ETV Bharat / state

Power Outage Issue: ସୌମ୍ୟଙ୍କ ଭିନ୍ନ ମତ, କହିଲେ ବିଦ୍ୟୁତ କାଟ ଥିଲା ଜଗନ୍ନାଥଙ୍କ ଆଦେଶ - ରାଷ୍ଟ୍ରପତିଙ୍କ ଅଭିଭାଷଣ

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ କାଟ ପ୍ରସଙ୍ଗ । ଭିନ୍ନ ମତ ରଖିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । କହିଲେ ଏପରି କରି ଶୀଘ୍ର ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ ମହାପ୍ରଭୁ ଜଗନ୍ନାଥ ଆଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 9, 2023, 5:30 PM IST

Power Outage Issue

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ କାଟ ପ୍ରସଙ୍ଗରେ ଭିନ୍ନ ମତ ରଖିଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏପରି କରି ରାଜ୍ୟ ସରକାରଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଦେଶ ଦେଇଛନ୍ତି । ସବୁ କିଛି ସଜାଡ଼ି ଦିଅ ନଚେତ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ମଧ୍ୟ ଅନ୍ଧାରରେ ରହିବ । ବିଦ୍ୟୁତ କାଟ ଯୋଗୁଁ ସାଧାରଣ ଜନତା ଅସହ୍ୟ ଗରମ ସହୁଛନ୍ତି । ଏପରି ଘଟଣା ଦ୍ବାରା ଜଗନ୍ନାଥ ସବୁ କିଛି ସଜାଡ଼ି ଦେବାକୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।

ଏ ନେଇ ସେ କହିଛନ୍ତି, "ଓଡିଶାରେ ଗରିବ ଲୋକଙ୍କ ଘରେ ବିଦ୍ୟୁତ କାଟ ହେବା ମଧ୍ୟ ଗ୍ରହଣୀୟ ନୁହେଁ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ କାଟ ହେଉ କିମ୍ବା ସାଧାରଣ ଲୋକଟିର ଘରେ ବିଦ୍ୟୁତ କାଟ ହେବା ଉଭୟ ନିନ୍ଦନୀୟ। ବିଦ୍ୟୁତ ସଂସ୍କାର ଆଣିବାରେ ଓଡ଼ିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ । ସେହି ଅନୁସାରେ ବର୍ତ୍ତମାନ ସମୟରେ ଆମ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ଶୃଙ୍ଖଳା ଓ ସୁବିଧାରେ ମିଳିବା କଥା । ଯଦି ସେଥିପାଇଁ କିଛି ଅସୁବିଧା ରହିଛି ତେବେ ତାକୁ ସୁଧରାଯାଉ। ଗୁଣାତ୍ମକ ବିଦ୍ୟୁତ ଏବଂ ସହଜ ଢଙ୍ଗରେ ବିଦ୍ୟୁତ ଲୋକଙ୍କ ଆବଶ୍ୟକ।

ଅନେକ ସମୟରେ ଓଡିଶାରେ ମୁଣ୍ଡ କାଟକୁ ଅଫେନ୍ସ ବୋଲି ଧରାଯାଉ ନାହିଁ। ତେବେ ବିଦ୍ୟୁତ କାଟକୁ କିଭଳି ଭାବରେ ଅଫେନ୍ସ ବୋଲି କେମିତି କହିବା । ଏ ପ୍ରକାର ଘଟଣା ନିଶ୍ଚିତ ନିନ୍ଦନୀୟ । ଜଗନ୍ନାଥଙ୍କ ପ୍ରଦେଶରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟର ଏପ୍ରକାର ଅଘଟଣ ଚେତେଇ ଦଉଛି ଯେ ଜଲଦି ସବୁ କିଛି ସଜାଡି ଦିଅ ନହେଲେ ଆଗକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବା ସହ ରାଷ୍ଟ୍ରପତି ମଧ୍ୟ ଅନ୍ଧାରରେ ରହିବେ ।"

ଏହା ବି ପଢନ୍ତୁ- Power Outage Issue: ରାଜ୍ୟପାଳଙ୍କ ରିପୋର୍ଟ ତଲବ, ୭ଦିନରେ ଉତ୍ତର ଦେବେ ରାଜ୍ୟ ସରକାର

ସୂଚନା ଥାଉ କି , ରାଷ୍ଟ୍ରପତିଙ୍କ ମଞ୍ଚରେ ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ଏବେ ତେଜିଛି ରାଜ୍ୟ ରାଜନୀତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ମଞ୍ଚରେ ବିଦ୍ୟୁତ ବିଭ୍ରାଟ ଆକସ୍ମିକ ନା ଏହା ପଛରେ ରହିଛି କିଛି ଷଡ଼ଯନ୍ତ୍ର । ତଦନ୍ତ ରିପୋର୍ଟ ଆସିଲେ ଏ ସମସ୍ତ ଘଟଣା ସ୍ପଷ୍ଟ ହେବ । ଏଭଳି ଲଜ୍ଜାଜନକ ତଥା ଅଭାବନୀୟ ପରିସ୍ଥିତିକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଛି । ସେପଟେ ସାମ୍ନାକୁ ଆସିଛି ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନର ଆଉ ଏକ ଉଦବେଗଜନକ ପ୍ରମାଣ । ଏଭଳି ଗୁରୁତର ତ୍ରୁଟି ପାଇଁ ବାସ୍ତବରେ ଦାୟୀ କିଏ ? ବର୍ତ୍ତମାନ ଏହାକୁ ନେଇ ଏବେ ରାଜ୍ୟପାଳ ମୁଖ୍ୟ ଶାସନ ସଚିବ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ୭ ଦିନ ମଧ୍ୟରେ ଘଟଣାର ରିପୋର୍ଟ ମାଗିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.