ETV Bharat / state

କେନ୍ଦ୍ରରେ ବିଜେଡିକୁ ସମାଲୋଚନା; ନେତା ଯାହା ନିଷ୍ପତ୍ତି ନେବେ ଆମେ ତାହା କାର୍ଯ୍ୟକାରୀ କରିବୁ କହିଲେ ବିଜେଡି ବିଧାୟକ

author img

By

Published : Aug 2, 2023, 10:30 PM IST

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି, ଆମେ ସବୁବେଳେ ସମଦୂରତା ରକ୍ଷା କରି ଚାଲିଛୁ । ଏଦିଗରେ ବିଜେଡିର ସମ୍ବିଧାନ ଓ ଆମ ନେତାଙ୍କ ପରାମର୍ଶ ଅଛି । ଆମେ ଜାତୀୟ ହୋଇଥିବା ଦୁଇଟି ଗୋଷ୍ଠୀରେ ସାମିଲ ହେବୁନାହିଁ । ବିଜେଡି ନିଜେ ଏକ ଫ୍ରଣ୍ଟ । ସମର୍ଥନ କାହିଁକି ଓ କିପରି ଦିଆଗଲା ତାହା ନେତାଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ

http://10.10.50.80:6060/reg-lowres/02-August-2023/od-bbsr-05-bjd-stand-7209787_02082023180302_0208f_1690979582_625.mp4

ନେତା ଯାହା ନିଷ୍ପତ୍ତି ନେବେ ଆମେ ତାହା କାର୍ଯ୍ୟକାରୀ କରିବୁ : ବିଜେଡି ବିଧାୟକ

ଭୁବନେଶ୍ବର: ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବାକୁ ବିଜେଡି ଘୋଷଣା କରିଛି । ଏହା ପରେ ସାରା ଦେଶରେ ସମାଲୋଚନାର ଶିକାର ହେଉଛି ବିଜେଡି । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିକୁ ଟାର୍ଗେଟ କରୁଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଦୁଇ ବରିଷ୍ଠ ବିଧାୟକ । ନେତା ଯାହା ନିଷ୍ପତ୍ତି ନେବେ ଆମେ ତାହା କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲ । ସେହିପରି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଜାତୀୟ ଓ ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜେଡି ସମର୍ଥନ ଘୋଷଣା କରିଛି ।

ଏହାବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଆୱାର୍ଡ, ସେଟିଂ ନୁହେଁ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନ ମିଳେ କହିଲା BJD

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି, "ଆମେ ସବୁବେଳେ ସମଦୂରତା ରକ୍ଷା କରି ଚାଲିଛୁ । ଏଦିଗରେ ବିଜେଡିର ସମ୍ବିଧାନ ଓ ଆମ ନେତାଙ୍କ ପରାମର୍ଶ ଅଛି । ଆମେ ଜାତୀୟ ହୋଇଥିବା ଦୁଇଟି ଗୋଷ୍ଠୀରେ ସାମିଲ ହେବୁନାହିଁ । ବିଜେଡି ନିଜେ ଏକ ଫ୍ରଣ୍ଟ । ସମର୍ଥନ କାହିଁକି ଓ କିପରି ଦିଆଗଲା ତାହା ନେତାଙ୍କ ନିଷ୍ପତ୍ତି । ନେତାଙ୍କ ନିଷ୍ପତ୍ତି ଚୂଡାନ୍ତ । ନେତା ଯାହା ନିଷ୍ପତ୍ତି କରିବେ ତାହା ଆମେ ସଦସ୍ୟ ଭାବେ କାର୍ଯ୍ୟକାରୀ କରିବୁ । ଆମେ ମହିଳା ସଶକ୍ତିକରଣ କରୁଛୁ ନା ନାହିଁ ସମସ୍ତେ ଭଲ ଭାବେ ଜାଣିଛନ୍ତି । କୌଣସି ସ୍ଥାନରେ ମହିଳାଙ୍କ ବିରୋଧରେ ଅତ୍ୟାଚାରକୁ କେବେ ସମର୍ଥନ କରିନାହୁଁ । କିମ୍ବା କରିବୁ ନାହିଁ । ବିଜେପି କିମ୍ବା କଂଗ୍ରେସ ଦୟାରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିନାହୁଁ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେହେତୁ ନେତା ସମର୍ଥନ କରିବାକୁ କହିଲେ ଆମେ ସମର୍ଥନ କଲୁ । ଆମ ଦଳକୁ ମଜବୁତ କରିବା ଓ ନେତାଙ୍କ ନିର୍ଦ୍ଦେଶକୁ ମାନିବା ଆମର ଦାୟିତ୍ବ । ନେତାଙ୍କ କଥାକୁ କାର୍ଯ୍ୟକାରୀ କରିବା ଆମ କାର୍ଯ୍ୟ । ବିଜୁ ଜନତା ଦଳ ତାର ବିକାଶମୂଳକ କାର୍ଯ୍ୟ ଓ ନବୀନ ପଟ୍ଟନାୟକଙ୍କ ପରି ନେତୃତ୍ୱ ଥିବାରୁ ଆମକୁ ଲୋକଙ୍କ ସମର୍ଥନ ବଢୁଛି । ପୂର୍ବରୁ 45 ପ୍ରତିଶତ ଲୋକ ବିଜେଡିକୁ ସମର୍ଥନ କରୁଥିଲେ । ଏବେ 3 ପ୍ରତିଶତ ବଢି 48 ପ୍ରତିଶତ ଲୋକ ଆମକୁ ସମର୍ଥନ କରୁଛନ୍ତି । ନରସିଂହ ବାବୁ କଣ କହିବେ ସେଇଟା ତାଙ୍କ ବ୍ୟକ୍ତିଗତ ମତ । ଲୋକଙ୍କ ମତ ଦିନକୁ ଦିନ ନବୀନ ପଟ୍ଟନାୟକଙ୍କ ପ୍ରତି ବଢୁଛି । ଆମର ଜମା ଭୟ ନାହିଁ । ନବୀନ ବାବୁ ସାଧୁ ସନ୍ଥ ଲୋକ । ତେଣୁ ଆମେ ଜମା ଭୟ କରୁନା । ମହିଳାଙ୍କୁ ସଶକ୍ତିକରଣ କରିବାରେ ଆମେ ଅଗ୍ରଣୀ ଭୂମିକା ନେଇଛୁ । ମହିଳାଙ୍କୁ ସଂରକ୍ଷଣ ଦେବାକୁ ପାର୍ଲିଆମେଣ୍ଟରେ ଦାବି କରିଛୁ । ସେ ଦାବି ଚାଲିଛି । ଆମ ଦାବିକୁ ନିଶ୍ଚୟ ଭାବେ କେନ୍ଦ୍ର ଗ୍ରହଣ କରିବ । ଆମ ପ୍ରସ୍ତାବ କାର୍ଯ୍ୟକାରୀ ହେବ ।

ଏହାବି ପଢନ୍ତୁ- BJD to Support NDA: ଦିଲ୍ଲୀରେ ସମର୍ଥନ, ପଲ୍ଲୀରେ ମନ୍ଥନ

ସେହିପରି ଅମର ଶତପଥି କହିଛନ୍ତି ଯେ, କଂଗ୍ରେସ ଅଭିଯୋଗ ନୂଆ ନୁହେଁ । ଯେଉଁମାନେ ଅଭିଯୋଗ କରୁଛନ୍ତି, ସେମାନେ ରାଜନୈତିକ ଦୃଷ୍ଟିକୋଣରୁ କରୁଛନ୍ତି । ଜାତୀୟ ସ୍ୱାର୍ଥ ଏବଂ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତି । ସେ ନିଷ୍ପତ୍ତି ନିଶ୍ଚୟ ଭାବେ ସାହାୟକ ହୁଏ । ଅନ୍ୟମାନେ ତାହାକୁ ଅନୁକରଣ କରନ୍ତି । ବିଜେପିର ଜାତୀୟ ନେତା ମାନେ ଏ ସମ୍ପର୍କରେ କହିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.