ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ମନ୍ତବ୍ୟକୁ ନେଇ ରାଜନୀତି, ଦୀପ ଲିଭିବା ପୂର୍ବରୁ ଜୋର୍‌ରେ ଜଳେ କହିଲା ବିଜେପି

author img

By

Published : May 14, 2023, 7:31 PM IST

ଝାରସୁଗୁଡ଼ା ବିଜୟ ପରେ ବିରୋଧୀ ବିଜେପିକୁ ଟାର୍ଗେଟ କରି ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ ନୁହେଁ, ଲୋକଙ୍କ ପାଇଁ ସୁଶାସନ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ନବୀନ । ଏହାକୁ ନେଇ ଦୀପ ଲିଭିବା ପୂର୍ବରୁ ଜୋରରେ ଜଳେ ବୋଲି କହିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ । ସେପଟେ ୨୦୨୪ରେ ରେକର୍ଡ ସଂଖ୍ୟକ ସିଟ୍ ବିଜେଡି ଜିତିବ ବୋଲି କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ମନ୍ତବ୍ୟକୁ ନେଇ ରାଜନୀତି

ଭୁବନେଶ୍ବର: ଗତକାଲି ଝାରସୁଗୁଡ଼ା ବିଜୟ ଉତ୍ସବରେ କଡ଼ା ଗଳାରେ ବିରୋଧୀ ବିଜେପିକୁ ଘେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ ଗୁରୁତ୍ବପୂର୍ଣ୍ଣ ନୁହେଁ, ବରଂ ଲୋକଙ୍କ ଦୃଷ୍ଟିକୋଣରୁ ସୁଶାସନ ବା ଗୁଡ୍‌ ଗଭର୍ନାନ୍ସ ଗୁରୁତ୍ବପୂର୍ଣ୍ଣ ବୋଲି କହି ବିଜେପିକୁ କଟାକ୍ଷ କରିଥିଲେ ନବୀନ । ତେବେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ବିଜୁ ଜନତା ଦଳ ଏବେ ଧ୍ବଂସାଭିମୁଖୀ ଓ ଦୀପ ଲିଭିବା ପୂର୍ବରୁ ଜୋରରେ ଜଳେ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସେପଟେ ୨୦୨୪ରେ ଆହୁରି ରେକର୍ଡ ସଂଖ୍ୟକ ସିଟ୍ ବିଜେଡି ଜିତିବ ବୋଲି କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।

ଏହାକୁ ନେଇ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "୨୩ ବର୍ଷ ଭିତରେ ବିଜେଡି କେତେ ସୁଶାସନ କରିଛି ଓଡିଶାବାସୀ ଦେଖିଛନ୍ତି । ସେଥିପାଇଁ ଲୋକମାନେ ପ୍ରତ୍ୟାଖ୍ୟାନ ମୁଡ୍‌ରେ ଅଛନ୍ତି । ଉପନିର୍ବାଚନ ଜିତିଗଲେ ବୋଲି ୨୦୨୪ ସାଧାରଣ ନିର୍ବାଚନ ଜିତିବାର ଯେଉଁ ସ୍ଵପ୍ନ ଦେଖୁଛି ବିଜେଡି, ତାହା ଭୁଲ । ୨୦୨୪ରେ ଲୋକମାନଙ୍କର ପ୍ରତ୍ୟାଖ୍ୟାନର ଶିକାର ହେବେ କେବଳ ଗୋଟିଏ କାରଣରୁ ଯେ, ଶାସନ ଅଚଳ ଅଛି । ଯେଉଁମାନଙ୍କୁ ଭୋଟ ଦେଇ ବିଧାନସଭାକୁ ପଠାଇଥିଲେ, ସେମାନେ ଶାସନ ଚଳାଉନାହାନ୍ତି । ଆଗାମୀ ନିର୍ବାଚନରେ ଏହାକୁ ମୁଦ୍ଦା କରିବ ବିଜେପି । ଦୀପ ଲିଭିବା ପୂର୍ବରୁ ଜୋରରେ ଜଳେ । କୁଶାସନର ଚରମ ସୀମାରେ ଓଡ଼ିଶା ପହଞ୍ଚିଛି । ଏହା ଆମେ ବିରୋଧୀ ଦଳ ହିସାବରେ କହୁନୁ, ଲୋକମାନେ କହୁଛନ୍ତି । ଏବେ ଯେଉଁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆମେ ସୁଶାସନ ଦେବୁ, ୨୩ ବର୍ଷ ହେଲା କଣ କରୁଥିଲେ ? ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ବିଜେପି କରିବ । ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଏକ ପ୍ରୟୋଗଶାଳା ଭାବରେ ଓଡ଼ିଶାର ଲୋକ ପ୍ରମାଣିତ କରିବେ ଯେ, ଆମକୁ କୁଶାସନ ଦେଲେ ତାର ପ୍ରତିଫଳନ କଣ ହୁଏ । ରାଜ୍ୟରେ ଯେତେ ଉପନିର୍ବାଚନ ହୋଇଛି ସବୁ ଜାଗାରେ କଂଗ୍ରେସର ଭୋଟକୁ ବିଜେଡି କିଣୁଛି । ତେଣୁ ତାଙ୍କ ଉପରେ ଭରସା ନାହିଁ । ବିଜେପି ଏକା ଲଢିବ । ବିଜେଡି ଓ କଂଗ୍ରେସକୁ କମନରେ ରଖି ଆମକୁ ଲଢିବାକୁ ହେବ । ବିଜୁ ଜନତା ଦଳ ଏବେ ଧ୍ବଂସାଭିମୁଖୀ ଅବସ୍ଥାରେ ଅଛି । ବାରୁଦ ଗଦା ଉପରେ ବସିଛି । କେବେ ବି କିଛି ହୋଇପାରେ ।"

ସେହିପରି ପ୍ରତିକ୍ରିୟାରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ଡବଲ ଇଞ୍ଜିନ କଥାଟା କେଉଁଠି ପ୍ରଯୁଜ୍ୟ ଆମେ ଭାବିପାରୁନାହୁଁ । ବିକାଶ କାର୍ଯ୍ୟକ୍ରମରେ ଓଡିଶାର ବିକାଶର ଧାରା ଚାଲିଲା ୨୦୦୦ ମସିହାରୁ, ଆଜି ପର୍ଯ୍ୟନ୍ତ ଚାଲିଛି । ପ୍ରତ୍ୟେକ କ୍ଷେତ୍ରରେ ଅନେକ ଯୋଜନା ହୋଇଛି । ସେ ଯୋଜନା ତଳସ୍ତରରେ କେମିତି ଲାଗିବ ଲୋକମାନଙ୍କ ପାଇଁ ସେନେଇ ସବୁବେଳେ ପ୍ରାଧାନ୍ୟ ଦିଆଯାଉଛି । ଏଥିରେ ଏ ସିଙ୍ଗଲ୍ ଇଞ୍ଜିନ ଏତେ ଜୋରରେ ଚାଲିଛି ଏତେ ପାୱାରଫୁଲ ଇଞ୍ଜିନ ଯେ, ଡବଲ ଇଞ୍ଜିନ ଏହାର ସମକକ୍ଷ ହେବନାହିଁ । ଓଡ଼ିଶାବାସୀ ଏହାକୁ ପ୍ରମାଣିତ କରି ସାରିଛନ୍ତି । ସୁଶାସନକୁ ବିରୋଧୀ କହୁଛନ୍ତି କୁଶାସନ ଚାଲିଛି । ତେଣୁ ବିରୋଧୀ ଦଳର ଭୂମିକା ବିରୋଧୀ ହୋଇ ରହିଲା । ଯେକୌଣସି କାମ କଲେ ବି ବିରୋଧ କଲେ । ସୁଶାସନ କଣ ଲୋକମାନେ ଉପଲବ୍ଧି କରିସାରିଲେଣି । ସେହିପରି ୨୦୨୪ରେ ପ୍ରଭାବଶାଳୀ ଢଙ୍ଗରେ ବିଜେଡି ନିର୍ବାଚନକୁ ଯିବ ଏବଂ ବିକାଶ ପ୍ରକ୍ରିୟାକୁ ଆହୁରି କ୍ରିୟାଶୀଳ କରିବ । ୨୦୨୪ ସାଧାରଣ ନିର୍ବାଚନରେ ଆମେ ବହୁତ ଭଲ ରେଜଲ୍ଟ କରିବୁ । ଓଡିଶାରେ ଯେତିକି ସିଟ୍ ଅଛି, ତାଠାରୁ ରେକର୍ଡ ସଂଖ୍ୟକ ସିଟ୍ ଜିତିବ ବିଜେଡି । କଂଗ୍ରେସର ଭୋଟ ହାର କମୁଛି, ତେଣୁ ତାଙ୍କ ଭୋଟ ଅନ୍ୟ ଦଳକୁ ଯିବା ସ୍ବାଭାବିକ କଥା । ଝାରସୁଗୁଡ଼ା ଉପନିର୍ବାଚନରେ ଆମ ଦଳର ଭୋଟହାର ବୃଦ୍ଧି ପାଇଛି ଏବଂ ବିଜେପିର ମଧ୍ୟ ଭୋଟହାର ବୃଦ୍ଧି ପାଇଛି । ତେଣୁ କଂଗ୍ରେସର ଭୋଟ ଅନ୍ୟ ଦଳକୁ ଯିବା ସ୍ବାଭାବିକ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.