ETV Bharat / state

ଆଇଟି ରେଡ୍ ନେଇ ବିଜେଡିର ବୟାନ; ଚର୍ଚ୍ଚାରେ ରହିବାକୁ ଗପ କହୁଛନ୍ତି ବିଜେପି ନେତା - ଆୟକର ବିଭାଗ ଚଢାଉ

IT Raid In Odisha: ଆୟକର ବିଭାଗ ଚଢାଉ ନେଇ ବିଜେପିକୁ କଟାକ୍ଷ କଲା ବିଜେଡି । ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ରାଜ୍ୟ ବିଜେପି ଗପ କହୁଛି ବୋଲି କହିଲେ ବିଜେଡି ମୁଖପାତ୍ର ଇପ୍ସିତା । ଅଧିକ ପଢନ୍ତୁ

ଆଇଟି ରେଡ
bjd statement on it raid
author img

By ETV Bharat Odisha Team

Published : Dec 10, 2023, 8:30 AM IST

ଭୁବନେଶ୍ବର: ରାଜ୍ୟରେ ଆୟକର ବିଭାଗ ଚଢ଼ାଉ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଗୋଟିଏ ପଟେ ପୁଳା ପୁଳା ଟଙ୍କା ଜବତ ହେଉଥିବା ବେଳେ ଅନ୍ୟପଟେ ବିଜେଡି ବିଜେପି ପରସ୍ପରକୁ କଟାକ୍ଷ କରିବାରେ ଲାଗିଛନ୍ତି । ସିବିଆଇ ତଦନ୍ତ କରିବାକୁ ବିଜେଡିକୁ ବିଜେପି ଆହ୍ବାନ ଦେଇଥିବା ବେଳେ ଏହାର କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର । ଆୟକର ଚଢଉକୁ ନେଇ ବିଜେପି ହୀନ ରାଜନୀତି କରୁଛି । ବିବାଦ ଭିତରକୁ ବିଜେଡିକୁ ଟାଣି ରାଜ୍ୟ ବିଜେପି ଲୋକହସା ହେଉଛି । ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ରାଜ୍ୟ ବିଜେପି ଗପ କହୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।

ସେ କଟାକ୍ଷ କରି କହିଛନ୍ତି ଯେ, ଆୟକର ବିଭାଗର ଚଢାଉକୁ ନେଇ ଓଡ଼ିଶା ବିଜେପି ନେତାମାନେ ହୀନ ରାଜନୀତିର ଉଦ୍ଦେଶ୍ୟ ରଖି ବୟାନ ଦେଉଛନ୍ତି । ଲୋକହସା ହେବା ଆଗରୁ ବୋଧହୁଏ ଦେଖୁନାହାନ୍ତି କିମ୍ବା ବୁଝୁ ନାହାନ୍ତି ଯେ ତାଙ୍କ ନିଜ ଦଳର ରାଷ୍ଟ୍ରୀୟ ସ୍ତରର ନେତାମାନେ କ’ଣ ମତ ରଖୁଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଛନ୍ତି ଯେ, ଦେଶବାସୀ ଏହି ଟଙ୍କାର ସମାହାରକୁ ଦେଖନ୍ତୁ । ଆଉ ଏମାନଙ୍କର ନେତାଙ୍କର ସ୍ୱଚ୍ଛତାର ଭାଷଣ ଶୁଣନ୍ତୁ । ଜନତାଙ୍କ ଠାରୁ ଯାହା ଲୁଟିଛନ୍ତି, ପ୍ରତିଟି ପଇସା ଫେରାଇବାକୁ ପଡିବ । ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟର ଫଟୋକୁ ନିଜ ଏକ୍ସରେ ସ୍ଥାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଥିରେ ଶୀର୍ଷକ ରହିଛି, ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ୧୦ଟି ସ୍ଥାନରେ ଚଢାଉ । ୨୦୦ କୋଟି ନଗଦ ମିଳିଲା, ଗଣତି ଜାରି ।

ଏହା ମଧ୍ୟ ପଢନ୍ତୁ-ଆଇଟି ରେଡ; ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଭିଯୋଗ ଆଣିଲା ବିଜେପି

ସେ ଆହୁରିମଧ୍ୟ କହିଛନ୍ତି ଯେ, ବିଜେପିର ରାଷ୍ଟ୍ରୀୟ ସ୍ତରର ନେତା ଓ ଝାଡଖଣ୍ଡର ବିଜେପି ୟୁନିଟର ନେତାମାନେ, କଂଗ୍ରେସକୁ ସମାଲୋଚନା କରିବା ସହ ମିଳିଥିବା ଅର୍ଥ କଂଗ୍ରେସର ବୋଲି ସ୍ପଷ୍ଟ ଭାବେ ପ୍ରତିକ୍ରିୟା ଦେଇଛନ୍ତି । ଝାଡଖଣ୍ଡ କଂଗ୍ରେସ କହୁଛି, ମିଳିଥିବା ବିପୁଳ ପରିମାଣର ନଗଦ ଅର୍ଥ ସହ ବିଜେପି ନେତାଙ୍କର ସମ୍ପର୍କ ରହିଛି । ହେଲେ ଓଡ଼ିଶା ବିଜେପିର ଅବସ୍ଥା କିନ୍ତୁ କାଳି ଗାଈର ଭିନ୍ନ ଗୋଠ ପରି । ମିଡିଆରେ ମୁହଁ ଦେଖାଇବାକୁ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏଥିପାଇଁ ଅନେକବାର ସେମାନେ ମିଛ ଖବରର ସାହାରା ନିଅନ୍ତି । ଏଥିପାଇଁ ହୀନ ବୁଦ୍ଧି ଖଟାଇ ପ୍ରସଙ୍ଗ ଭିତରକୁ କିଭଳି ବିଜେଡିକୁ ଟାଣିବେ ସେନେଇ ଖସଡା ପ୍ରସ୍ତୁତ କରନ୍ତି । ମନଇଚ୍ଛା ମିଛ ଗପି ଚାଲନ୍ତି । ଯେଉଁଥିପାଇଁ ଅନେକବାର ଲୋକହସା ବି ହୋଇଛନ୍ତି । ଏଭଳି ହୀନ ରାଜନୀତି ପାଇଁ ବିଜେପିକୁ ଓଡିଶାବାସୀ ବାରମ୍ବାର ପ୍ରତ୍ୟାଖାନ କରିଛନ୍ତି । ଆଗକୁ ମଧ୍ୟ ପ୍ରତ୍ୟାଖାନ କରିବେ ବୋଲି ଇପ୍ସିତା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.