ETV Bharat / state

Dhamnagar By poll: ଭିସିରେ ଭୋଟ ମାଗିଲେ ନବୀନ, କହିଲେ 18ମାସରେ ହେବ 5ବର୍ଷର କାମ

author img

By

Published : Oct 31, 2022, 8:02 PM IST

ଜମୁଛି ଧାମନଗରରେ ରାଜନୈତିକ ଦଳର ପ୍ରଚାର । ପ୍ରଚାର ଶେଷର ଦିନକ ପୂର୍ବରୁ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର ବୋଲି କହିଛନ୍ତି ନବୀନ । ଅଧିକ ପଢ଼ନ୍ତୁ

Dhamnagar By poll: ଭିସିରେ ଭୋଟ ମାଗିଲେ ନବୀନ, କହିଲେ ଧାମନଗର ଦାୟିତ୍ବ ମୋର

ଭୁବନେଶ୍ବର: ଜମୁଛି ଧାମନଗରରେ ରାଜନୈତିକ ଦଳର ପ୍ରଚାର । ପ୍ରଚାର ଶେଷର ଦିନକ ପୂର୍ବରୁ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ଭିସି ଜରିଆରେ ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି । ଆସନ୍ତା ୧୮ ମାସରେ ପାଞ୍ଚ ବର୍ଷର କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଆଉ କାମକୁ ନିଜେ ଦେଖିବେ ବୋଲି କହିଛନ୍ତି ନବୀନ ।

ଧାମନଗର ଉପନିର୍ବାଚନ ବିଜୟ ପାଇଁ ସବୁ ଦଳ ଏବେ ପ୍ରଚାର ଜୋରଦାର କରିଛନ୍ତି । ଷ୍ଟାର ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ପ୍ରଚାର ଶେଷର ଦିନକ ପୂର୍ବରୁ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ । ଭିସି ଜରିଆରେ ନବୀନ କରିଛନ୍ତି ପ୍ରଚାର । ଏକକାଳୀନ 13ଟି ସଭାରେ ମୁଖ୍ୟମନ୍ତ୍ରୀ ଧାମନଗରବାସୀଙ୍କୁ ସମ୍ବୋଧନ କରିଛନ୍ତି ।

ନବୀନ କହିଛନ୍ତି, "ଧାମନଗରର ବିକାଶ ଆହୁରି ଆଗକୁ ବଢିବ । ବର୍ତ୍ତମାନ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ରହିଛି । ଏ ସମୟ ଭିତରେ ଆମେ ପାଞ୍ଚ ବର୍ଷର କାମ କରିପାରିବା । ଏହା ମୁଁ ନିଜେ ଦେଖିବି । ଧାମନଗରର ବିକାଶ ଆହୁରି ଆଗକୁ ବଢିବ । ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର । ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଥିରେ ଅଛି । ସୁଖ ଦୁଃଖ ସବୁବେଳେ ଲୋକଙ୍କ ପାଖରେ ଅଛି । ଲୋକଙ୍କ ପାଇଁ କାମ କରିଆସୁଛି । ବିଜେଡି ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି ।"

ଧାମନଗରର ୬ଟି ଜିଲ୍ଲା ପରିଷଦ ଆସନରୁ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି । ସେହିପରି ଧାମନଗର ଏନଏସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ବିଜେଡିକୁ ମିଳିଛି । ଆସନ୍ତା ନିର୍ବାଚନରେ ବି ସେ ଧାରା ଜାରି ରହିବ ବୋଲି ନବୀନ ଆଶା ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.