ETV Bharat / state

Cash for Query Row: ପିନାକୀ ଯଦି ସତ୍ୟବାଦୀ ତାକୁ ସେ ପ୍ରମାଣିତ କରନ୍ତୁ: ମନମୋହନ

author img

By ETV Bharat Odisha Team

Published : Oct 22, 2023, 6:01 PM IST

‘ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ’ ପଚାରିବା ପ୍ରସଙ୍ଗରେ ଓଡ଼ିଶା ସାଂସଦଙ୍କ ଲିଙ୍କ ଘଟଣା । ବିଜେଡି ସାଂସଦ ପିନାକୀ ଏହାକୁ ଖଣ୍ଡନ କରିବା ପରେ ଟାର୍ଗେଟ କଲା ବିଜେପି । ଅଧିକ ପଢନ୍ତୁ

Cash for Query Row
Cash for Query Row
ପିନାକୀ ଯଦି ସତ୍ୟବାଦୀ ତାକୁ ସେ ପ୍ରମାଣିତ କରନ୍ତୁ: ମନମୋହନ

ଭୁବନେଶ୍ବର: ପିନାକୀ ମିଶ୍ର ଯଦି ସତ୍ୟବାଦୀ ଆଉ ଅନ୍ୟମାନେ ମିଥ୍ୟାବାଦୀ ତାକୁ ସେ ପ୍ରମାଣିତ କରନ୍ତୁ । ସେ ଜଣେ ଭଲ ଆଡ଼ଭୋକେଟ ପ୍ରମାଣିତ କରି ପାରିବେ । ସତ କଣ ତାର ପ୍ରମାଣ ଦିଅନ୍ତୁ ପିନାକୀ । କୋର୍ଟର ଆଶ୍ରୟ ନେବାରେ ଅସୁବିଧା ନାହିଁ ନିଅନ୍ତୁ । ଯେଉଁଟା ଭାବୁଛନ୍ତି କରିବେ କରନ୍ତୁ । କାହାକୁ ମନା ନାହିଁ । ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା 'ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ ପଚାରିବା' ପ୍ରସଙ୍ଗରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଲିଙ୍କ୍‌ ରହିଥିବା ଅଭିଯୋଗ ପିନାକୀ ଖଣ୍ଡନ କରିବା ପରେ ତାଙ୍କୁ ଟାର୍ଗେଟ କରିଛି ବିଜେପି ।

ଅଭିଯୋଗ ହେବା ପରେ ବିଜେଡି ସାଂସଦ ପିନାକୀ ମିଶ୍ର ପ୍ରେସ ରିଲିଜ ଜାରି କହିଛନ୍ତି ଯେ ତାଙ୍କ ବିରୋଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇ ନାହିଁ । ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ବିଜେପିକୁ ସେ ଚେତାବନୀ ଦେଇଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, " ମୁଁ ୨୫ ବର୍ଷ ହେଲା ସାଂସଦ ଭାବେ ଜନସେବାରେ ମୁଁ ନିଜକୁ ନିୟୋଜିତ କରିଛି । ଏଥିରେ ମୋର ଦାଗ ଲାଗିନାହିଁ। ମୁଁ ବିଜେପିକୁ ଆହ୍ଵାନ ଦେଇଛି ସେ ଶସ୍ତା ରାଜନୀତି କରନ୍ତୁ ନାହିଁ । "

ଏହା ବି ପଢନ୍ତୁ- Cash for Query Row: ‘ସାଂସଦ ପିନାକୀ ମିଶ୍ର ଜନ ବିରୋଧୀ କି ନୁହେଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ’

ତାଙ୍କୁ କାଉଣ୍ଟର କରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ସତ କଣ ତାର ପ୍ରମାଣ ଦିଅନ୍ତୁ ପିନାକୀ ମିଶ୍ର । ପିନାକୀ ମିଶ୍ର ଯଦି ସତ୍ୟବାଦୀ ଆଉ ଅନ୍ୟମାନେ ମିଥ୍ୟାବାଦୀ ତାକୁ ସେ ପ୍ରମାଣିତ କରନ୍ତୁ । ସେ ଜଣେ ଭଲ ଆଡଭୋକେଟ ପ୍ରମାଣିତ କରିପାରିବେ । ସତ କଣ ତାର ପ୍ରମାଣ ଦିଅନ୍ତୁ ପିନାକୀ । କୋର୍ଟର ଆଶ୍ରୟ ନେବାରେ ଅସୁବିଧା ନାହିଁ ନିଅନ୍ତୁ । ଯେଉଁଟା ଭାବୁଛନ୍ତି କରିବେ କରନ୍ତୁ । କାହାକୁ ମନା ନାହିଁ । ଲୋକଙ୍କର ତାଙ୍କ ଉପରେ ଆଉ ଆସ୍ଥା ନାହିଁ । ଲୋକେ ଜାଣିଗଲେ ଯେ ପିନାକୀ ମିଶ୍ର କଣ ତାଙ୍କ ସ୍ଵଭାବ କଣ ଆଉ ସେ କଣ କରିଛନ୍ତି । ଲୋକେ ବିଚାର କରିବେ । କଳା କଣ ଧଳା କଣ ଲୋକେ ସବୁ ଜାଣି ସାରିଛନ୍ତି ।"

ଏହା ବି ପଢନ୍ତୁ- Cash for Question: ବିଜେପିର ସଙ୍ଗୀନ ଅଭିଯୋଗ, ମହୁଆଙ୍କ କେଳେଙ୍କାରୀରେ ଓଡିଶା ସାଂସଦଙ୍କ ସମ୍ପୃକ୍ତି

ସୂଚନା ଥାଉ କି ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ‘ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ’ କରିବା ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ । ଏହି ଘଟଣାରେ ଓଡ଼ିଶା ସାଂସଦ ପିନାକୀ ମିଶ୍ରଙ୍କ ଲିଙ୍କ ଥିବା ଅଭିଯୋଗ ହୋଇଛି । ସାଂସଦ ମହୁଆ ମୋଇତ୍ରାଙ୍କୁ ସହାୟତା ଯୋଗାଇ ଦେବାରେ କଂଗ୍ରେସର ୨ଜଣ ସାଂସଦଙ୍କ ସମେତ ଓଡିଶାର ଜଣେ ସାଂସଦଙ୍କ ଭୂମିକାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଖାଲି ଏତିକି ନୁହେଁ ରିଏଲ ଇଷ୍ଟେଟ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ତାଙ୍କ ସତ୍ୟପାଠରେ ମଧ୍ୟ ଓଡିଶାର ଏହି ସାଂସଦଙ୍କ ନାଁ ଉଲ୍ଲେଖ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.