ETV Bharat / state

ହିମନ୍ତଙ୍କୁ ବିଜେଡିର ନିମନ୍ତ୍ରଣ; '2024ରେ ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସନ୍ତୁ' - Assam CM Himanta Biswa Sarma

BJD mocks Himanta Biswa Sarma: ଓଡ଼ିଶାରେ ବିଜେପି ସରକାର ଗଠନ କରିବ, ଆଉ ସେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ହେଲେ ହିମନ୍ତଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ଓ ବିଜେଡି । ଅଧିକ ପଢ଼ନ୍ତୁ

ହିମନ୍ତଙ୍କୁ ବିଜେଡିର ନିମନ୍ତ୍ରଣ
ହିମନ୍ତଙ୍କୁ ବିଜେଡିର ନିମନ୍ତ୍ରଣ
author img

By ETV Bharat Odisha Team

Published : Jan 14, 2024, 9:09 PM IST

ହିମନ୍ତଙ୍କୁ ବିଜେଡିର ନିମନ୍ତ୍ରଣ

ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବୟାନ ନେଇ ତେଜୁଛି ରାଜନୀତି । ଓଡ଼ିଶାରେ ବିଜେପି ସରକାର ଗଠନ କରିବ, ଆଉ ସେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ବୋଲି କହିଥିଲେ ହିମନ୍ତ । ଆସାମ ମୁଖ୍ୟମନ୍ତ୍ରୀଙ୍କର ଏଭଳି ବୟାନକୁ ନେଇ କଟାକ୍ଷ କରିଛନ୍ତି ଉଭୟ ବିଜେଡି ଏବଂ କଂଗ୍ରେସ । ଓଲଟା 2024ରେ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସନ୍ତୁ ବୋଲି ହିମନ୍ତଙ୍କୁ ନିମନ୍ତ୍ରଣ କରିଛି ବିଜେଡି । ସେପଟେ କଂଗ୍ରେସ କହିଛି ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖୁଛନ୍ତି, ତାହା କେବେ ସମ୍ଭବ ହେବନି ।

ଗତକାଲି ଭୁବନେଶ୍ବରରେ ଓଡ଼ିଶାର ଏକ ବୈଦ୍ୟୁତିକ ଗଣମାଧ୍ୟମର ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । କାର୍ଯ୍ୟକ୍ରମ ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭାରେ ହିମନ୍ତ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ଏପରିକି ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ବିଜେପି ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାକୁ ଆସିବି ବୋଲି କହିଥିଲେ । ଯାହାକୁ ନେଇ ତେଜିଛି ରାଜନୀତି । ହିମନ୍ତଙ୍କୁ କଟାକ୍ଷ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

ଏହା ମଧ୍ଯ ପଢ଼ନ୍ତୁ...ଓଡ଼ିଶାରେ ବିଜେପି ସରକାର କରିବ, ମୁଁ ଶପଥ ଗ୍ରହଣ ସମାରୋହରେ ଆସିବି: ହିମନ୍ତ ବିଶ୍ୱଶର୍ମା

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ବିଜେଡି ନେତା ନୃସିଂହ ସାହୁ କଟାକ୍ଷ କରି କହିଛନ୍ତି, "ସେ ଦିବା ସ୍ବପ୍ନ ଦେଖୁଛନ୍ତି । ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ । ଯଦି ଓଡ଼ିଶା ସରକାରର ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଚାହୁଁଛନ୍ତି, ତାହେଲେ ୨୦୨୪ରେ ନବୀନଙ୍କ ଶପଥକୁ ଆସନ୍ତୁ । ମୁଁ ଆଜିଠୁ ତାଙ୍କୁ ନିମନ୍ତ୍ରଣ କରୁଛି ।" ସେପଟେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଗ୍ରସ୍ତ କହିବା ସହ ଓଡ଼ିଶାରେ ବିଜେପିର ସ୍ଥିତିକୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ସେ ଆଗରୁ ଆମ ଦଳରେ ଥିଲେ । ବହୁତ ଦୁର୍ନୀତିଗ୍ରସ୍ତ ନେତା । ସେଥିପାଇଁ ରାହୁଲ ଗାନ୍ଧୀ ତାଙ୍କୁ କଂଗ୍ରେସ ଦଳରେ ରଖିନାହାନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖୁଛନ୍ତି ରାଜ୍ୟରେ ବିଜେପି ସରକାର କରିବ ବୋଲି, ତାହା ସମ୍ଭବ ନୁହେଁ । ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ ।" ବିଜେଡି ବିରୋଧୀ ଆସନ ନେବ ଏବଂ ବିଜେପି ତୃତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି ସୁର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.