ETV Bharat / state

ପାର୍ଟି ପାଇଁ ମାଟିକୁ ଭୁଲିଯିବା କୌଣସି ଭଦ୍ରବ୍ୟକ୍ତିର କାମ ନୁହେଁ: ସୌମ୍ୟ

author img

By

Published : Aug 19, 2023, 5:19 PM IST

Updated : Aug 19, 2023, 5:39 PM IST

ମୋ ଲେଖାକୁ ନେଇ ଦଳର ସୁପ୍ରିମୋ ଏଯାଏଁ କିଛି ମୋତେ କହିନାହାନ୍ତି । ମାଟି ପାଇଁ ପାର୍ଟି ବନ୍ଧା ପଡ଼ିଲେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ

BJD MLA Soumya Ranjan Patnaik editorial
BJD MLA Soumya Ranjan Patnaik editorial
ପାର୍ଟି ପାଇଁ ମାଟିକୁ ଭୁଲିଯିବା କୌଣସି ଭଦ୍ରବ୍ୟକ୍ତିର କାମ ନୁହେଁ: ସୌମ୍ୟ

ଭୁବନେଶ୍ବର: ଜନ୍ମଦିନରେ ବୃତ୍ତି, ମାଟି, ପାର୍ଟିକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ରାଜନୀତି ମହଲରେ ମଧ୍ୟ ଏକପ୍ରକାର ଝଡ଼ ସୃଷ୍ଟି ହୋଇଛି । ନିଜ ସମ୍ପାଦକୀୟରେ ସୌମ୍ୟ 'ମନ୍ତ୍ରୀ ବଡ଼ ନା ସଚିବ ବଡ଼' ପ୍ରଶ୍ନ ଉଠାଇବା ପରେ ପୁଣି ଏହି ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଛି । ସେପଟେ ତାଙ୍କ ଲେଖାକୁ ନେଇ ଦଳର ମୁଖିଆ କିଛି କହି ନଥିବା ବେଳେ ବିଜେପି କହିଛି ଶାସକ ଦଳରେ ରହି ମଧ୍ୟ ସୌମ୍ୟଙ୍କ ଏପରି ଆଭିମୁଖ୍ୟ ତାଙ୍କ ସାହସିକତାର ପ୍ରମାଣ ଦେଇଛି ।

'ମାଟି ପାଇଁ ପାର୍ଟି ବନ୍ଧା ପଡ଼ିଲେ କୌଣସି ଅସୁବିଧା ନାହିଁ':- ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ସୌମ୍ୟ କହିଛନ୍ତି, " ମୋ ଲେଖାକୁ ନେଇ ମୋତେ ମୋ ଦଳ ତରଫରୁ କିଛି କୁହାଯାଇନାହିଁ। ଯେଉଁମାନେ ଖବରକାଗଜରେ ମୋ ଲେଖାକୁ ନେଇ ଚର୍ଚ୍ଚା କରୁଛନ୍ତି। ସେମାନେ ବୋଧେ ଠିକ ଭାବରେ ମୋ ଲେଖା ପଢିନାହାନ୍ତି । ଯଦି ମୋ ଲେଖାକୁ ଝଡ଼ ବୋଲି କହୁଛନ୍ତି ତେବେ ଗୋଟିଏ ଚା କପରେ କାହିଁକି ଝଡ ସୃଷ୍ଟି କରୁଛନ୍ତି ? ବୃତ୍ତି, ମାଟି ଆଉ ପାର୍ଟି କଥା ମୁଁ କହିଥିଲି । ମୁଁ ପାର୍ଟିରେ ଅଛି ବୋଲି ମାଟିକୁ ଅବହେଳା କରିବା ଉଚିତ ନୁହେଁ।"

ଏହା ବି ପଢନ୍ତୁ- ବୁଲେଇ ବଙ୍କେଇ ନୁହେଁ, 5T ସଚିବଙ୍କୁ ସିଧା ନିଶାନା କଲେ ସୌମ୍ୟ; ସମର୍ଥନ କଲେ ଅପରାଜିତା-ନରସିଂହ

ସେ ଆହୁରି କହିଛନ୍ତି, " ଖବରକାଗଜ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସମ୍ପତି ନୁହେଁ । ଏହା ହେଉଛି ପାଠକ ଏବଂ ଗ୍ରାହକମାନଙ୍କର ସମ୍ପତି । ସେମାନଙ୍କର ସ୍ବାଭିମାନ ପାଇଁ ଯଦି ମୋର ପାର୍ଟି ବନ୍ଧା ପଡିବ ସେଥିରେ କିଛି ଆପତ୍ତି ନାହିଁ। କିନ୍ତୁ ମାଟିକୁ ଅବହେଳା କରିବା ସାମ୍ବାଦିକ ବନ୍ଧୁମାନଙ୍କ ପାଇଁ ଶୁଭଙ୍କର ନୁହେଁ। ପାର୍ଟି ପାଇଁ ମାଟିକୁ ଭୁଲିଯିବା କୌଣସି ଭଦ୍ରବ୍ୟକ୍ତି ବା ବୁଦ୍ଧିମାନ ଲୋକର କାମ ନୁହେଁ। "

ବିଜେପିର ପ୍ରତିକ୍ରିୟା:- ସୌମ୍ୟ ବାବୁ ଯାହା କହିଛନ୍ତି ଶତ ପ୍ରତିଶତ ସତ ବୋଲି କହିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । " ରାଜ୍ୟରେ ଅସାଧୁ ନେତା, ଦାଦା, ଲାଲା, ଟାଉଟର, ଦଲାଲଙ୍କ ରାଜୁତି ଚାଲିଛି। ଲୋକତନ୍ତ୍ର ନାହିଁ କି ଲୋକ ପ୍ରତିନିଧିମାନଙ୍କର କୌଣସି ଅଧିକାର ବି ଆଉ ନାହିଁ । ସମ୍ବିଧାନଙ୍କୁ ଓଡ଼ିଶାରେ ମାଟିରେ ପୋତି ଦିଆଯାଉଛି । ଗଣତନ୍ତ୍ରକୁ କବର ଦିଆଯାଇଛି। ଓଡ଼ିଶାରେ ଦୁର୍ଯ୍ୟୋଧନ, ଦୁଃଶାସନ, ରାବଣ, କଂସମାନଙ୍କ ଶାସନ ଚାଲିଛି। ଏହାର ମୁଖ୍ୟ ନାୟକ ଅର୍ଥାତ ମୁଖ୍ୟମନ୍ତ୍ରୀ ବଡ଼ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛନ୍ତି ରାଜ୍ୟରେ ।"

5T ସଚିବଙ୍କୁ ବିଜେପିର ସମାଲୋଚନା:- ବିଜେପି ସାଂସଦ ବସନ୍ତ ପଣ୍ଡା ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରି କହିଛନ୍ତି, " ଗଣତନ୍ତ୍ରକୁ ମାରି ଦେଇ ଲୋକ ପ୍ରତିନିଧିଙ୍କର ତଣ୍ଟି ଚିପି କରି ସଚିବ ସ୍ତରୀୟ ଜଣେ ନେତା ସମଗ୍ର ରାଜ୍ୟରେ ବୁଲି ବୁଲି ଟଙ୍କା ବାଣ୍ଟୁଛନ୍ତି । ସବୁଠାରୁ ଦୁଃଖ ଦାୟକ ପରିସ୍ଥିତି ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ମେମ୍ବର ଓ ୱାର୍ଡମେମ୍ବର ସମସ୍ତଙ୍କ ଭୂମିକା ଆଜି ଶୂନ୍ୟ । ଲୋକତନ୍ତ୍ର ନାହିଁ କି ଲୋକ ପ୍ରତିନିଧିମାନଙ୍କର କୌଣସି ଅଧିକାର ବି ଆଉ ନାହିଁ । ସତ୍ତା ଆଉ ସମ୍ପତି ଯେବେ ଗୋଟେ ଜାଗାରେ ଜମା ହୁଏ ସେବେ ଦୁର୍ଯ୍ୟୋଧନ, ରାବଣ, କଂଶମାନେ ଜନ୍ମ ନିଅନ୍ତି । ଆଜି ଏଭଳି ଚରିତ୍ରମାନଙ୍କ ଦ୍ବାରା ରାଜ୍ୟ ଶାସିତ ହେଉଛି । "

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 19, 2023, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.