ETV Bharat / state

କାଲି ଜନ୍ମଦିନ ପାଳିବ ବିଜେଡି; କର୍ମୀଙ୍କୁ ବାର୍ତ୍ତା ଦେବେ ନବୀନ

BJD foundation day: 26 ଡିସେମ୍ବରରରେ 26 ତମ ଜନ୍ମଦିନ ପାଳିବ ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ନେଇ ସାଇକେଲ ରାଲି ଓ ପଦଯାତ୍ରା କରିବେ ନେତା ଓ କର୍ମୀ । ଅଧିକ ପଢ଼ନ୍ତୁ

କାଲି ଜନ୍ମଦିନ ପାଳିବ ବିଜେଡି
କାଲି ଜନ୍ମଦିନ ପାଳିବ ବିଜେଡି
author img

By ETV Bharat Odisha Team

Published : Dec 25, 2023, 8:39 PM IST

କାଲି ଜନ୍ମଦିନ ପାଳିବ ବିଜେଡି

ଭୁବନେଶ୍ବର: ଆସନ୍ତାକାଲି, ଅର୍ଥାତ ଡିସେମ୍ବର 23 (ମଙ୍ଗଳବାର) ବିଜେଡି ପାଳିବ 27ତମ ଜନ୍ମଦିବସ । ରାଜ୍ୟ ଓ ନିର୍ବାଚନ ମଣ୍ଡଳୀସ୍ତରରେ ପାଳନ ହେବ ଶାସକ ଦଳର ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡିର ଛାମୁଆ ସଂଗଠନ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ନେଇ ସାଇକେଲ ରାଲି ଓ ପଦଯାତ୍ରା କରିବେ ନେତା ଓ କର୍ମୀ ।

ଆସନ୍ତାକାଲି ଶଙ୍ଖ ଭବନରେ ବିଜୁ ଜନତା ଦଳର 27ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ସକାଳ 7ଟା ସମୟରେ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯିବ । ସକାଳ ୮ରୁ କଟକ ଆନନ୍ଦ ଭବନରୁ ଏକ ସାଇକେଲ ରାଲି ଆରମ୍ଭ ହୋଇ ଭୁବନେଶ୍ବର ବିମାନବନ୍ଦର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବ । ସାଢ଼େ ୯ରେ ଶଙ୍ଖ ଭବନରେ ଏକ ବିଶାଳ ରକ୍ତ ଦାନ ଶିବିର ଆରମ୍ଭ ହେବ । ସାଢେ 10ରେ ଭୁବନେଶ୍ବର ଫରେଷ୍ଟ ପାର୍କସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ପୁଷ୍ପମାଳା ଅର୍ପଣ କରିବେ । ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ବାର୍ତ୍ତା ଦେବେ ।

ବିଜେଡିକୁ ଆସନ୍ତାକାଲି 26 ବର୍ଷ ପୂରି 27 ଚାଲିବ । ଦଳର ପ୍ରତିଷ୍ଠା ଦିବସରେ ସାମାଜିକ କାର୍ଯ୍ୟକ୍ରମ, ଜୀବନ ବିନ୍ଦୁ, ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ରହିଛି । ପ୍ରତି ବ୍ଲକ ଓ ନଗରରେ ସଭା ଜରିଆରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ନେଇ ଆଲୋଚନା ହେବ । କର୍ମକର୍ତ୍ତାମାନେ ନିଜକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବାକୁ ଶପଥ ନେବେ । ଏହି କାର୍ଯ୍ୟକ୍ରମ ସହ କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏଁ ସାଇକେଲ ରାଲି ମଧ୍ୟ ହେବ । ଯାହାର ନେତୃତ୍ବ ନେବେ ଛାତ୍ର ଓ ଯୁବ ସଦସ୍ୟ । ଗଣଦୌଡ ବି ହେବ । ପ୍ରତିଷ୍ଠା ଦିବସରେ ମହିଳା ବିଜେଡି ସବୁ କାର୍ଯ୍ୟରେ ଅଂଶୀଦାର ରହିବେ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...କାଲି ବିଜେଡି କାର୍ଯ୍ୟକାରିଣୀ: 26 ବର୍ଷ ପୂର୍ତ୍ତିରେ 26 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ

26 ବର୍ଷ ପାଇଁ 26 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ 12 ଦିନ ଟାର୍ଗେଟ ରହିଛି । 'ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ' ସଫଳ ହୋଇଛି । ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ହେବ । ଦଳର 27 ତମ ପ୍ରତିଷ୍ଠା ଦିବସରେ ସାଇକେଲ ରାଲି ଆୟୋଜନ ହେବ । କଟକରୁ ରାଲି ବାହାରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ । ଏହା ସହିତ ଗଣଦୌଡ ଆୟୋଜନ କରାଯିବ । ତୃଣମୂଳ ସ୍ତରରେ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପହଞ୍ଚାଇବା ପାଇଁ ଛାମୁଆ ସଂଗଠନ ଶପଥ ନେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.