ETV Bharat / state

'ଓଡ଼ିଶାର ସ୍ବାର୍ଥ ସାଧନ ସର୍ବାଗ୍ରେ, ନୀତିଶଙ୍କୁ ଜଗନ୍ନାଥ ପ୍ରଦେଶକୁ ସ୍ବାଗତ'

author img

By

Published : May 9, 2023, 5:27 PM IST

Updated : May 9, 2023, 6:22 PM IST

ତୃତୀୟ ସାମ୍ମୁଖ୍ୟ ନେଇ ନୀତିଶ ଓଡ଼ିଶା ଗସ୍ତ କରିଥିବା ଚର୍ଚ୍ଚା ହେଉଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ

Etv Bharat
Etv Bharat
'ଓଡ଼ିଶାର ସ୍ବାର୍ଥ ସାଧନ ସର୍ବାଗ୍ରେ, ନୀତିଶଙ୍କୁ ଜଗନ୍ନାଥ ପ୍ରଦେଶକୁ ସ୍ବାଗତ'

ଭୁବନେଶ୍ବର: ନବୀନ-ନୀତିଶ ଆଲୋଚନା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଶାସକ ଦଳ ବିଜେଡି ସର୍ବଦା ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନକୁ ଗୁରୁତ୍ବ ଦେଇଆସୁଛି । ଆମର କେହି ଶତ୍ରକୁ କି ମିତ୍ର ନୁହଁନ୍ତି । ବିଜେଡି ସମଦୂରତା ଉପରେ ବିଶ୍ବାସ ରଖେ । ସେହି ଦିଗରେ ଦଳ କାମ କରୁଛି । ଅତିଥି ଦେବତା ତୁଲ୍ୟ । ଏଣୁ ବିହାର ମୁଖ୍ୟମନ୍ତ୍ରୀଙ୍କୁ ସେ ଜଗନ୍ନାଥ ପ୍ରଦେଶକୁ ସ୍ବାଗତ କରିଥିବା କହିଛନ୍ତି ।

କେନ୍ଦ୍ର ନେତୃତ୍ବାଧୀନ ବିଜେପି ସରକାର ବିରୋଧରେ ବିରୋଧୀ ମହାମେଣ୍ଟ ପାଇଁ ନୀତିଶ ସମସ୍ତ ବିଜେପି ବିରୋଧୀ ଦଳ ସହ ଆଲୋଚନା କରୁଛନ୍ତି । ଏହି ଚର୍ଚ୍ଚା ଲାଗି ରହିଥିବା ବେଳେ ସେ ଓଡ଼ିଶା ଗସ୍ତ କରିଛନ୍ତି । ଏହାକୁ ନେଇ ସୌମ୍ୟ ମତ ରଖି କହିଛନ୍ତି, "ଜଗନ୍ନାଥଙ୍କ ପ୍ରଦେଶରେ ଆମେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରୁଛୁ। ଅତିଥି ଆମର ଦେବତା ତୁଲ୍ୟ । ନିତୀଶବାବୁ ଦେଶରେ ରାଜନୈତିକ ବିକାଶ ଏବଂ ସଂସ୍କାର କଥା ଚିନ୍ତା କରୁଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ ସେ ସେହି ବିଷୟରେ ଆଲୋଚନା କରିପାରନ୍ତି । ହେଲେ ଆମର ନୀତି ବିଷୟରେ ବହୁଦିନରୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆମେ ସମଦୂରତା ରଖା କରିବାରେ ବିଶ୍ବାସ ରଖୁ । ଓଡିଶାର ସ୍ବାର୍ଥ୍ୟ ଏବଂ ସ୍ବାଭିମାନକୁ ଗୁରୁତ୍ବ ଦେଇ ଆମେ କାମ କରିବାରେ ବିଶ୍ବାସ ରଖୁ। ଆମର କେହି ଶତ୍ରୁ ନୁହେଁ କି କେହି ଆମର ମିତ୍ର ନୁହେଁ। ଯୋଉଁମାନଙ୍କ ସହ ରହିଲେ ଓଡିଶାର ସ୍ବାର୍ଥ୍ୟ ସାଧନ ହେବ ଆମେ ସେ ଦିଗରେ ଚିନ୍ତା କରିବୁ ।"

ଏହା ବି ପଢନ୍ତୁ- ଫଟୋରେ ଖବର: ନବୀନ-ନୀତିଶ ଭେଟଘାଟ, ସ୍ବାଦିଷ୍ଟ ଓଡ଼ିଆ ଭୋଜନରେ ଆପ୍ୟାୟିତ ବିହାର ମୁଖ୍ୟମନ୍ତ୍ରୀ

ସୂଚନା ଥାଉ କି ନବୀନ ଓ ନୀତିଶ ମଧ୍ୟରେ ତୃତୀୟ ସାମ୍ମୁଖ୍ୟ ବାବଦରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ କୌଣସି ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ ବୋଲି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭେଟ ପରେ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଏହା ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟର ନେତାଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିଆସିଛନ୍ତି। କିନ୍ତୁ ଏପଟେ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ କୌଣସି ଫ୍ରଣ୍ଟରେ ଯୋଗ ଦେଇନାହାନ୍ତି । ୨୦୧୯ ମସିହାରେ ଯେତେବେଳେ ବିଜେପି ବିରୋଧରେ ଏକ ମୋର୍ଚ୍ଚା ଗଠନ ପାଇଁ ଜୋର ଦିଆଯାଇଥିଲା ସେତେବେଳେ ନବୀନ ପଟ୍ଟନାୟକ ଏଥିରୁ ଦୂରେଇ ରହିଥିଲେ ।

ଏହା ବି ପଢନ୍ତୁ- ନବୀନ ନିବାସରେ ନୀତିଶ-ନବୀନ ଆଲୋଚନା, ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

କିନ୍ତୁ ଏପଟେ ୨୦୨୪ ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀଙ୍କୁ ଏକଜୁଟ୍ କରୁଛନ୍ତି ନୀତିଶ । ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାଙ୍କୁ ଭେଟିବା ଜାରି ରଖିଛନ୍ତି । ଅନ୍ୟପଟେ ନବୀନ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ବ ବଜାୟ ରଖୁଥିବାରୁ ତୃତୀୟ ସାମ୍ମୁଖ୍ୟରେ ଯୋଗ ଦେବା ପାଇଁ ନବୀନଙ୍କ ସହ ଆଲୋଚନା କରିବାକୁ ନୀତିଶ ଆସିଥିବା ଚର୍ଚ୍ଚା ଧରିଥିଲା । ମାତ୍ର ସେପରି କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ଉଭୟ ମୁଖିଆ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 9, 2023, 6:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.