ETV Bharat / state

Archana Nag Case: ରାଷ୍ଟ୍ରୀୟ ଦଳ ଗୁଡିକ ପାଖରେ କୌଣସି ପ୍ରସଙ୍ଗ ନାହିଁ: ଲେନିନ ମହାନ୍ତି

ରାଷ୍ଟ୍ରୀୟ ଦଳ ଗୁଡିକ ପାଖରେ କୌଣସି ପ୍ରସଙ୍ଗ ନାହିଁ । ଅର୍ଚ୍ଚନା ନାଗ ମାମଲାରେ ନୀରବତା ଭାଙ୍ଗି ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ଦାବି କଲେ ପିସିସି ସଭାପତି । ଏହାର ଉତ୍ତର ରଖିଲା ବିଜେଡି । ଅଧିକ ପଢନ୍ତୁ

Archana Nag Case: ରାଷ୍ଟ୍ରୀୟ ଦଳ ଗୁଡିକ ପାଖରେ କୌଣସି ପ୍ରସଙ୍ଗ ନାହିଁ: ଲେନିନ ମହାନ୍ତି
Archana Nag Case: ରାଷ୍ଟ୍ରୀୟ ଦଳ ଗୁଡିକ ପାଖରେ କୌଣସି ପ୍ରସଙ୍ଗ ନାହିଁ: ଲେନିନ ମହାନ୍ତି
author img

By

Published : Oct 30, 2022, 7:38 PM IST

Updated : Oct 30, 2022, 8:34 PM IST

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାକୁ ନେଇ ଉଠୁଛି ପଡୁଛି ରାଜ୍ୟ । ଏହି ମାମଲାରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇଛନ୍ତି । ଅର୍ଚ୍ଚନା ନାଗଙ୍କ ସହ ଅନେକ ନେତା ଓ ବଡବଡିଆ ବାବୁଙ୍କ ଫଟୋ ଭାଇରାଲ ହୋଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅର୍ଚ୍ଚନା ନାଗ ଏକ କଳଙ୍କିତ ଅଧ୍ୟାୟ ଓ ଏଥିପାଇଁ ବିଜୁ ଜନତା ଦଳ ଦାୟୀ ବୋଲି କହିଥିଲେ ପିସିସି ସଭାପତି । ଏଥି ସହ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ନୀରବତା ଭାଙ୍ଗି ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ପିସିସି ସଭାପତି ଦାବି କରିଥିଲେ । ପିସିସି ସଭାପତିଙ୍କ ଏଭଳି ଦାବି ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ ବିଜେପି ।

Archana Nag Case: ରାଷ୍ଟ୍ରୀୟ ଦଳ ଗୁଡିକ ପାଖରେ କୌଣସି ପ୍ରସଙ୍ଗ ନାହିଁ: ଲେନିନ ମହାନ୍ତି

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ''ଏବେ ରାଜ୍ୟରେ ଏକ ଉପନିର୍ବାଚନ ଥିବା ବେଳେ ରାଷ୍ଟ୍ରୀୟ ଦଳଗୁଡିକ ପାଖରେ ରାଜ୍ୟକୁ ନେଇ କୌଣସି ଇସ୍ୟୁ ନାହିଁ । ତାଙ୍କ ପାଖରେ କୌଣସି ଆଭିମୁଖ୍ୟ ନଥିବା ବେଳେ ବଖଣିବା ଲାଗି ସଫଳତା ମଧ୍ୟ ନାହିଁ । ତେଣୁ ସେମାନେ ଏମିତି ପ୍ରସଙ୍ଗକୁ ଧରୁଛନ୍ତି ଓ ଆଗକୁ ପୋଛି ହୋଇ ହୋଇ ଯାଉଛନ୍ତି । ଅର୍ଚ୍ଚନା କେସରେ ନା ତଥ୍ୟ ଅଛି ନା ସତ୍ୟତା ଅଛି । ସମୟ ଆସିଲେ ସତ କଣ ପ୍ରମାଣିତ ହୋଇଯିବ । ପୋଲିସ ତଦନ୍ତ କରୁଛି, ଯିଏ ଦୋଷୀ ସେ ନିଶ୍ଚୟ ଦଣ୍ଡ ପାଇବ । 5ଟି ଫଟୋ ଗଣମାଧ୍ୟମକୁ ଦେଖାଇ ମିଛ କୁହେଳିକା ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ଲେଲିନ ମହାନ୍ତି ।''

ଏହା ମଧ୍ୟ ପଢନ୍ତୁ: Dhamnagar bypoll: ସରି ସରି ଆସୁଛି ସମୟ, ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ଧାମନଗର

ସେହିପରି ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବିଜେପି ପ୍ରତିକ୍ରିୟା ରଖିଛି, ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମାନ୍ତସିଂହାର କହିଛନ୍ତି , '' 22 ବର୍ଷ ଧରି ଶାସନ କରୁଥିବା ବିଜେଡି ମୁଖିଆ ସବୁକୁ ଦେଖି ନ ଦେଖିଲା ଭଳିଆ ନାଟକ କରୁଛନ୍ତି । ସେ କେଉଁଦିନ ଚେତିବେ ଓ ଆକ୍ସନ ନେବେ, ସେଥିଲାଗି ବିଜେପି ନବୀନ ନିବାସ ଘେରାଉ କରିବ । ବିଜେପି ଚାହୁଁଛି, ମୁଖ୍ୟମନ୍ତ୍ରୀ ଏ ମାମଲାରେ ମୁହଁ ଖୋଲନ୍ତୁ । କେସକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ, ତାପରେ ଯାଇ ସବୁ ସତର ଖୁଲାସା ହେବ । ଏହି ଘଟଣାକୁ ନେଇ କଣ ପାଇଁ ବିଜେଡି ଡରୁଛି, କାହାକୁ ଡରୁଛି, କାହାକୁ ଲୁଚାଉଛି ଏ କାହାକୁ ଘଣ୍ଟ ଘୋଡାଉଛି, ଏସବୁର ଖୁଲାସା ହେବ । ଅର୍ଚ୍ଚନା ନାଗ କେଲେଙ୍କାରୀରେ ବିଜେଡି ନେତା ସମ୍ପୃକ୍ତ ରହିଛନ୍ତି । ଏହାକୁ ନେଇ ଆସନ୍ତାକାଲି(ସୋମବାର) ବିଜେପି ନବୀନ ନିବାସ ଘେରାଉ କରିବ । ସରକାର ଜାଣିଶୁଣି ଦୋଷୀ ଦାଗୀମାନଙ୍କୁ ଘଣ୍ଟ ଘୋଡାଉଛନ୍ତି । ସବୁ ଅପରାଧୀ ବିଜୁ ଜନତା ଦଳରେ ସାମିଲ ଅଛନ୍ତି । ସମସ୍ତଙ୍କର ଖୁଲାସା ହେଉ ବୋଲି ଦାବି କରିଛନ୍ତି ଲେଖାଶ୍ରୀ ।''

ଭୁବନେଶ୍ବର, ଇଟିଭି ଭାରତ

Last Updated : Oct 30, 2022, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.