ETV Bharat / state

General Elections 2024: ବିଜେଡି ଜୟ ଜଗନ୍ନାଥ ନାରାକୁ କରିବ କି ମୁଦ୍ଦା ? - General Elections 2024

2019 ନିର୍ବାଚନରେ ପୁରୀରେ ଲୋକସଭା ଆସନ ହରାଇଥିଲା ବିଜେପି । ବିଧାନସଭା ଆସନ ଜିତିଥିଲା ଦଳ । ଏଥର ପୁରୀ ସଂସଦୀୟ କ୍ଷେତ୍ରରେ ହାରିବାର ଭୟ ଘାରିଛି କି ବିଜେଡିକୁ । ତେଣୁ ବେଳ ଥାଉଁ ଥାଉଁ ହିନ୍ଦୁ ଭୋଟକୁ ଅକ୍ତିଆର କରିବା ପାଇଁ ଜଗନ୍ନାଥ କାର୍ଡ ଖେଳିଛି କି ବିଜେଡି । ଅଧିକ ପଢନ୍ତୁ

ବିଜେଡି ଜୟ ଜଗନ୍ନାଥ ନାରାକୁ କରିବ  କି ମୁଦ୍ଦା?

author img

By

Published : Apr 7, 2023, 10:50 PM IST

ବିଜେଡି ଜୟ ଜଗନ୍ନାଥ ନାରାକୁ କରିବ କି ମୁଦ୍ଦା?

ଭୁବନେଶ୍ବର: ଆଗାମୀ 2024 ଜୟ ଜଗନ୍ନାଥକୁ ଆୟୁଧ କରିବ କି ବିଜେଡି । ବିଜେପିର ଜୟ ଶ୍ରୀରାମ ନାରାକୁ ଟକ୍କର ଦେବାକୁ ବିଜେଡି କରୁଛି କି ଯୋଜନା । କାରଣ ଏବେ ବିଜେଡି ନେତାଙ୍କ ମୁହଁରେ ଜୟ ଜଗନ୍ନାଥ ନାରା । ନେତା, ମନ୍ତ୍ରୀ ଓ ବିଧାୟକ ସମସ୍ତଙ୍କ ମୁହଁରେ ଜୟ ଜଗନ୍ନାଥର ନାରା । 2024 ନିର୍ବାଚନ ଯେତେ ନିକଟତର ହେଉଛି ରାଜନୀତି ଦଳ ସେତେ ତତ୍ପର ହେଉଛନ୍ତି । ହିନ୍ଦୁ ଭୋଟ ବ୍ୟାଙ୍କକୁ କ୍ୟାପଚର କରିବା ପାଇଁ ବିଜେଡି ରଣନୀତି କରୁ ନାହିଁ ତ ?

କାରଣ 2019 ନିର୍ବାଚନରେ ପୁରୀରେ ଲୋକସଭା ଆସନ ହରାଇଥିଲା ବିଜେପି । ବିଧାନସଭା ଆସନ ଜିତିଥିଲା ଦଳ । ଏଥର ପୁରୀ ସଂସଦୀୟ କ୍ଷେତ୍ରରେ ହାରିବାର ଭୟ ଘାରିଛି କି ବିଜେଡିକୁ । ତେଣୁ ବେଳ ଥାଉଁ ଥାଉଁ ହିନ୍ଦୁ ଭୋଟକୁ ଅକ୍ତିଆର କରିବା ପାଇଁ ଜଗନ୍ନାଥ କାର୍ଡ ଖେଳିଛି କି ବିଜେଡି । ରାଜନୈତିକ ସମୀକ୍ଷକ ରବି ଦାସଙ୍କ ମତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠାରୁ ଆରମ୍ଭ କରି ବିଭିନ୍ନ ମଠ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ନବୀକରଣ କାମ ଚାଲିଛି । 2024 ଜାନୁଆରୀ ବେଳକୁ ରାମ ମନ୍ଦିର କାମ ଶେଷ ହେବାକୁ ଯାଉଛି । ଗତ 2ରୁ 3 ବର୍ଷ ଧରି ରାଜ୍ୟରେ ରାମ ନବମୀରେ ଲୋକଙ୍କ ଭିଡ ହେଉଛି ଶୋଭାଯାତ୍ରା ଉତ୍ସବ ପାଇଁ । ଯାହା ଆଗରୁ ନଥିଲା । ତେଣୁ ଭାଗବାନ ଶ୍ରୀରାମଙ୍କ କିଛି ପ୍ରଭାବ ମଧ୍ୟ ଲୋକଙ୍କ ଉପରେ ପଡିବାକୁ ଯାଉଛି । ଏହାର ସାମ୍ନା କରିବା ପାଇଁ ବିଜେଡି ଜୟ ଜଗନ୍ନାଥ ନାରା ଆରମ୍ଭ କରିଥାଇ ପାରେ । କାରଣ ଓଡିଆଙ୍କ ଆଗରେ ଜୟ ଜଗନ୍ନାଥ ନାରା ଆଗରେ ଆଉ ସବୁ ନାରା ଫିକା ପଡିଯିବ ।

ଏହାବି ପଢନ୍ତୁ- ଓଡିଶାରେ ଜାପାନର ପୁଞ୍ଜିନିବେଶ, ବିରୋଧୀ କହିଲେ କିଛି ନୁହେଁ କେବଳ ନିର୍ବାଚନୀ ଭେଳିକି

ସେପଟେ ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, ଶ୍ରୀଜଗନ୍ନାଥ ଓଡିଆ ଜାତିର ପ୍ରାଣ । ସାମ୍ପ୍ରଦାୟିକତାର ପରିସରରେ ନାହାଁନ୍ତି । ଭକ୍ତ ସାଲବେଗ ତାଙ୍କର ଶେଷ ଭକ୍ତ । ଦାସିଆ ବାଉରୀ ହାତରୁ ନଡିଆ ନେଇଛନ୍ତି ଜଗନ୍ନାଥ । ତେଣୁ ଜାତି ଓ ଧର୍ମକୁ ନେଇ ରାଜନୀତି ହୁଏ ନାହିଁ । ରାଜନୈତିକ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ । ରାଜନୈତିକ ସଂକୀର୍ଣ୍ଣତା ଭିତରକୁ ଏହାକୁ ଆଣିବା ଉଚିତ ନୁହେଁ । ବିଜେଡି ଏକ ଧର୍ମ ନିରପେକ୍ଷ ଦଳ । ଜାତି ଓ ଧର୍ମକୁ ନେଇ ରାଜନୀତି କରେ ନାହିଁ ।

ଧର୍ମକୁ ନେଇ ରାଜନୀତି କରାଯାଇପାରିବ ନାହିଁ ବୋଲି ପୂର୍ବରୁ କହିସାରିଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ଜଗନ୍ନାଥଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଛି । ତେଣୁ ଏବେ ପ୍ରଶ୍ନ ଉଠୁଛି ରାଜନୀତିର ପଶାପାଲିରେ ଅଛନ୍ତି କି କାଳିଆ ଠାକୁର ? କିଏ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଜୟ ଜଗନ୍ନାଥ କହୁଛନ୍ତି ତ ଆଉ କିଏ ନମସ୍କାର କରି କହୁଛି ଜୟ ଜଗନ୍ନାଥ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖିବାର କଥା ସାଢେ 4 କୋଟି ଓଡିଆଙ୍କ ଠାକୁର ଜଗନ୍ନାଥଙ୍କୁ ନେଇ ଚାଲିଥିବା ଭୋଟ ରାଜନୀତିର କି ଜବାବ ରଖୁଛନ୍ତି ଜନତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.