ETV Bharat / state

Mahanadi Water Issue: ସମାଲୋଚନା କରୁଛି ବିଜେଡି, ସରକାରଙ୍କ ଦାୟିତ୍ବ କଣ ପଚାରିଲେ ବିରୋଧୀ - ଶାସକ ଦଳକୁ ସମାଲୋଚନା

ମହାନଦୀ ଜଳ ବିବାଦ ନେଇ ଉଭୟ ଶାସକ ଓ ବିରୋଧି ଦଳ ମଧ୍ୟରେ ଆରୋପ ପ୍ରତ୍ୟରୋପ ଜାରି ରହିଛି । ଉଭୟ ବିଜେପି ଓ କଂଗ୍ରେସ ପାଇଁ ମାଟି ନୁହେଁ, ପାର୍ଟିର ସ୍ବାର୍ଥ ଆଗ ବୋଲି କହି କଟାକ୍ଷ କରିଥିଲା ବିଜେଡି । ଏନେଇ ଉଭୟ ବିରୋଧୀ ଦଳ ଶାସକ ଦଳକୁ ସମାଲୋଚନା କରିବା ସହ ଏହି ବିବାଦ ପାଇଁ ବିଜେଡି ସରକାରଙ୍କୁ ଦାୟୀ କରିଛନ୍ତି । ଅଧିକ ପଢ଼ନ୍ତୁ

ମହାନଦୀ ଜଳ ବିବାଦ
ମହାନଦୀ ଜଳ ବିବାଦ
author img

By

Published : Apr 28, 2023, 6:29 PM IST

ମହାନଦୀ ଜଳ ବିବାଦ

ଭୁବନେଶ୍ବର: ମହାନଦୀ ପ୍ରସଙ୍ଗରେ ତେଜୁଛି ରାଜନୀତି । ଛତିଶଗଡ଼ କଲମା ବ୍ୟାରେଜରୁ ଓଡ଼ିଶାକୁ ପାଣି ଛାଡିବା ପରେ ଓଡ଼ିଶାରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବୟାନ ବାଜି ଜାରି ରହିଛି । ବିଜେଡି ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେପି ଓ କଂଗ୍ରେସ ଉପରେ ଦୋଷ ଲଦିଛି । ମାଟି ନୁହେଁ, ବରଂ ଉଭୟ ଦଳଙ୍କ ପାଇଁ ପାର୍ଟି ବଡ଼ ଓ ପାର୍ଟିର ସ୍ବାର୍ଥ ଆଗ ବୋଲି ପ୍ରତିକ୍ରିୟା ରଖିଛି ଶାସକ ଦଳ । ତେବେ ବିଜେଡିକୁ କାଉଣ୍ଟର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

'ବିଜେଡି ସରକାରରେ ଅଛି ନା ଫୁଟବଲ ଖେଳୁଛି ?': ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ବିଜେଡି ଯେଉଁ ଆଭିଯୋଗ କରୁଛି, ସେଥିରୁ ବୁଝାପଡୁ ନାହିଁ ରାଜ୍ୟରେ ବିଜୁ ଜନତା ଦଳ ଗତ ୨୩ ବର୍ଷ ଧରି ସରକାରରେ ଅଛି ନା ଏଠି ମୈଦାନରେ ଫୁଟବଲ ଖେଳୁଛି । ଯଦି ସରକାରରେ ଅଛନ୍ତି, ଓଡ଼ିଶା ପ୍ରଦେଶର ସୁରକ୍ଷା ଦାୟିତ୍ବ ତାଙ୍କର କି ନାହିଁ ଆଗ ସ୍ପଷ୍ଟ କରନ୍ତୁ । ଖଣ୍ଡେ ଚିଠି ଲେଖିଦେବା ବା ନିଜ ଦଳୀୟ ଲୋକଙ୍କୁ ଲଗାଇ ରାଜନୈତିକ ବୟାନବାଜି କଲେ ଓଡିଶା ସୁରକ୍ଷିତ ହେବ ନାହିଁ କି ମହାନଦୀ ସୁରକ୍ଷିତ ରହିବ ନାହିଁ । ରାଜ୍ୟ ସରକାରଙ୍କ ଦାୟିତ୍ବ କେଉଁଠି ଅସୁବିଧା ହେଉଛି, ସେଦିଗରେ ପଦକ୍ଷେପ ନିଅନ୍ତୁ । କିଏ ଅସୁବିଧା କରୁଛି ? କେନ୍ଦ୍ର ସରକାର କରୁଛନ୍ତି ନା ଛତିଶଗଡ଼ ସରକାର କରୁଛନ୍ତି ? ଏହା କୌଣସି ଦଳର ବୟାନବାଜିର କଥା ନୁହେଁ, ରାଜ୍ୟ ସରକାର ଏହି ଦିଗରେ ସଚେତନ କି ? ରାଜ୍ୟ ସରକାର କାହିଁକି ପୂର୍ବରୁ ସଚେତନ ହେଲେ ନାହିଁ ? ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ସମୟରେ ରାଜ୍ୟ ସରକାର ନୀରବ କାହିଁକି ରହିଥିଲେ ? ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ କଣ କରୁଥିଲା ? ଖୋଦ ମୁଖ୍ୟମନ୍ତ୍ରୀଙ୍କ ହାତରେ ସେତେବେଳେ ଜଳ ସମ୍ପଦ ବିଭାଗ ଥିଲା । ତେବେ କେବଳ ରାଜନୈତିକ ବୟାନ କଲେ ହେବ ନାହିଁ, ସମାଧାନ କରିବା ପାଇଁ ରାଜ୍ୟ ସରକାର କଣ ଉଦ୍ୟମ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀପ ।

ସେହିଭଳି ଭାରତୀୟ ଜନତା ପାର୍ଟି ନାଁରେ ବିଜେଡି ଯେଉଁ ଆଭିଯୋଗ କରିଛି ତାର କିଛି ମାନେ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, "ବିଜେଡି ୨୩ ବର୍ଷ ଧରି କେଉଁ ମାଟି ପ୍ରେମ ଦେଖାଉଛି ? କାହିଁକି ଓଡିଶା ଅସୁରିକ୍ଷତ ହେଲା ? କାହିଁକି ଆଜି ମହାନଦୀ ଅସୁରକ୍ଷିତ ହେଲା ? ଏଥିପାଇଁ ଦାୟୀ କିଏ ? ଏଥିପାଇଁ ଗୋଟେ ଦଳ ଦାୟୀ ନା ଗୋଟେ ସରକାର ଦାୟୀ ? ତାର ଉତ୍ତର ବିଜେଡି ଆଜି ଦେଉ । କେନ୍ଦ୍ର ସରକାର କଣ କରିବେ ତାହା ଭିନ୍ନ କଥା । ଆଗ କୁହନ୍ତୁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗରେ ବହୁତ ଚିଠି ଲେଖୁଛନ୍ତି । ଏହାକୁ କେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି କି ? କେଉଁଦିନ ଜଳ ସଂପଦ ମନ୍ତ୍ରୀଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି କି ? ତାର ତଥ୍ୟ ଦେଇ ପାରିବେ କି ରାଜ୍ୟ ସରକାର ? ଭୁଲ୍‌ କରିବ ବିଜେଡି ସରକାର, ଆଉ ରାଜନୈତିକ ଉଦ୍ଦେଶ୍ୟ ରଖି ତାର ଦୋଷ ଅନ୍ୟ ଦଳ ଉପରେ ଦେବେ ।"

ସର୍ବଦଳୀୟ ବୈଠକ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ନରସିଂହ !: ଅନ୍ୟପଟେ ମହାନଦୀ ପ୍ରସଙ୍ଗରେ ବିଜେଡି ସାମ୍ବାଦିକ ସମ୍ମିଳନୀର ଜବାବ କଂଗ୍ରେସ ମଧ୍ୟ ରଖିଛି । କଂଗ୍ରେସର ବରିଷ୍ଠ ଉପସଭାପତି ତଥା ବିଧାୟକ ତାରା ବାହିନୀପତି କହିଛନ୍ତି, "ମହାନଦୀ ପ୍ରସଙ୍ଗରେ ବିଜେଡି ସରକାର ଡ୍ରାମା କରୁଛନ୍ତି । ବିଧାନସଭାରେ କଂଗ୍ରେସ ଏହି ପ୍ରସଙ୍ଗକୁ ବହୁବାର ଉଠାଇଛି । ପ୍ରସଙ୍ଗ ଆରମ୍ଭରୁ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ସର୍ବଦଳୀୟ ବୈଠକ ଡାକିବା ପାଇଁ । କିନ୍ତୁ ବୈଠକ ଡାକିଲେ ନାହିଁ । ତତ୍କାଳୀନ ଜଳ ସମ୍ପଦ ସଚିବ କହିଲେ ୧୦୦ ଡ୍ୟାମ ବାନ୍ଧିଲେ ଆମର କୌଣସି ଅସୁବିଧା ହେବ ନାହିଁ । ଏବେ କହୁଛନ୍ତି ବିଜେପି କଂଗ୍ରେସ ପାଟି ଖୋଲିନାହାନ୍ତି । ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ କହିଥିଲେ ମହାନଦୀରେ ଖୁବଶୀଘ୍ର ଆଡ଼ିବନ୍ଧ ବାନ୍ଧିବୁ । ୨୩ ବର୍ଷ ଭିତରେ କେତୋଟି ଆଡ଼ିବନ୍ଧ ବାନ୍ଧିଛନ୍ତି ବିଜୁ ଜନତା ଦଳ ଉତ୍ତର ଦେବା ଦରକାର । କଂଗ୍ରେସ ଦଳ ସବୁବେଳେ ଏଥିପାଇଁ ମୁହଁ ଖୋଲିଛି ।"

ସେପଟେ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ । ଆଗୁଆ କାହିଁକି ପଦକ୍ଷେପ ଗ୍ରହଣ କଲେନି ରାଜ୍ୟ ସରକାର ? ତଳ ମୁଣ୍ଡରେ ବ୍ୟାରେଜ ନିର୍ମାଣ କାହିଁକି କଲେନାହିଁ ?" ତେବେ ମହାନଦୀକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଏନେଇ ଉଭୟ ଶାସକ ଓ ବିରୋଧି ଦଳ ମଧ୍ୟରେ ଆରୋପ ପ୍ରତ୍ୟରୋପ ଜାରି ରହିଛି । ଟ୍ରିବ୍ୟୁନାଲ ଆସନ୍ତା ମାସରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ସମାଧାନ ଲାଗି ଗଠିତ ଟ୍ରିବ୍ୟୁନାଲ ଟିମ୍ ଗତ ୨୦ ତାରିଖରେ ଛତିଶଗଡ଼ ଯାଇ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହାପରେ ଗତ ଦୁଇ ଦିନ ତଳେ ଛତିଶଗଡ଼ କଲମା ବ୍ୟାରେଜ ଡ୍ୟାମର ୨୦ଟି ଗେଟ ଖୋଲିଛି । ଫଳରେ ହୀରାକୁଦ ନଦୀବନ୍ଧ ଜଳସ୍ତର ବର୍ତ୍ତମାନ ୬୧୧.୭୫ ଫୁଟ ରହିଛି । ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ଆସନ୍ତା ମେ ୧୦ ତାରିଖରେ ହୀରାକୁଦ ଡେଲଟା ଅଞ୍ଚଳ ପରିଦର୍ଶନ କରିବ ଟ୍ରିବ୍ୟୁନାଲ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.