ETV Bharat / state

କଂଗ୍ରେସକୁ ବିଜେଡିର କାଉଣ୍ଟର, ଉମା କହିଲେ ରାଜ୍ୟରୁ ପୋଛି ହୋଇଗଲାଣି କଂଗ୍ରେସ - Dr Ajoy Kumar

BJD Targets Congress: କଂଗ୍ରେସକୁ ବିଜେଡିର କଡ଼ା ଜବାବ । କହିଲେ ରାଜନୈତିକ ଦୃଶ୍ୟପଟରୁ କଂଗ୍ରେସ ଧିରେ ଧିରେ ପୋଛି ହୋଇ ଯାଉଛି । ଅଧିକ ପଢ଼ନ୍ତୁ

କଂଗ୍ରେସକୁ ବିଜେଡିର କାଉଣ୍ଟର
କଂଗ୍ରେସକୁ ବିଜେଡିର କାଉଣ୍ଟର
author img

By ETV Bharat Odisha Team

Published : Jan 7, 2024, 11:04 PM IST

କଂଗ୍ରେସକୁ ବିଜେଡିର କାଉଣ୍ଟର

ଭୁବନେଶ୍ବର: ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ବ ନେବାପରେ ବିଜେଡି ଓ ବିଜେପିକୁ କ୍ରମାଗତ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି ଡଃ ଅଜୟ କୁମାର । ରାଜ୍ୟରେ ଅଣଓଡ଼ିଆଙ୍କ ପ୍ରଭାବ, ଠିକାଦାରୀ, ଶାସନ କ୍ଷମତା ଅଣଓଡ଼ିଆଙ୍କ ହାତରେ ବୋଲି ଅଭିଯୋଗ ଆଣି ସରକାରଙ୍କୁ ବାରମ୍ବାର ଘେରୁଛନ୍ତି ଅଜୟ । ଓଡ଼ିଆଙ୍କ ସ୍ବାଭିମାନ ଓଡ଼ିଆଙ୍କ ହାତରେ ରହିବା କଥା ବୋଲି ସେ କହିଛନ୍ତି । ବିଜେପି ଓ ବିଜେଡିର ଅଘୋଷିତ ମେଣ୍ଟରେ ଓଡ଼ିଶା ଶାସନ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଆଜିର କାର୍ଯ୍ୟକର୍ତ୍ତା ବୈଠକରେ ସେ ବିଜେଡି ଓ ବିଜେପି ମଧ୍ୟରେ ଲୋକସଭା ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ମଧ୍ୟ କହିଥିଲେ ଅଜୟ କୁମାର । ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଜବାବ ଦେଇଛି ବିଜେଡି ।

ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ବିଜେଡି ସରକାର ଓ ପ୍ରମୁଖ ବିରୋଧୀ ବିଜେପିକୁ ଟାର୍ଗେଟ କରି କହିଥିଲେ, "ରାଜ୍ୟରେ ବିଜେଡି ଓ ବିଜେପି ମିଶିକି ଅଛନ୍ତି । ନିର୍ବାଚନ ପାଖେଇଲେ ଦୁଇ ଦଳ ନାଟକ ଜୋରଦାର କରିବେ । ବିଜେପିକୁ ୧୫ ସିଟ୍‌ ଦେବାକୁ ବୁଝାମଣା କରିଛି ବିଜେଡି । ଆଉ ବାକି ୬ ସିଟ୍‌ ପାଇଁ କଥାବାର୍ତ୍ତା ଚାଲିଛି । ଏଠାରେ ଏକମାତ୍ର ବିରୋଧୀ ଦଳ ହେଲା କଂଗ୍ରେସ । କଂଗ୍ରେସ ହିଁ ଗରିବ ଲୋକଙ୍କ ସ୍ବର ହୋଇପାରିବ ।" ଓଡ଼ିଶା କଂଗ୍ରେସର ନବନିଯୁକ୍ତ ପ୍ରଭାରୀଙ୍କ ଘନ ଘନ ଆକ୍ରମଣକୁ ହଜମ କରିପାରିନି ବିଜେଡି । ଡଃ ଅଜୟ କୁମାରଙ୍କୁ ସିଧା ସଳଖ ଭୋଟ ଗଣତି କରି ହିସାବ କରିବାକୁ କହିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ଏକମାତ୍ର ବିରୋଧୀ ଦଳ ହେଉଛି କଂଗ୍ରେସ: ଅଜୟ କୁମାର

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି, "ରାଜନୈତିକ ଦୃଶ୍ୟପଟରୁ କଂଗ୍ରେସ ଧିରେ ଧିରେ ପୋଛି ହୋଇ ଯାଉଛି । ଦିନକୁ ଦିନ କଂଗ୍ରେସର ସ୍ଥିତି ଦୁର୍ବଳ ହେଉଛି । କର୍ମୀଙ୍କ ମନୋବଳ ବଢ଼ାଇବାକୁ କଂଗ୍ରେସର ଏପରି ଅଭିଯୋଗ । ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେଉଛି । ଆଗକୁ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେବ । ବିଜେଡି ପୁଣି ଜିତିବ । ଆମେ ସବୁବେଳେ କେନ୍ଦ୍ର ବିରୋଧରେ ଲଢ଼େଇ କରି ଆସିଛୁ । ୨୦୧୪ରେ କଂଗ୍ରେସ ଯାହା ଭୋଟ ପାଇଥିଲା, ୨୦୧୯ରେ ସବୁ ବିଜେପି ନେଇଗଲା । ତେଣୁ ଏଥିରୁ ସେମାନେ ଜାଣନ୍ତୁ ବିଜେପି ଓ କଂଗ୍ରେସ ଭାଇ ଭାଇ ନା ବିଜେପି- ବିଜେଡି ଭାଇ ଭାଇ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.