ETV Bharat / state

ପଦ୍ମପୁର ଉପନିର୍ବାଚନ, 6 ମନ୍ତ୍ରୀଙ୍କୁ ଦାୟିତ୍ୱ ବାଣ୍ଟିଲା ବିଜେଡି

author img

By

Published : Nov 8, 2022, 11:49 AM IST

Updated : Nov 8, 2022, 3:45 PM IST

ଆସନ୍ତା ଡିସେମ୍ବର 5 ତାରିଖରେ ପଦ୍ମପୁର ଉପନିର୍ବାଚନ ଓ 8 ତାରିଖରେ ଫଳ ପ୍ରକାଶ ପାଇବ । ଏନେଇ 6 ମନ୍ତ୍ରୀଙ୍କୁ ପଦ୍ମପୁର ଦାୟିତ୍ୱ ବାଣ୍ଟିଲା ବିଜେଡି । ଅଧିକ ପଢନ୍ତୁ

6 ମନ୍ତ୍ରୀଙ୍କୁ ପଦ୍ମପୁର ଦାୟିତ୍ବ ଦେଲା ବିଜେଡି
ପଦ୍ମପୁର ଉପନିର୍ବାଚନ

ଭୁବନେଶ୍ୱର: ଧାମନଗରରେ ବିଜେଡି ହାରିଲା ପରେ ଦଳରେ ହଲଚଲ ସୃଷ୍ଟି ହୋଇଛି । ଧାମନଗର ଉପନିର୍ବାଚନ ପରେ ଡିସେମ୍ବରରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନ ପାଇଁ 6 ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ପଦ୍ମପୁରକୁ କୌଣସି ମତେ ହତାଛଡା କରିବ ନାହିଁ ବିଜେଡି । ଏନେଇ ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ଶାସକ ଦଳ ବିଜେଡି ।

ପ୍ରାରମ୍ଭିକ ପର୍ଯ୍ୟାୟରେ 6 ମନ୍ତ୍ରୀଙ୍କ କାନ୍ଧରେ ପଦ୍ମପୁର ଦାୟିତ୍ୱ ଦେଇଛି ଦଳ । ନିରଞ୍ଜନ ପୂଜାରୀ, ନବ ଦାଶ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ରିତା ସାହୁ ଏବଂ ରୋହିତ ପୂଜାରୀଙ୍କୁ ପଦ୍ମପୁର ଦାୟିତ୍ୱ ଦେଇଛି ବିଜେଡି ।

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଦାୟିତ୍ଵ ଦିଆଯାଇଥିଲାବେଳେ, ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ୱରେ ରହିବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ । ସେହିପରି ତିନି ବ୍ଲକ ଦାୟିତ୍ୱରେ ରହିବେ ତିନି ମନ୍ତ୍ରୀ । ପଦ୍ମପୁର ବ୍ଳକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାଇକମାଳ ଦାୟିତ୍ୱରେ ରହିବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ ।

ସେହିପରି ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ଜୋନ ଦାୟିତ୍ୱରେ ରହିବେ ପଶ୍ଚିମ ଓଡ଼ିଶା ନେତା । ମନ୍ତ୍ରୀ ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସରୋଜ ମେହେର, ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ଜୋନ ଦାୟିତ୍ୱ ସମ୍ଭାଳିବେ । ଅନ୍ୟ ନେତାଙ୍କୁ ବି ଖୁବ୍ ଶୀଘ୍ର ଦାୟିତ୍ୱ ବଣ୍ଟାଯିବ । ସମ୍ପୂର୍ଣ୍ଣ ପ୍ରଚାର ମଙ୍ଗ ସମ୍ଭାଳିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।

ପ୍ରକାଶ ଥାଉ କି, ଅକ୍ଟୋବର 3 ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ, ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର 5 ତାରିଖରେ ନିର୍ବାଚନ ହେବ ଓ 8 ତାରିଖରେ ଫଳ ପ୍ରକାଶ ପାଇବ ।

ତେବେ ଭଦ୍ରକ ଜିଲ୍ଲା ଧାମନଗରରେ ସଦ୍ୟ ସମାପ୍ତ ଉପନିର୍ବାଚନରେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜୟ ହାସଲ କରିଛନ୍ତି । ଧାମନଗର ପରି ଯେମିତି ପଦ୍ମପୁର ସ୍ଥିତି ନ ହେଉ ସେନେଇ ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Nov 8, 2022, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.