ETV Bharat / state

ବାଦ ପଡିଛନ୍ତି ଯୋଗ୍ୟ ହିତାଧିକାରୀ, କେନ୍ଦ୍ର ଅର୍ଥ ଦେଲେ ରାଜ୍ୟ ଯୋଗାଇବ ଘର: ବିଜେଡି

author img

By

Published : Jan 17, 2023, 8:42 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି । ହେଲେ କେନ୍ଦ୍ର ସରକାର ଉପେକ୍ଷା କରୁଥିବା ବିଜେଡି ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

pradhan mantri awas yojana
ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ବାଦ ପଡିଛନ୍ତି ଯୋଗ୍ୟ ହିତାଧିକାରୀ

ଭୁବନେଶ୍ବର: ବହୁ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି । ଏବେ ପ୍ରକାଶ ପାଇଥିବା ତାଲିକାରେ ନାଁ ନାହିଁ । ଏକଥା ସ୍ୱୀକାର କରିଛି ବିଜେଡି । ଏଥି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଅଧିକ ଅର୍ଥ ଦାବି କରୁଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଅଧିକ ଅର୍ଥ ଯୋଗାଇଲେ ବାଦ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ଘର ଯୋଗାଇବେ ବୋଲି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିବ ଡ୍ରୋନ୍, ଅର୍ଥ ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, "ବିଜେପି ନେତା ବାସ୍ତବ ସତ୍ୟ ଜାଣିନାହାନ୍ତି କିମ୍ବା ନଜାଣିବା ପରି ଅଭିନୟ କରୁଛନ୍ତି । ରାଜନୀତି କରିବା ଲାଗି ଏପରି ପ୍ରତିକ୍ରିୟା ସହ ରାଜ୍ୟପାଳଙ୍କୁ ଭେଟୁଛନ୍ତି । ବାସ୍ତବ ସତ୍ୟ ହେଉଛି, 2019 ପରଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓଡିଶା ବାସୀଙ୍କୁ ମିଳିନଥିଲା । କେନ୍ଦ୍ର ସରକାର ଟାଳଟୁଳ ନୀତି ପୋଷଣ କରୁଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ 5 ଥର ଚିଠି ଲେଖିଛନ୍ତି । ବର୍ତ୍ତମାନ ଆବଣ୍ଟିତ ଘର 2019 ପୂର୍ବରୁ 2011 ଜନଗଣନାକୁ ଆଧାର କରି ଯେଉଁ ମାନଙ୍କର ଚାଳ ଘର, ପୂର୍ବରୁ କୌଣସି ଯୋଜନାରେ ଘର ପାଇନାହାନ୍ତି ତାହାର ତାଲିକା ହୋଇଥିଲା । ସେଇ ତାଲିକା କେନ୍ଦ୍ର ନିକଟକୁ ପଠାଯାଇଥିଲା । ତାହାକୁ କେନ୍ଦ୍ର ଅନୁମୋଦନ କରିବା ପରେ ସେହି ତାଲିକା ପ୍ରକାଶ ପାଇଛି । ତାପରେ ତଦନ୍ତ କରାଯାଇ ଅଯୋଗ୍ୟଙ୍କୁ ବାଦ ଦେଇ ତାଲିକା ପଞ୍ଚାୟତଓ୍ୱାରୀ ମରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ: ରେଳମନ୍ତ୍ରୀ ଜୀବନ ରକ୍ଷା ପଦକ ପାଇଲେ RPF ସୁବ୍ରତ କୁମାର ମହାରଣା

ତାଲିକାରେ ଯେଉଁ ଅଯୋଗ୍ୟ ହିତାଧିକାରୀ ରହିଯାଇଛନ୍ତି ସେମାନଙ୍କୁ ବାଦ ଦେବା ଲାଗି ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଯୋଗ୍ୟ ବାଦ ପଡ଼ିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ପାଇଁ କାର୍ଯ୍ୟାଦେଶ ମିଳିବ ବୋଲି ବିଧାୟକ ଧ୍ରୁବ ସାହୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କିଛି ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ନାହିଁ । ସେଥିପାଇଁ ଆର୍ଥିକ ଅନୁଦାନ ଦେବା ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ବାରମ୍ବାର ଉପେକ୍ଷା କରୁଛନ୍ତି । ଘର ପାଇବାର ଅଧିକାର ସମ୍ବିଧାନ ପ୍ରଦତ୍ତ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦାୟିତ୍ବ ହେଉଛି ଗରିବ ଲୋକଙ୍କୁ ଘର ଯୋଗାଇ ଦେବା । ଅଧିକ ଅର୍ଥ ମିଳିଲେ, ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.