ETV Bharat / state

ମୋଦିଙ୍କୁ ସୌମ୍ୟଙ୍କ କଟାକ୍ଷ, ରାହୁଲଙ୍କୁ ଡରିଲେ ବିଶ୍ବଗୁରୁ କେମିତି ହେବ - ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ମାମଲା

ସୌମ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ପରେ କାହାର ଲାଭ ହେବ, କାହାର କ୍ଷତି ହେବ ବିଚାର କଲେ ଆପଣ ନିଶ୍ଚୟ ଭାବେ ଜାଣି ପାରିବେ । ଏହା ପଛରେ କଣ ଅଛି ? ନରେନ୍ଦ୍ର ମୋଦି ବିଶ୍ବଗୁରୁ ହେବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧିଙ୍କୁ ଜେଲ ପଠାଇ ସେ କ’ଣ ହାସଲ କରିବେ ? ଏକଥା ସେ ନିଜେ ଚିନ୍ତା କରିବାର ଦରକାର । ଅଧିକ ପଢନ୍ତୁ

Rahul Gandhi Disqualified Case: ମୋଦି ଓ ରାହୁଲଙ୍କୁ ସୌମ୍ୟଙ୍କ ସମାଲୋଚନା ସହ ପରାମର୍ଶ
Rahul Gandhi Disqualified Case: ମୋଦି ଓ ରାହୁଲRahul Gandhi Disqualified Case: ମୋଦି ଓ ରାହୁଲଙ୍କୁ ସୌମ୍ୟଙ୍କ ସମାଲୋଚନା ସହ ପରାମର୍ଶଙ୍କୁ ସୌମ୍ୟଙ୍କ ସମାଲୋଚନା ସହ ପରାମର୍ଶ
author img

By

Published : Mar 25, 2023, 10:41 PM IST

Rahul Gandhi Disqualified Case: ମୋଦି ଓ ରାହୁଲଙ୍କୁ ସୌମ୍ୟଙ୍କ ସମାଲୋଚନା ସହ ପରାମର୍ଶ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଉଭୟ ନେତାଙ୍କୁ ସମାଲୋଚନା କରିବା ସହ ପରାମର୍ଶ ଦେଇଛନ୍ତି ସୌମ୍ୟ । ଯଦି ବିଶ୍ବଗୁରୁ ହେବାକୁ ଚାହୁଁଛ, ତେବେ ରାହୁଲଙ୍କୁ ଡରିଲେ ବିଶ୍ବଗୁରୁ କେମିତି ହେବ ବୋଲି କଟାକ୍ଷ କରିଛନ୍ତି ସୌମ୍ୟ । ନିଜ ଜିହ୍ଵା ଉପରେ ନିୟନ୍ତ୍ରଣ ରଖିଲେ ପୁନର୍ବାର ଆଦରଣୀୟ ହୋଇପାରିବ ବୋଲି ଦେଇଛନ୍ତି ପରାମର୍ଶ ।

ସୌମ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ପରେ କାହାର ଲାଭ ହେବ, କାହାର କ୍ଷତି ହେବ ବିଚାର କଲେ ଆପଣ ନିଶ୍ଚୟ ଭାବେ ଜାଣି ପାରିବେ । ଏହା ପଛରେ କଣ ଅଛି ? ନରେନ୍ଦ୍ର ମୋଦି ବିଶ୍ବଗୁରୁ ହେବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧିଙ୍କୁ ଜେଲ ପଠାଇ ସେ କ’ଣ ହାସଲ କରିବେ ? ଏକଥା ସେ ନିଜେ ଚିନ୍ତା କରିବାର ଦରକାର । ରାହୁଲ ଗାନ୍ଧୀ ବାରମ୍ବାର ଗୋଟେ ପରେ ଗୋଟେ ନିର୍ବାଚନ ହାରିଛନ୍ତି । ବାରମ୍ବାର ଅପଶବ୍ଦ କହି ବା ନିଜ ଜିଭ ଉପରେ ନିୟନ୍ତ୍ରଣ ନରଖି । ଅଯଥାରେ ଅନ୍ୟଙ୍କୁ ସମାଲୋଚନା କରି ଚାଲିଛନ୍ତି । ଅନ୍ୟକୁ ବାରମ୍ବାର ସମାଲୋଚନା କଲେ ଭୋଟ ମିଳିବ ବୋଲି ଏ କଥା ଭାବିବା ଉଚିତ ନୁହେଁ । ଉଭୟଙ୍କୁ ଶିକ୍ଷା ଲାଭ କରିବାର ଅଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧି ନିଜ ଜିଭ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏଭଳି କଥା କହି କାହିଁକି ବିରୋଧୀଙ୍କୁ ସୁଯୋଗ ଦେଉଛନ୍ତି, ସମ୍ବିଧାନକୁ ତାଙ୍କ ବିରୋଧରେ ବ୍ୟବହାର କରିବା ଲାଗି । ନରେନ୍ଦ୍ର ମୋଦି ବିଶ୍ୱ ଗୁରୁ ହେବାକୁ ଯାଉଛନ୍ତି, ଏତେ କ୍ଷମତାର ସେ ଅଧିକାରୀ । ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଡରିଲା ପରି କାହିଁକି ମନେ ହେଉଛନ୍ତି । ରାହୁଲ ଗାନ୍ଧୀଙ୍କୁ ଡରିବେ ସେ ବିଶ୍ବଗୁରୁ ହେବେ କେମିତି ? ଗଣତନ୍ତ୍ରରେ ପ୍ରତିପକ୍ଷଙ୍କ ମୁହଁ ବନ୍ଦ କରିବା ପାଇଁ ଯଦି ଏଭଳି କ୍ଷମତା ଓ କୌଶଳ ବ୍ୟବହାର କରାଯାଉଥିବା ନେଇ ଯେଉଁ ଅଭିଯୋଗ ହେଉଛି, ତାହା ଆଦୌ ଗ୍ରହଣୀୟ ନୁହେଁ । ଅନ୍ତତଃପକ୍ଷେ ନରେନ୍ଦ୍ର ମୋଦି ଯେଉଁ ସ୍ତରରେ ଅଛନ୍ତି ବା ଯେଉଁ ସ୍ତରକୁ ଯିବାକୁ ଚାହିଁଛନ୍ତି, ସେଥିପାଇଁ ଏ ମାଧ୍ୟମ ବା ଏ କୌଶଳ ଆଦୌ ଗ୍ରହଣୀୟ ନୁହେଁ । ଯଦି ରାହୁଲ ଗାନ୍ଧୀ ପୁଣିଥରେ ଲୋକଙ୍କ ଆସ୍ଥା ଫେରି ପାଇବାକୁ ଚାହୁଁଛନ୍ତି, ତାଙ୍କର ମଧ୍ୟ ଆଦରଣୀୟ ହେବା ପାଇଁ ଜିହ୍ଵା ଉପରେ ଟିକେ ନିୟନ୍ତ୍ରଣ ରଖନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.