ETV Bharat / state

ଟାର୍ଗେଟ କଲେ ମନମୋହନ ଜବାବ ଦେଲେ ବ୍ୟୋମକେଶ, CMOର ଗସ୍ତ ପାଇଁ ସମ୍ଭବ ହେଉଛି ଉନ୍ନତି

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏକ୍ସରେ ଚାର୍ଗେଟ କଲେ ବିଜେଡି ଯୁବ ବିଧାୟକ ବ୍ୟୋମକେଶ ରାୟ । କହିଲେ CMOର ଗସ୍ତ ପାଇଁ ହେଉଛି ଉନ୍ନତି । ମୁଖ୍ୟମନ୍ତ୍ରୀ ଗୃହରେ ରଖିସାରିଛନ୍ତି ବିବୃତ୍ତି । ଅଧିକ ପଢନ୍ତୁ

ମନମୋହନଙ୍କୁ ଟ୍ବିଟରେ ଚାର୍ଗେଟ କଲେ ବ୍ୟୋମକେଶ, କହିଲେ CMO ର ଗସ୍ତ ପାଇଁ ହେଉଛି ଉନ୍ନତି

author img

By ETV Bharat Odisha Team

Published : Oct 1, 2023, 9:35 PM IST

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଥରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନବିରୋଧୀ ଶବ୍ଦର ସଂଜ୍ଞା ଏବଂ 5ଟି ସଚିବଙ୍କ ହେଲିକପ୍ଟର ଗସ୍ତ ସମ୍ପର୍କିତ ଖର୍ଚ୍ଚକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ତେବେ ଶାସକ ବିଜେଡି ତାର ଜବାବ ରଖିଛି । ଏହାର ଉତ୍ତର ଦେବାକୁ ଯାଇ ଦଳୀୟ ବିଧାୟକ ବ୍ୟୋମକେଶ ରାୟ ଏକ୍ସ ମାଧ୍ୟମରେ ମନମୋହନଙ୍କୁ ଟାର୍ଗେଟ କରିଛନ୍ତି ।

ଏକ୍ସରେ ବ୍ୟୋମକେଶ କହିଛନ୍ତି, ‘‘ମନମୋହନ ବାବୁ, ଆମ ଜିଲ୍ଲା ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍ ଆସିବା ପରେ ବାବା ଆଖଣ୍ଡଳମଣି ମନ୍ଦିରର ପାରିପାର୍ଶ୍ଵକ ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଛି । ଆପଣ ମନ୍ତ୍ରୀ ଏବଂ ବିଧାୟକ ଥିବା ସମୟରେ ମନ୍ଦିରର ବିକାଶ ପାଇଁ କେବେ ଚେଷ୍ଟା ମଧ୍ୟ କରିନଥିଲେ ।’’

ଆହୁରି ମଧ୍ୟ ବ୍ୟୋମକେଶ କହିଛନ୍ତି,‘‘ ଚାନ୍ଦବାଲିରୁ ଧାମରା ଯିବାକୁ ପୂର୍ବରୁ ୪ ଘଣ୍ଟା ସମୟ ଲାଗୁଥିଲା । ଏବେ ମନ୍ତେଇ ସେତୁ ନିର୍ମାଣ ଯୋଗୁଁ ମାତ୍ର ୪୫ ମିନିଟ୍ ଲାଗୁଛି । ଫଳରେ ହଜାର ହଜାର ଲୋକ ଉପକୃତ ହେଉଛନ୍ତି । ଇନଲାଣ୍ଡ-ଓ୍ବାଟର-ୱେର ଯାହା ନିୟମ ରହିଛି ସେଥିରେ ସେତୁ କାମ ସମ୍ଭବ ହେଉନଥିଲା । ହେଲେ CMOର ପ୍ରତ୍ୟକ୍ଷ ତତ୍ବାବଧାନରେ କାମ ସମ୍ଭବ ହୋଇପାରିଛି । ଭଦ୍ରକାଳୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ନେହେରୁ ଷ୍ଟାଡିୟମ ଉନ୍ନତିକରଣ ସାଙ୍ଗକୁ ସ୍ବିମିଂ ପୁଲ କମ୍ପ୍ଲେକ ନିର୍ମାଣ କରାଯାଉଛି । ମନ୍ଦିରର ବିକାଶ ସାଙ୍ଗକୁ ଭଦ୍ରକରେ ଚାଲୁଥିବା ଉନ୍ନତିମୂଳକ କାର୍ଯ୍ୟକୁ ଆପଣ ବିରୋଧ କରୁଛନ୍ତି କାହିଁକି ?’’

‘‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପଛର ଚିନ୍ତାଧାରା ଓ ଏ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ତାର ବିସ୍ତୃତ ତଥ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖି ସାରିଛନ୍ତି । ଯଦି ଆପଣଙ୍କ ପାଖରେ ଅଧିକ କିଛି ତଥ୍ୟ ଅଛି ତେବେ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ । ହେଲେ ଦୁର୍ଭାଗ୍ୟର କଥା ଆପଣ ଯେଉଁଭଳି ବିନା ତଥ୍ୟ ପ୍ରମାଣରେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି, ଲାଗୁଛି ଆପଣ ଜନତାଙ୍କ ସମସ୍ୟା ଦୂର ହେବା ଯୋଗୁଁ ଖୁସି ନାହାନ୍ତି । ଭଦ୍ରକବାସୀ ଏବଂ ଓଡିଶାବାସୀ ଖୁସିରେ ରହିଲେ ବୋଧେ ଆପଣଙ୍କୁ କଷ୍ଟ ହେଉଛି । ମୁଖ୍ୟମନ୍ତ୍ରୀ ସେଥୁପାଇଁ ସ୍ପଷ୍ଟ ଭାବେ କହିଛନ୍ତି, ଯିଏ ଜନତାଙ୍କ ବିକାଶକୁ ବିରୋଧ କରୁଛି ସେ ହେଉଛି ଜନବିରୋଧୀ । ଆଉ ଏଭଳି ଜନବିରୋଧୀ ନେତାଙ୍କୁ ଓଡିଶାବାସୀ ସବୁବେଳେ ଉଚିତ୍‌ ଜବାବ ଦିଅନ୍ତି ।’’

ଏହା ମଧ୍ୟ ପଢନ୍ତୁ :- ଖର୍ଚ୍ଚର ହିସାବ ନଦେଇ ଖସିପାରିବେନି ରାଜ୍ୟ ସରକାର, କେନ୍ଦ୍ରୀୟ ତଦନ୍ତ ଇସାରା ଦେଲେ ମନମୋହନ

ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନମୋହନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । କହିଥିଲେ, ‘‘ନିଜ ଆଖିକୁ ଆଙ୍ଗୁଳି ଯିବନି, ରାଜ୍ୟ ସରକାର ତଦନ୍ତ କରିବେନି । ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ ହେଉଛି, ହେଲେ ସଚିବ ବୁଲୁଛନ୍ତି ତାର ତନ୍ନ ତନ୍ନ ତଦନ୍ତ ହେବ । ବିଜେପି ଛିଣ୍ଡା କାଗଜର ମଧ୍ୟ ହିସାବ ନେବ । ସେମାନେ ୬୦୦ କୋଟିକୁ ୫୦ କୋଟି ବୋଲି ବିଧାନସଭାରେ ହିସାବ ଦେଇଛନ୍ତି । କେନ୍ଦ୍ର ଅନୁଦାନରୁ ଆସିଥିବା ୧୮ ଲକ୍ଷ ୮୩ ହଜାର କୋଟି ଲୁଟ୍ ହେଲାଣି । ଜନବିରୋଧୀ କି’ଏ ଲୋକ ଜାଣିଛନ୍ତି । ଆମ ବିରୋଧୀ ଦଳ ନେତାଙ୍କ ମାନସିକ ଭାରସାମ୍ୟ ନାହଁ ଯିଏ କହୁଛି ଏଭଳି ଦାୟିତ୍ୱହୀନ ସରକାରୀ ଦଳଠୁ ଆମେ କିଛି ଆଶା କରୁନାହୁଁ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.