

By ETV Bharat Odisha Team

Published : Nov 18, 2023, 9:18 PM IST

Updated : Nov 18, 2023, 10:50 PM IST

ସୁରେଶ ମହାପାତ୍ରଙ୍କୁ CMOର ମୁଖ୍ୟ ପରାମର୍ଶଦାତା ନିଯୁକ୍ତିକୁ ପୁରସ୍କାର କହି ସମାଲୋଚନା କଲା ବିଜେପି । କାଉଣ୍ଟର କରି ଜବାବ ରଖିଲା ବିଜେଡି । ଅଧିକ ପଢନ୍ତୁ

BJP on Suresh Mahapatra
BJP on Suresh Mahapatra
ସୁରେଶ ମହାପାତ୍ରଙ୍କୁ CMOର ମୁଖ୍ୟ ପରାମର୍ଶଦାତା ନିଯୁକ୍ତି, ବିଜେପି-ବିଜେଡିର କଥା କଟାକଟି

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ନିଯୁକ୍ତିକୁ ପୁରସ୍କାର ବୋଲି କହି କଡ଼ା ସମାଲୋଚନା କଲା ବିଜେପି । ଏହାର କାଉଣ୍ଟରରେ ବିଜେଡି କହିଛି ଯେ ବିଜେପିର ରାଜ୍ୟ ପ୍ରବକ୍ତା ବିନା ହୋମୱାର୍କରେ ଆସି ମନ୍ତବ୍ୟ ଦେଉଛନ୍ତି । ପରୋକ୍ଷରେ ବିଜେପି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛି । ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ବିଜେପି ଯେଉଁ କଥା କହିଛି, ତାହା କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କରୁଛି ବୋଲି କହିଛି ବିଜେଡି ।

କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରାଳୟ ସଂଶୋଧିତ ନୀତି ୨୦୨୧ ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ତଲାବିରା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ଓଡିଶାର ଅଧିକାର ହେଉଛି ୧୬୦୦ ମେଗାଓ୍ବାଟ ଶସ୍ତା ଦରର ବିଦ୍ୟୁତ । ମାତ୍ର ରାଜ୍ୟ ସରକାରଙ୍କ ସହିତ ଏକ ଚୁକ୍ତି କରି ଉକ୍ତ ଶକ୍ତି ଉତ୍ପାଦନ କେନ୍ଦ୍ର ଆମକୁ ମାତ୍ର ୮୦୦ ମେଗାୱାଟ ଅଥଚ ତାମିଲନାଡୁକୁ ୧୫୦୦ ମେଗାୱାଟର ଶସ୍ତା ବିଦ୍ୟୁତ ବଣ୍ଟନ କରୁଛି । କେନ୍ଦ୍ରୀୟ ବିଦ୍ୟୁତ ଆଇନ ଧାରା ୮୬ ଅନୁଯାୟୀ ଉପରୋକ୍ତ ଚୁକ୍ତିକୁ ତର୍ଜମା, ନିୟନ୍ତ୍ରଣ ଓ ଖାରଜ କରିବାର କ୍ଷମତା ଓଇଆରସି ବା ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଅଛି ।

ଏହା ବି ପଢନ୍ତୁ- ସିଏମଓର ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର, କିଏ ହେବେ ଓଇଆରସି ଅଧ୍ୟକ୍ଷ

କିନ୍ତୁ ଆୟୋଗର ଅଧ୍ୟକ୍ଷ ଭାବରେ ସୁରେଶ ମହାପାତ୍ର ଏହି ରାଜ୍ୟ ସ୍ବାର୍ଥ ବିରୋଧୀ ଚୁକ୍ତି ଉପରେ ଅଙ୍କୁଶ ଲଗାଇଲେ ନାହିଁ । ଓଡ଼ିଶାର ସାଧାରଣ ଖାଉଟି ଉପରେ ମହଙ୍ଗା ବିଦ୍ୟୁତ ଦେୟର ବୋଝକୁ ନୀରବ ସମର୍ଥନ ଜଣାଇଲେ । ଓଡ଼ିଶା ପରିବର୍ତ୍ତେ ତାମିଲନାଡୁ ସ୍ବାର୍ଥକୁ ପ୍ରାଥମିକତା ଦେଲେ । ପୁରସ୍କାର ସ୍ବରୂପ ଅବସର ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଲେ । ଏହାର କାଉଣ୍ଟରରେ ବିଜେଡି କହିଛି ଯେ ବିଜେପିର ରାଜ୍ୟ ପ୍ରବକ୍ତା ବିନା ହୋମୱାର୍କରେ ଆସି ମନ୍ତବ୍ୟ ଦେଉଛନ୍ତି । ପରୋକ୍ଷରେ ବିଜେପି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛି । ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ବିଜେପି ଯୋଉ କଥା କହିଛି, ତାହା କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କରୁଛି ।

ତଲାବିରା ବିଦ୍ୟୁତ ପ୍ରକଳ୍ପକୁ ନେଇ ବିଜେପି ପ୍ରବକ୍ତା ସତ୍ୟବ୍ରତ ପଣ୍ଡା ଦେଇଥିବା ମନ୍ତବ୍ୟ ତାଙ୍କ ମୁଣ୍ଡ କାମ କରୁନଥିବା ଦର୍ଶାଉଛି । କେନ୍ଦ୍ର ସରକାରଙ୍କ ଯେଉଁ ନିଷ୍ପତ୍ତି ରହିଛି ସେ ହିସାବରେ ବାହାର ରାଜ୍ୟକୁ ବିଜୁଳି ଦିଆଯାଏ । ଏଥିରେ ରାଜ୍ୟର କୌଣସି ସ୍ଵାର୍ଥ ନଥାଏ । କେନ୍ଦ୍ର ସରକାର ପୂର୍ବରୁ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଦୁଇଥର ବୃଦ୍ଧି କରିଛନ୍ତି । କିନ୍ତୁ ସତ୍ୟବ୍ରତ ପଣ୍ଡା କିଛି ନବୁଝି ଟିପ୍ପଣୀ ଦେଉଛନ୍ତି । ତେଣୁ ବିଜେପି ରାଜ୍ୟ ସଭାପତିଙ୍କ ନିକଟରେ ଆମେ ଅନୁରୋଧ କରୁଛୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏମିତି କି ଏହା ସୁରେଶ ମହାପାତ୍ରଙ୍କୁ ତାଙ୍କ ମନରେ ଥିବା ଭୟକୁ ଦର୍ଶାଉଛି କହି କଟାକ୍ଷ କରିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 18, 2023, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.