ETV Bharat / state

ବିଜୁ ଶ୍ରାଦ୍ଧ ଦିବସରେ ଆସିଲେନି ବେଗୁନିଆ ବିଧାୟକ, କର୍ମକର୍ତ୍ତାଙ୍କ ଅସନ୍ତୋଷ

author img

By

Published : Apr 17, 2022, 9:23 PM IST

ବେଗୁନିଆ ଆସୁନାହାନ୍ତି ବେଗୁନିଆ ବିଧାୟକ । ଏହାଦ୍ୱାରା ବେଗୁନିଆର ବିକାଶ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ବେଗୁନିଆ ସମିତିସଭ୍ୟ ଓ ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକଙ୍କ ଏହି ଅଭିଯୋଗ । ଅଧିକ ପଢ଼ନ୍ତୁ

ବିଜୁଶ୍ରାଦ୍ଧ ଦିବସରେ ଆସିଲେନି ବେଗୁନିଆ ବିଧାୟକ, କର୍ମକର୍ତ୍ତାଙ୍କ ଅସନ୍ତୋଷ

ଖୋର୍ଦ୍ଧା: ବେଗୁନିଆ ଆସୁନାହାନ୍ତି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ । ଏହାଦ୍ୱାରା ବେଗୁନିଆର ବିକାଶ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ବିଧାୟକଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବେଗୁନିଆ ସମିତିସଭ୍ୟ ଓ ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ । ଦୀର୍ଘ ଏକମାସ ଧରି ବେଗୁନିଆ ମାଟି ମାଡୁନଥିଲେ ବିଧାୟକ ।

ଆଜି ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ମଧ୍ୟ ବେଗୁନିଆ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ବିଧାୟକ ପହଞ୍ଚି ନଥିଲେ । ଏହାକୁ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବେଗୁନିଆରେ ବିଜେଡିର ଦୁଇ ତୁଙ୍ଗ ନେତା ରହିଛନ୍ତି । ଜଣେ ହେଉଛନ୍ତି ବିଧାୟକ ରାଜେନ୍ଦ୍ର ସାହୁ ଓ ଅନ୍ୟଜଣେ ନୂଆକରି କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ପ୍ରଦୀପ ସାହୁ । ଏହାସତ୍ତ୍ୱେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ତାଙ୍କୁ ମାଲ୍ୟାର୍ପଣ କରାଯାଇନାହିଁ ।

ଏହାକୁ ନେଇ ବେଗୁନିଆ ବିଜେଡି କ୍ୟାମ୍ପରେ ଅସନ୍ତୋଷ ପ୍ରକାଶ ପାଇଛି । ବିଧାୟକଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି ବେଗୁନିଆ ସମିତିସଭ୍ୟଙ୍କ ନେତୃତ୍ୱରେ ଶତାଧିକ ବିଜୁ ପ୍ରେମୀ ଓ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବେଗୁନିଆ ବଜାରରେ ଶୋଭାଯାତ୍ରା କରିଥିଲେ । ଏହାପରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ତେବେ ବେଗୁନିଆ ବିଧାୟକଙ୍କ ଏଭଳି ମନମାନି ବିରୁଦ୍ଧରେ ଦଳ ହାଇକମାଣ୍ଡଙ୍କୁ ଜଣାଯିବ ବୋଲି କହିଛନ୍ତି ଛାତ୍ର ନେତା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.