ETV Bharat / state

ବିଜେଡି ବିଧାୟକ ଦଳ ବୈଠକ: ନବୀନ ଦେଲେ ଟିପ୍ସ

author img

By ETV Bharat Odisha Team

Published : Sep 22, 2023, 2:55 PM IST

ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ । ବିରୋଧୀଙ୍କ ମୁକାବିଲା ପାଇଁ ବିଧାୟକମାନଙ୍କୁ ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ ନବୀନ । ଅଧିକ ପଢନ୍ତୁ

ବିଜେଡି ବିଧାୟକ ଦଳ ବୈଠକ
ବିଜେଡି ବିଧାୟକ ଦଳ ବୈଠକ
ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଆରମ୍ଭ ହୋଇଛି ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଆରମ୍ଭର ପ୍ରଥମ ଦିନରେ ବସିଛି ବିଜେଡିର ବିଧାୟକ ଦଳ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ବୈଠକ ବସିଛି । ବିରୋଧୀଙ୍କ ମୁକାବିଲା କରିବା ଲାଗି ଦଳୀୟ ବିଧାୟକଙ୍କୁ ଟିପ୍ସ ଦେଇଛନ୍ତି ନବୀନ । ମୌସୁମୀ ଅଧିବେଶନ ସ୍ବଳ୍ପ କାଳୀନ ଅଧିବେଶନ ହୋଇଥିଲେ ହେଁ ବହୁ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ । ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ରହିଛି ଅନେକ ପ୍ରସଙ୍ଗ । ସେହିପରି ଦଳରୁ ବିଦା ହୋଇଥିବା ଏକାଧିକ ବିଧାୟକ ବିଜେଡି ପାଇଁ ଚିନ୍ତାର କାରଣ ସାଜିଛନ୍ତି । ତେଣୁ ସେମାନଙ୍କ ମୁକାବିଲା କରିବା ଶାସକ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏନେଇ ଦଳର ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଧାୟକ ଦଳ ବୈଠକ ପରେ ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଓଡିଶା ବିଧାନସଭାରେ ଇତିହାସ ସୃଷ୍ଟି ହୋଇଛି । ପ୍ରଥମ ଥର ମହିଳା ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ତେଣୁ ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସମସ୍ତେ ଏହାକୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ବି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ଆସିବେ । ଆମେ ସଠିକ ଭାବେ ତାକୁ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଛୁ । ନୂଆ ଓ ପୁରୁଣା ସଦସ୍ୟ ଠିକ ସମୟରେ ବିଧାନସଭା ଆସିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସବୁ ସମୟରେ ସବୁ ବିଧାୟକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: Assembly Monsoon Session: ଦିବଙ୍ଗତ ନେତା ଓ ଶହୀଦଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ, ୫ଟା ଯାଏଁ ଗୃହ ମୁଲତବୀ

ପ୍ରଶାନ୍ତ ଆହୁରି ମଧ୍ୟ କହିଛନ୍ତି ଯେ, ବିକାଶ ଆମ ପ୍ରମୁଖ ମୁଦ୍ଦା । ବିକାଶ ନେଇ ପ୍ରଶ୍ନର ଉତ୍ତର ରହିବ । ବିଧାନସଭା ଚାଲିବା ବେଳେ ବିରୋଧୀ ଯାହା ପ୍ରଶ୍ନ ଉଠାଇବେ, ଶାସକ ଦଳ ପକ୍ଷରୁ ଜବାବ ଦିଆଯିବ । ଆଜି ଅପରାହ୍ନ 4ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି ନୂଆ ବାଚସ୍ପତି ପ୍ରମିଳା ମଲ୍ଲିକ । ବୈଠକରେ ବିଧାନସଭା ସୁପରିଚାଳନା ନେଇ ବାଚସ୍ପତି ସବୁ ଦଳର ନେତାଙ୍କ ସହିତ ଆଲୋଚନା କରିବେ । ବିଜେଡି ବିଧାୟକ ଦଳ ବୈଠକରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଦଳର ଉପସଭାପତି ଦେବୀ ମିଶ୍ର ଓ ସମସ୍ତ ବିଧାୟକ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.