ETV Bharat / state

ପୁଣି ବିଜ୍ଞାପନକୁ ନେଇ ରାଜନୀତି, ବିଜେପି-ବିଜେଡି ଟଣାଓଟରା - ଖବରକାଗଜରେ କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋ

ବିଜେପି ଓ ବିଜେଡି ମଧ୍ୟରେ ଜାରି ରହିଛି ବିଜ୍ଞାପନ ରାଜନୀତି । ଭୁବନେଶ୍ୱରରୁ ରାଉରକେଲା ବିମାନ ସେବା ଉଦ୍‌ଘାଟନରେ ମୋଦିଙ୍କ ଫଟୋ ନଥିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଥିଲା ବିଜେପି । ଆଜି ଖବରକାଗଜ ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବାରୁ ପ୍ରତିକ୍ରିୟା ରଖିଥିଲା ବିଜେଡି । ଏନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । ଅଧିକ ପଢ଼ନ୍ତୁ

ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା

author img

By

Published : Jan 8, 2023, 7:28 PM IST

ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ଜାରି ରହିଛି ବିଜ୍ଞାପନ ରାଜନୀତି । ଆଜି ଖବରକାଗଜ ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ନେଇ ମନ୍ତବ୍ୟ ରଖିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଥିଲେ ଯଦି ବିଶାଳ ହୃଦୟ ଥାଆନ୍ତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ଲିଙ୍ଗରାଜ ମନ୍ଦିର, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଫଟୋ କାହିଁକି ଦେଲେନି । ତେବେ ଏହାର ଜବାବ ରଖିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । ବିମାନ ଉଡାଣ କେନ୍ଦ୍ରର ଯୋଜନା । ସେଥିରେ ତାଙ୍କ ଫଟୋ ଆମେ ଦେବୁ ବୋଲି କାହିଁକି ଆଶା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।

ବିମାନ ସେବା ଉଦ୍‌ଘାଟନ ବେଳେ ନଥିଲା ମୋଦିଙ୍କ ଫଟୋ- ଶନିବାର ଭୁବନେଶ୍ୱରରୁ ରାଉରକେଲା ବିମାନ ସେବା ଶୁଭାରମ୍ଭ ହୋଇଛି । ହେଲେ ବିମାନସେବା ଉଦ୍‌ଘାଟନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନଥିଲା । ଯାହାକୁ ନେଇ ଏବେ ରାଜନୀତି ଜୋରଦାର ହୋଇଛି । ଘଟଣାକୁ ନେଇ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ରାଜ୍ୟ ସରକାର ସାମାନ୍ୟତମ ଶାଳିନତା ଭୁଲିଯାଇଥିବା କହିଥିଲେ ବିଜେପି ନେତା । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ,"ଶାସକ ଦଳ ନିର୍ଲଜତାର ଶେଷ ସୀମାରେ ପହଞ୍ଚି ସାରିଛି । ରାଜନୈତିକ ବାଦ ବିବାଦ ତା ରାସ୍ତାରେ ଥାଏ । କିନ୍ତୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଅବମାନନା କରିବା କିମ୍ବା ତାଙ୍କର ଫଟୋ ନଦେବା ଭଳି ଆଚରଣ ଦେଖାଇବା ଭଳି ଅଧିକାର କୌଣସି ରାଜ୍ୟ ସରକାରର ନାହିଁ । ଆଜି ଶାସକ ଦଳ ଯେଉଁ କାମ କରିଛି ଏତିକି କୁହାଯିବ ଶାସକ ଦଳ ନିର୍ଲଜତାର ଶେଷ ସୀମାରେ ପହଞ୍ଚି ସାରିଛି ।"

ଖବରକାଗଜରେ କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ବିଜେଡିର ଟାର୍ଗେଟ- ଏହାପରେ ଆଜି ଖବରକାଗଜ ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଏହା ଉପରେ ମନ୍ତବ୍ୟ ରଖିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଥିଲେ, "ଯଦି ସେମାନଙ୍କର ବିଶାଳ ହୃଦୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ଲିଙ୍ଗରାଜ ମନ୍ଦିର, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଫଟୋ କାହିଁକି ଦେଲେନି। ପୁଣି କେମିତି କହୁଛନ୍ତି ପର୍ଯ୍ୟଟନ ବିକାଶ କଥା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ହୀନମାନ୍ୟତା କହିବା ପରେ ମୁଁ ଉତ୍ତର ରଖିବାକୁ ଚାହିଁଥିଲି । ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମୋତେ ମାଇକ ଦେବାକୁ ମନାକଲେ । କୁଆଡେ ଗଲା ତାଙ୍କ ୫୬ ଇଞ୍ଚ୍‌ର ବିଶାଳ ହୃଦୟ ?" ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ହୀନମାନ୍ୟତା ମନ୍ତବ୍ୟକୁ ଦୃଢ଼ ଭାଷାରେ ନିନ୍ଦା କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଯୁଦ୍ଧଂଦେହୀ ଡାକରା ପାଇଁ ଆମେ ପ୍ରସ୍ତୁତ- ସେପଟେ ଏହାକୁ ନେଇ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ବାରମ୍ବାର ଅପମାନିତ ହେବା ପରେ ସୌଜନ୍ୟତାର ଆଶା କରିବା ବେକାର । ସେହିପରି ହକି ବିଶ୍ୱକପରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରିତ କରି ନାହାନ୍ତି କଣ ପାଇଁ ? ବିମାନ ଉଡାଣ କେନ୍ଦ୍ରର ଯୋଜନା । ସେଥିରେ ତାଙ୍କ ଫଟୋ ଆମେ ଦେବୁ ବୋଲି କାହିଁକି ଆଶା କରୁଛନ୍ତି । ଏବଂ ବିଶାଳ ହୃଦୟ କାହାର କେତେ ଅଛି ଭାରତବାସୀ ଏବଂ ଓଡିଶାବାସୀ ଜାଣିଛନ୍ତି । ନବୀନ ବାବୁଙ୍କ ସଂକୋଚିତ ମାନସିକତା ତାଙ୍କ ହକି ବିଶ୍ୱକପରୁ ଜଣାପଡୁଛି । ରାଉରକେଲାରେ ଯେଉଁ ଷ୍ଟାଡିୟମ ନିର୍ମିତ ହେଲା ନବୀନ ବାବୁ ଟଙ୍କାଟିଏ ଦେଇ ନାହାନ୍ତି । ତାହା ସୁନ୍ଦରଗଡ଼ବାସୀଙ୍କ ଟଙ୍କା । ଷ୍ଟାଡିୟମ ଉଦ୍‌ଘାଟନ ବେଳେ ବିଜେପି ଓ କଂଗ୍ରେସ ସାଂସଦ ଓ ବିଧାୟକଙ୍କୁ ଭିତରକୁ ପୁରାଇ ଦିଆଗଲା ନାହିଁ କାହିଁକି ? ନବୀନ ବାବୁ କଣ ଏତେ ଛୋଟ ଲୋକ ? ସବୁ କେନ୍ଦ୍ରୀୟ ଯୋଜନାରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଡାକରା ହେଉଛି । ଏମାନେ ଡ୍ରାମା କରୁଛନ୍ତି ।" ତେବେ ଓଡ଼ିଶା ସରକାର ଯୁଦ୍ଧଂଦେହୀ ଡାକରା ଦେଲେ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ବିରୋଧି ଦଳ ନେତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.