ETV Bharat / state

ଚିରଞ୍ଜୀବ ଓ ମୋକିମଙ୍କ ଗତି କୁଆଡେ ? ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହେଲେ ସ୍ବାଗତ : ବିଜେଡି

author img

By

Published : Jul 18, 2023, 7:04 PM IST

ଦଳ ବିରୋଧୀ କାର୍ଯ୍ୟକ୍ରମ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳ । ନିଲମ୍ବନ ପରେ ମଧ୍ୟ କଂଗ୍ରେସରେ ଅଛନ୍ତି ବୋଲି ଉଭୟ କହିଛନ୍ତି । ଭବିଷ୍ୟତ ନେଇ ମୋକିମ କହିଛନ୍ତି ଯେ, ମୁଁ କଂଗ୍ରେସରେ ଅଛି । କଂଗ୍ରେସ ଟିକେଟ ଦେବ ବୋଲି ଆଶା ଅଛି । ନହେଲେ ସ୍ବାଧୀନ ଲଢିବି । ଅନ୍ୟଦଳକୁ ଯିବି ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଚିରଞ୍ଜୀବ ଓ ମୋକିମଙ୍କ ଗତି କୁଆଡେ ? ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହେଲେ ସ୍ବାଗତ : ବିଜେଡି
ଚିରଞ୍ଜୀବ ଓ ମୋକିମଙ୍କ ଗତି କୁଆଡେ ? ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହେଲେ ସ୍ବାଗତ : ବିଜେଡି
ଚିରଞ୍ଜୀବ ଓ ମୋକିମଙ୍କ ଗତି କୁଆଡେ ? ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହେଲେ ସ୍ବାଗତ : ବିଜେଡି

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ନିଲମ୍ବନ ଆଦେଶ ପାଇବା ପରେ ଉଭୟ ଗଣମାଧ୍ୟମ ଜରିଆରେ ନିଜର ପ୍ରତିକ୍ରିୟା ଜନସାଧାରଣଙ୍କ ପାଇଁ ରଖିଛନ୍ତି । ହେଲେ ଉଭୟ ବରିଷ୍ଠ ନେତାଙ୍କ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ହେଲେ ଉଭୟଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ପ୍ରତିକ୍ରିୟା ସମ୍ନାକୁ ଆସିଛି । ଯଦି କେହି ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଓ ଆଦର୍ଶ ଗ୍ରହଣ କରି ବିଜେଡିରେ ସାମିଲ ହେଲେ ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ଏହାବି ପଢନ୍ତୁ- ଟିକେଟ ଦେଲେ କଂଗ୍ରେସରୁ ଲଢ଼ିବି, ନହେଲେ ସ୍ୱାଧୀନ: ମୋକିମ

ଦଳ ବିରୋଧୀ କାର୍ଯ୍ୟକ୍ରମ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳ । ନିଲମ୍ବନ ପରେ ମଧ୍ୟ କଂଗ୍ରେସରେ ଅଛନ୍ତି ବୋଲି ଉଭୟ କହିଛନ୍ତି । ଭବିଷ୍ୟତ ନେଇ ମୋକିମ କହିଛନ୍ତି ଯେ, ମୁଁ କଂଗ୍ରେସରେ ଅଛି । କଂଗ୍ରେସ ଟିକେଟ ଦେବ ବୋଲି ଆଶା ଅଛି । ନହେଲେ ସ୍ବାଧୀନ ଲଢିବି । ଅନ୍ୟଦଳକୁ ଯିବି ନାହିଁ ବୋଲି କହିଛନ୍ତି । ସେହିପରି ଚିରଞ୍ଜୀବ ମଧ୍ୟ କଂଗ୍ରେସରେ ଥିବା କଥା କହିଛନ୍ତି । କିନ୍ତୁ ଆଗାମୀ ଦିନରେ କଂଗ୍ରେସରେ ରହିବେ କି ଅନ୍ୟ ଦଳକୁ ଯିବେ ସେ ନେଇ ସ୍ପଷ୍ଟ କିଛି କହିନାହାଁନ୍ତି । ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦଳ ଓ ନେତାଙ୍କ ଉପରେ ଅସନ୍ତୋଷ ଥିବାରୁ ସେ ବିଜେଡିକୁ ଯିବାକୁ ଚିନ୍ତା କରୁଥିବା ଚର୍ଚ୍ଚା ଲାଗି ରହିଛି । ସମାନ ଚର୍ଚ୍ଚା ମୋକିମଙ୍କୁ ନେଇ ମଧ୍ୟ ହେଉଛି ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ପାରାଦ୍ବୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଯେ, ଚିରଞ୍ଜୀବ ଏକ ରାଜନୈତିକ ଦଳରେ ଥିଲେ । ବିଶୃଙ୍ଖଳିତ ଆଚରଣ ଯୋଗୁଁ ହୁଏତ ତାଙ୍କ ଦଳର ହାଇକମାଣ୍ଡ ତାଙ୍କୁ ଦଳରୁ ବାହାର କରିଛନ୍ତି । ସେ ତା ବାବଦରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଏ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ଅଛି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । କିଛି କୁଚକ୍ରୀ ତାଙ୍କୁ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଏନେଇ ବିଜେଡିର କିଛି କହିବାର ନାହିଁ । ଆଗକୁ କଣ ହେବ ନହେବ ଆଶଙ୍କା କରିବାର କଣ ଅଛି ।

ଏହାବି ପଢନ୍ତୁ- ମୋ ରକ୍ତରେ ବେଇମାନୀ ନାହିଁ, କଂଗ୍ରେସକୁ ସୃଦୁଢ କରିବାକୁ ମତ ଦେଇଥିଲି: ଚିରଞ୍ଜୀବ

ବିଜୁ ଜନତା ଦଳ ହେଉଛି ସାରା ଭାରତ ବର୍ଷରେ ଶୃଙ୍ଖଳିତ ଦଳ । ତେଣୁ ବିଜୁ ଜନତା ଦଳ ପରି ଏକ ବଡ଼ ପରିବାରରେ ନିଜକୁ ସାମିଲ କରିବା ଲାଗି ସମସ୍ତେ ଚାହିଁବେ । ବିଜେଡିରେ ସାମିଲ କରିବାରେ କୌଣସି ଅସ୍ବାଭାବିକ କଥା ନୁହେଁ । ଅତୀତରେ ଅନେକ ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳର ସାମିଲ ହୋଇଛନ୍ତି । ଭବିଷ୍ୟତରେ ମଧ୍ୟ ଯଦି କେହି ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଓ ଆଦର୍ଶ ଗ୍ରହଣ କରି ଦଳରେ ସାମିଲ ହେଲେ ଅସୁବିଧା ନାହିଁ । ଉପକୂଳ ଓଡ଼ିଶାରେ ସର୍ବାଧିକ ବିଜୁ ଜନତା ଦଳକୁ ଭୋଟ ଦେଇ ଆସୁଛନ୍ତି । ଅଣ କଂଗ୍ରେସର ଗଡ଼ ହୋଇସାରିଛି ଉପକୂଳ ଓଡ଼ିଶା ।

ସେହିପରି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି ଯେ, କଂଗ୍ରେସ ଦଳର ଶୃଙ୍ଖଳା ପାଇଁ ଏଆଇସିସି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କଂଗ୍ରେସର ନେତା ଓ କର୍ମୀ ସଜାଗ ହୋଇଯିବୁ । ଦଳ ଭିତରେ ବିଶୃଙ୍ଖଳା କରିବେ ନାହିଁ । ସେଥିପାଇଁ ଏଆଇସିସି ଏହି ପଦକ୍ଷେପ ନେଇଛି । ସେମାନଙ୍କୁ ବହିଷ୍କାର ନୁହେଁ ନିଲମ୍ବିତ କରାଯାଇଛି । କିଛିଦିନ ପରେ ସେମାନେ ଯଦି ସୁଧୁରୀ ଯିବେ, ଦଳ ବିରୋଧୀ ମନ୍ତବ୍ୟ ନଦେବେ ବା ଖରାପ ବାର୍ତ୍ତା ନଦେବେ ତାହାଲେ ସେମାନେ ଦଳକୁ ପୁଣି ଫେରିଆସିବେ । କାର୍ଯ୍ୟାନୁଷ୍ଠାନ ପରେ କଂଗ୍ରେସ ଉପରେ କୌଣସି ପ୍ରଭାବ ପଡିବ ନାହିଁ । କାର୍ଯ୍ୟାନୁଷ୍ଠାନ ଭଲ ବାର୍ତ୍ତା ଦେଇଛି । କଂଗ୍ରେସରେ ବଡ଼ ନେତା ହୁଅନ୍ତୁ ବା ତୃଣମୂଳ ନେତା ଆଉ ବିଶୃଙ୍ଖଳା ଆଚରଣ କରିବେ ନାହିଁ । ନିଶ୍ଚିତ ଭାବେ ଦଳ ଯାହା କରିଛି ଭଲ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.