ETV Bharat / state

ବିଜେଡି ମୁଖ୍ୟ କାର୍ଯ୍ୟାଳୟ କୋଠା ନିର୍ମାଣରେ ଶ୍ରମଦାନ କଲେ ଯୁବ ଓ ଛାତ୍ର ନେତା

author img

By

Published : Mar 15, 2023, 7:21 AM IST

ବିଜେଡିର ନିର୍ମାଣାଧୀନ ନୂତନ କାର୍ଯ୍ୟାଳୟରେ ଶ୍ରମଦାନ କଲେ ବିଜୁ ଛାତ୍ର ଜନତା ଦଳ ଓ ଯୁବ ଜନତା ଦଳର ନେତା । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବରିଷ୍ଠ ନେତା ହେଲେ ସାମିଲ । ଅଧିକ ପଢ଼ନ୍ତୁ

ବିଜେଡି ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣରେ ଯୁବ ଓ ଛାତ୍ର ନେତାଙ୍କ ଶ୍ରମଦାନ

ଭୁବନେଶ୍ବର: ହାତରେ କୋଡ଼ି ଧରି ଓ ମୁଣ୍ଡରେ ଠେକା ଭିଡ଼ି କୋଠା ନିର୍ମାଣ କଲେ ବିଜେଡି କର୍ମୀ । ବିଜୁ ଜନତା ଦଳର ନିର୍ମାଣାଧୀନ ନୂତନ କାର୍ଯ୍ୟାଳୟରେ ଶ୍ରମଦାନ କଲେ ବିଜୁ ଛାତ୍ର ଜନତା ଦଳ ଓ ଯୁବ ଜନତା ଦଳର ନେତା । ଦଳର ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣରେ ସମସ୍ତେ ଦିନଟିଏ ଶ୍ରମଦାନ କରିଛନ୍ତି । ଏଥିପାଇଁ ବିଜୁ ଜନତା ଦଳର ନିର୍ମାଣାଧୀନ ନୂତନ କାର୍ଯ୍ୟାଳୟରେ ଗତକାଲି (ମଙ୍ଗଳବାର) ସକାଳ ସମୟରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ ।

ମୁଣ୍ଡରେ ଟୋପି, ଠେକା ଓ ହାତରେ କୋଡ଼ି ଧରି ସମସ୍ତେ ଲାଗି ପଡିଛନ୍ତି କୋଠା ନିର୍ମାଣ କାର୍ଯ୍ୟରେ । କିଏ ମାଟି ହାଣି ଦେଉଛି ତ ଆଉ କିଏ ପାଚେରୀ ନିର୍ମାଣରେ ଇଟା ଟିଏ ଯୋଡି ଦେଉଛି । ଆଉ କିଏ ପୁଣି ବାଲି ସିମେଣ୍ଟ ମିଶାଇ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କୁ ସହଯୋଗର ହାତ ବଢାଇଦେଉଛି । ବିଜୁ ଛାତ୍ର ଓ ଯୁବ ସଂଗଠନର ସଦସ୍ୟ ସଦସ୍ୟା ସମସ୍ତଙ୍କ ମନରେ ପରିଲକ୍ଷିତ ହୋଇଛି ନୂତନ ଉତ୍ସାହ । ରାଜ୍ୟର ସବୁ ଜିଲ୍ଲାରୁ ଭୁବନେଶ୍ବରକୁ ଆସି ଦଳର ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣରେ ଶ୍ରମଦାନ କରିଛନ୍ତି ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ଓ କର୍ମୀ । ସମସ୍ତଙ୍କୁ ଏଥିରେ ଉତ୍ସାହିତ କରିବା ପାଇଁ ସେମାନଙ୍କ ସହ ସାମିଲ ହୋଇଥିଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସାଙ୍ଗଠନିକ ସମ୍ପାଦକଙ୍କ ସହ ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ମଧ୍ୟ ଦଳର ଛାତ୍ର ଓ ଯୁବ ସଦସ୍ୟଙ୍କ ସହ ଯୋଡ଼ି ହୋଇଥିଲେ ।

ଏନେଇ ବିଜେଡି କର୍ମୀ କହିଛନ୍ତି, "ସମସ୍ତଙ୍କର ଯେପରି ଅନୁଭବ ହେବ ଆଉ ସ୍ମୃତି ରହିବ ଯେ ମୁଁ ମଧ୍ୟ ମୋ ଦଳର କାର୍ଯ୍ୟାଳୟ ପାଇଁ ଝାଳ ଦେଇଛି ଆଉ ପରିଶ୍ରମ କରି ଏହାକୁ ନିର୍ମାଣ କରିବାରେ ଗୁଣ୍ଡୁଚି ମୂଷା ଭଳି ଯୋଗଦାନ ଦେଇଛି । ସେଥିପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।" ଗତକାଲି ରାଜ୍ୟର ସବୁ ଜିଲ୍ଲାରୁ ଭୁବନେଶ୍ୱରକୁ ଛୁଟି ଆସିଥିଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ଓ କର୍ମୀ । ସମସ୍ତଙ୍କ ମନରେ ଗୋଟିଏ ଆଶା କେତେ ଶୀଘ୍ର ଦଳର ନୂତନ ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ସମସ୍ତଙ୍କ କାର୍ଯ୍ୟରେ ଲାଗିପାରିବ । ସେଥିପାଇଁ ଦଳର ସୁପ୍ରିମୋ ନବୀନ ନିବାସରୁ ସବୁ ବିଜୁ ଛାତ୍ର ଏବଂ ଯୁବ ସଂଗଠନର କର୍ମୀମାନଙ୍କୁ ଡାକରା ଦିଆଯାଇଥିଲା । ସମସ୍ତ କର୍ମୀମାନେ ଶ୍ରମଦାନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କହିଥିଲେ ସମସ୍ତେ ଏମିତି କାମ କଲେ ଦଳକୁ ଆହୁରି ସୁଦୃଢ କରିହେବ । ଯୁବକ ମାନେ ହିଁ ଦଳକୁ ଆଗକୁ ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.