ETV Bharat / state

ରକ୍ଷା ବନ୍ଧନରେ ମହିଳାଙ୍କ ଲାଗି ଫତୁଆ ଜାରି କରିବା ମୁଖ୍ୟମନ୍ତ୍ରୀଙ୍କ ରୁଗ୍‌ଣ ମାନସିକତା: ବିଜେପି - ନବୀନ ନିବାସକୁ ମହିଳାଙ୍କୁ ଯିବାକୁ ବାରଣ

ଆଜି ରକ୍ଷା ବନ୍ଧନ ପୂର୍ବରୁ ଦେଶର ମହିଳାଙ୍କୁ ଭେଟି ଦେଇ ପ୍ରଧାନମନ୍ତ୍ରୀ ୨୦୦ ଟଙ୍କା ଗ୍ୟାସ ଦର କମ କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ଆଜି ମହିଳାମାନଙ୍କୁ ବାରଣ କରାଯାଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛି ବିଜେପି । ଏହା ମୁଖ୍ୟମନ୍ତ୍ରୀଙ୍କର ରୁଗ୍‌ଣ ମାନସିକତା ବୋଲି କହିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ । ଅଧିକ ପଢ଼ନ୍ତୁ

ରକ୍ଷା ବନ୍ଧନରେ ମହିଳାଙ୍କ ଲାଗି ଫତୁଆ ଜାରି କରିବା ମୁଖ୍ୟମନ୍ତ୍ରୀଙ୍କ ରୁଗ୍‌ଣ ମାନସିକତା

author img

By ETV Bharat Odisha Team

Published : Aug 30, 2023, 10:22 PM IST

ରକ୍ଷା ବନ୍ଧନରେ ମହିଳାଙ୍କ ଲାଗି ଫତୁଆ ଜାରି କରିବା ମୁଖ୍ୟମନ୍ତ୍ରୀଙ୍କ ରୁଗ୍‌ଣ ମାନସିକତା

ଭୁବନେଶ୍ବର: ରକ୍ଷା ବନ୍ଧନକୁ ମୁଖ୍ୟମନ୍ତ୍ରୀ ପାଳନ ନକରିବା ନେଇ ପୂର୍ବରୁ ଘୋଷଣା ହୋଇଛି । ଏଥିପାଇଁ ଆଜି ନବୀନ ନିବାସକୁ ମହିଳାଙ୍କୁ ଯିବାକୁ ବାରଣ କରାଯାଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନ କରିଛି ବିଜେପି । ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ରାକ୍ଷୀ ପୂର୍ଣ୍ଣିମା ଅବସରେ ଦେଶବାସୀଙ୍କୁ ଉପହାର ଦେଇଛନ୍ତି । ହେଲେ ଓଡିଶାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ରକ୍ଷା ବନ୍ଧନରେ ମହିଳାଙ୍କୁ ନବୀନ ନିବାସ ବାରଣ କରିବା କି ପ୍ରକାର ମାନସିକତା ମୁଖ୍ୟମନ୍ତ୍ରୀଙ୍କର ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳା ମାନଙ୍କୁ ଅଗ୍ରାଧିକାର କଥା କହୁଛନ୍ତି, ମହିଳା ସଶକ୍ତିକରଣ କଥା କହୁଛନ୍ତି, ହେଲେ ଆଜି କଣ ପାଇଁ ମହିଳାମାନଙ୍କୁ ନବୀନ ନିବାସ ମନା କରାଯାଇଛି ? ମହିଳାଙ୍କ ଭୋଟ ହାତେଇବାକୁ ତାଙ୍କ ହାତରେ ବିଜେଡି ପତାକା ଧରାଉଛି । ସେମାନଙ୍କ ହାତରେ ଟେକା ପଥର ଧରାଇ ଗୁଣ୍ଡା ସଜାଉଛି । ହେଲେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲା ବେଳକୁ ଫତୁଆ ଜାରି କରୁଛି । ମହିଳା ମାନେ କଣ କେବଳ ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମାକୁ ଦେଖିବେ, ଖଟୁଳି ଦେଖିବେ । ଖଟୁଳି ସଜାଡିବାକୁ ଯିବେ । ବିଜେଡିର ମହିଳା ମାନେ କଣ ଖୁସିରେ ତାଙ୍କ ଦଳର ସଭାପତିଙ୍କ ହାତରେ ରାକ୍ଷୀ ବାନ୍ଧି ପାରିବେନି ।" ଏହା କଣ ମହିଳା ସଶକ୍ତିକରଣ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ ।

ଏହା ମଧ୍ୟ ପଢ଼ନ୍ତୁ...ଉତ୍ସବମୁଖର ରାଜଭବନ, ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ ଓ ସୁରକ୍ଷାକର୍ମୀ

ଆଜି ଭଳି ଦିନରେ ନିଜ ମହିଳାମାନଙ୍କୁ ନବୀନ ନିବାସକୁ ପ୍ରବେଶ ଅନୁମତି ନମିଳିବା ସାମନ୍ତବାଦୀ ପ୍ରଥାର, ସାମନ୍ତବାଦୀ ମାନସିକତାର ପରିଚୟ ବୋଲି ସେ କହିଛନ୍ତି । ସେ କହିଛନ୍ତି "ଏଭଳି ମାନସିକତା ରଖୁଥିବା ଲୋକଙ୍କୁ ଓଡିଶାବାସୀ ଚିହ୍ନି ରଖନ୍ତୁ । ଏହା ରୁଗ୍‌ଣ ମାନସିକତା । ମହିଳାମାନଙ୍କୁ ନବୀନ ବାବୁ ଭୟ କରୁଛନ୍ତି ବା ଘୃଣା କରୁଛନ୍ତି । ମୁଁ ଜଣେ ମହିଳା ହିସାବରେ ଏହାକୁ ବିରୋଧ କରୁଛି । ଅନ୍ୟମାନେ ଏହାକୁ ମଧ୍ୟ ବିରୋଧ କରିବେ । ସେପଟେ ଆଜି ଦେଶର ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି ପିଲାମାନେ ଏବଂ ମହିଳାମାନେ । କିନ୍ତୁ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ କେହି ଦେଖିପାରିବେ ନାହିଁ ।" ଏହା କି ପ୍ରକାର ମାନସିକତା, ତାହା ରାଜ୍ୟବାସୀ ବିଚାର କରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.