ETV Bharat / state

ଆସନ୍ତାକାଲି ଉଦଘାଟନ ହେବ ଶଙ୍ଖ ଭବନ, ସାମିଲ ହେବେ ଦଳୀୟ ନେତା - ଆସନ୍ତାକାଲି ଉଦଘାଟନ ହେବ ଶଙ୍ଖ ଭବନ

ଗତ 2021 ରଥଯାତ୍ରା ଅବସରରେ କାର୍ଯ୍ୟାଳୟ ନିର୍ମାଣର ଶୁଭ ଦେଇଥିଲେ ବିଜେଡି ସୁପ୍ରିମୋ । 2 ବର୍ଷ ମଧ୍ୟରେ ତିନି ମହଲା ବିଶିଷ୍ଟ ବର୍ଣ୍ଣାଢ୍ୟ ବିଜେଡି କାର୍ଯ୍ୟାଳୟ ନିର୍ମାଣ ହୋଇଛି । କାର୍ଯ୍ୟାଳୟରେ ରହିଛି ବହୁ ଅତ୍ୟାଧୁନିକ ସୁବିଧା । କାର୍ଯ୍ୟାଳୟ ବେଶ ମେଣ୍ଟରେ ରହିଛି ବିଶାଳ ପାର୍କିଙ୍ଗ ସ୍ଥଳ । ଅଧିକ ପଢନ୍ତୁ

ଆସନ୍ତାକାଲି ଉଦଘାଟନ ହେବ ଶଙ୍ଖ ଭବନ, ସାମିଲ ହେବେ ଦଳୀୟ ନେତା

author img

By

Published : Apr 22, 2023, 8:47 PM IST

ଆସନ୍ତାକାଲି ଉଦଘାଟନ ହେବ ଶଙ୍ଖ ଭବନ, ସାମିଲ ହେବେ ଦଳୀୟ ନେତା

ଭୁବନେଶ୍ବର: ଆସନ୍ତାକାଲି ଲୋକାର୍ପଣ ହେବ ବିଜେଡିର ବ୍ରାଣ୍ଡ ନୂଆ ମୁଖ୍ୟାଳୟ ତଥା ଶଙ୍ଖ ଭବନ । ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ୟୁନିଟ 6 ସ୍ଥିତ ସେହି ପୁରୁଣା ଜାଗାରେ ହିଁ ନିର୍ମାଣ ହୋଇଛି ବିଜେଡିର ନୂତନ କାର୍ଯ୍ୟାଳୟ । ଓଡ଼ିଶାର କଳା, ଭାସ୍କର୍ଯ୍ୟର ଛାପ ପ୍ରଦର୍ଶନ କରୁଥିବା କାର୍ଯ୍ୟାଳୟରେ ଝଲକ ଦେଖିବାକୁ ମିଳିବ ।

ଗତ 2021 ରଥଯାତ୍ରା ଅବସରରେ କାର୍ଯ୍ୟାଳୟ ନିର୍ମାଣର ଶୁଭ ଦେଇଥିଲେ ବିଜେଡି ସୁପ୍ରିମୋ । 2 ବର୍ଷ ମଧ୍ୟରେ ତିନି ମହଲା ବିଶିଷ୍ଟ ବର୍ଣ୍ଣାଢ୍ୟ ବିଜେଡି କାର୍ଯ୍ୟାଳୟ ନିର୍ମାଣ ହୋଇଛି । କାର୍ଯ୍ୟାଳୟରେ ରହିଛି ବହୁ ଅତ୍ୟାଧୁନିକ ସୁବିଧା । କାର୍ଯ୍ୟାଳୟ ବେଶ ମେଣ୍ଟରେ ରହିଛି ବିଶାଳ ପାର୍କିଙ୍ଗ ସ୍ଥଳ । ଏୟାର ପୋର୍ଟ ଛକ ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କାର୍ଯ୍ୟାଳୟ ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ପାର୍କିଂ ସମସ୍ୟା ଯୋଗୁଁ ଏଠାରେ ଟ୍ରାଫିକ ପରିସ୍ଥିତି ସୃଷ୍ଟି ହୁଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ନୂତନ କାର୍ଯ୍ୟାଳୟରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ବେଶମେଣ୍ଟରେ ଶତାଧିକ ବାଇକ ସହ ପ୍ରାୟ 40 ଟି କାର ପାର୍କିଙ୍ଗ କରିବା ଭଳି ସ୍ଥାନ ରହିଛି ।

ଏହାବି ପଢନ୍ତୁ- ଶହୀଦ ଦେବାଶିଷଙ୍କୁ ଝୁରୁଛି ଗାଁ, ପୁରୁଣା ଦିନକୁ ମନେପକାଇଲେ ଗ୍ରାମବାସୀ

ବେଶମେଣ୍ଟ ଉପରେ ରହିଛି 3 ମହଲା କୋଠା । ପ୍ରଥମ ମହଲାରେ ବିରାଟ ହଲ ଓ ପ୍ରେସ କନଫରେନ୍ସ ହଲ ମଧ୍ୟ ରହିଛି । ଏହା ସହ 250 ଆସନ ବିଶିଷ୍ଟ ଅଡ଼ିଟୋରିଅମ ମଧ୍ୟ ରହିଛି । ବିଭିନ୍ନ ସମୟରେ ଦଳୀୟ କାର୍ଯ୍ୟକ୍ରମ ରହୁଥିବାରୁ ବିଲଡିଂରେ କ୍ୟାଣ୍ଟିନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦ୍ଵିତୀୟ ମହଲାରେ ଦଳର ବିଭିନ୍ନ ଛାମୁଆ ସଂଗଠନ ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିଛି । ଏହାସହ ଦଳର ଆଇଟି ସେଲ ମଧ୍ୟ ବିଲଡିଂରେ କାର୍ଯ୍ୟ କରିବ । ଏଥିସହ ପ୍ରାୟ 30 ଟି ପ୍ରକୋଷ୍ଟ ମଧ୍ୟ ରହିଛି । ବିଲଡିଂର ଦ୍ୱିତୀୟ ମହଲାରେ ଦଳର ସଭାପତିଙ୍କ କାର୍ଯ୍ୟାଳୟ ରହିଛି । ଉଦଘାଟନ ଲାଗି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ସଜେଇ ହୋଇଛି । କାର୍ଯ୍ୟକ୍ରମରେ ଦଳର ନିର୍ବାଚିତ ପ୍ରତିନିଧି, ରାଜ୍ୟ ଓ ଜିଲ୍ଲା ସଂଗଠନର କର୍ମକର୍ତ୍ତା ସାମିଲ ହେବେ ।

ଏହାବି ପଢନ୍ତୁ- ଦ୍ୱନ୍ଦ୍ୱ ଦୂର କଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଖୋଲା ରହିବ ଅଙ୍ଗନବାଡି

ଏନେଇ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ, ଦଳର ସବୁ ଛାମୁଆ ସଂଗଠନର କାର୍ଯ୍ୟକ୍ରମ ଲାଗି ଭିନ୍ନ ଭିନ୍ନ ପ୍ରକୋଷ୍ଠ ରହିବ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । ଏହା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଲାଗି ଅନ୍ୟ ସ୍ଥାନ ଖୋଜିବାକୁ ପଡିବ ନାହିଁ । କେମିତି କାହାକୁ ବସିବାକୁ ସୁଯୋଗ ମିଳିବ, ତାହା ଦଳର ସଭାପତିଙ୍କ ଦାୟିତ୍ୱ । ଆମେ ସମସ୍ତେ ଖୁସି ହେବା ଉଚିତ । 25 ବର୍ଷ ଧରି ବିଜୁ ଜନତା ଦଳ ଲୋକଙ୍କ ସେବାରେ ଅଛି । ଲୋକଙ୍କ ଆଶୀର୍ବାଦରୁ ଶାସନରେ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.