ETV Bharat / state

ଓଡ଼ିଶାରେ କାମ ଦେବନି ବିଜେପିର କୌଣସି ପ୍ଲାନ: ବିଜେଡି - ବିଜେପି କେତେ ପାରିବାର ଜାଣିଗଲେଣି ପଶ୍ଚମ ଓଡ଼ିଶାବାସୀ

ଗତ ନିର୍ବାଚନରେ ଓଡ଼ିଶାରୁ ବିଜେପି ଜିତିଥିବା ୮ ଲୋକସଭା ଆସନରୁ ୫ ଆସନ ପଶ୍ଚିମ ଓଡ଼ିଶାର ଥିଲା । ତେବେ ଏଥର କିନ୍ତୁ ବିଜେପି କେତେ ପାରିବାର ଜାଣିଗଲେଣି ପଶ୍ଚମ ଓଡ଼ିଶାବାସୀ । ତେଣୁ ବିଜେପିର କୌଣସି ପ୍ଲାନ ଏଥର କାମ ଦେବନି ବୋଲି କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଅଧିକ ପଢ଼ନ୍ତୁ...

ଓଡ଼ିଶାରେ କାମ ଦେବନି ବିଜେପିର କୌଣସି ପ୍ଲାନ
ଓଡ଼ିଶାରେ କାମ ଦେବନି ବିଜେପିର କୌଣସି ପ୍ଲାନ
author img

By

Published : Jul 14, 2023, 10:08 PM IST

ଓଡ଼ିଶାରେ କାମ ଦେବନି ବିଜେପିର କୌଣସି ପ୍ଲାନ

ଭୁବନେଶ୍ବର: ଓଡ଼ିଶାରୁ ଅଧିକରୁ ଅଧିକ ଲୋକସଭା କ୍ଷେତ୍ର ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ବିଜେପି । ୨୧ ଲୋକସଭା କ୍ଷେତ୍ରରୁ ୧୫ରୁ ଅଧିକ ଆସନ ହାତେଇବା ପାଇଁ ରଣନୀତି କରୁଛି ଗେରୁଆ ଦଳ । ଗତଥର ରାଜ୍ୟରେ ବିଜେପି ଜିତିଥିବା ୮ ଲୋକସଭା ଆସନରୁ ୫ ପଶ୍ଚିମ ଓଡ଼ିଶାର ଥିଲା । ଏହି ଆସନକୁ ବଜାୟ ରଖିବାକୁ ସ୍ବତନ୍ତ୍ର ପ୍ରସ୍ତୁତି କରିଛି ଦଳ । ଏପଟେ ଲୋକଙ୍କ ସହିତ ନଥିବାରୁ ଓଡ଼ିଶାରେ ବିଜେପିର କୌଣସି ପ୍ଲାନ କାମ ଦେବନି ବୋଲି କହିଛି ବିଜେଡି ।

ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, "ପଶ୍ଚିମ ଓଡିଶାବାସୀ ଭରସା କରି ୨୦୧୯ ନିର୍ବାଚନରେ ବିଜେପିକୁ ୫ଟି ଲୋକସଭା ସିଟ୍‌ ଜିତାଇଥିଲେ । କିନ୍ତୁ ସେମାନେ ଏବେ ଜାଣିସାରିଲେଣି ଯେ, ବିଜେପି କେତେ ପାରିବାର ଆଉ କେତେ କାମ ଅଞ୍ଚଳ ପାଇଁ କରିଛନ୍ତି । ବିଜେପି ସାଂସଦମାନେ କୌଣସି କାମ ପଶ୍ଚିମ ଓଡିଶା ପାଇଁ କରିନାହାନ୍ତି । ନିଜ ନିର୍ବାଚନ ମଣ୍ଡଳୀକୁ ମଧ୍ୟ ବିଜେପି ସାଂସଦ ଓ ବିଧାୟକ ଗସ୍ତ କରିନାହାନ୍ତି । ପଶ୍ଚିମ ଓଡିଶା ଲୋକ ବିଜେପିକୁ ନେଇ ବୀତସ୍ପୃହ ହୋଇଗଲେଣି । ତେଣୁ ଆସନ୍ତା ନିର୍ବାଚନରେ ପଶ୍ଚିମ ଓଡିଶାର ସବୁ ଲୋକସଭା କ୍ଷେତ୍ରରୁ ବିଜେଡି ବିଜୟ ଲାଭ କରିବ ।"

ଏହା ମଧ୍ୟ ପଢ଼ନ୍ତୁ...ମାଆଙ୍କ ସଶକ୍ତିକରଣକୁ ସହି ପାରୁନି ବିଜେପି: ବିଜେଡି

ସେ ଆହୁରି ମଧ୍ୟ କହିଛନ୍ତି, "ସବୁଥର ବିଜେପି ନେତା କୁହନ୍ତି ୧୨୦ ପ୍ଲସ, ୧୪୭ ମିଶନ କଥା । ଏଥର ବି କହୁଛନ୍ତି । କିନ୍ତୁ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ସହିତ ରହିଛନ୍ତି । ତାଙ୍କ ଉପରେ ଅସ୍ଥା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କ ସହିତ ରହି ତୃଣମୂଳରେ ଥିବା ସମସ୍ୟାର ସମାଧାନ କରୁଛନ୍ତି । ତେଣୁ ଲୋକ ବିଜୁ ଜନତା ଦଳ ସହିତ ରହିଛନ୍ତି । ସର୍ବାଧିକ ସାଂସଦ ପ୍ରାର୍ଥୀ ବିଜେଡିରୁ ହିଁ ଜିତିବେ । ଲୋକଙ୍କ ସହିତ ନଥିବାରୁ ଓଡ଼ିଶାରେ ବିଜେପିର କୌଣସି ପ୍ଲାନ କାମ ଦେବନି । ଲୋକଙ୍କ ସମସ୍ୟା ସହିତ ନଥିବାରୁ ଲୋକେ ତାଙ୍କୁ ପଦାଘାତ କରିସାରିଛନ୍ତି ।"

ସ୍ନେହାଙ୍ଗିନୀ କହିଛନ୍ତି, "ବିରୋଧୀ ବିରୋଧ କରିବେ । ମୁଖ୍ୟମନ୍ତ୍ରୀ ଯେଉଁ ଭଲ କାମ କରୁଛନ୍ତି, ତାହାକୁ ବିରୋଧ କରୁଛନ୍ତି । ସବୁବେଳେ ବିରୋଧୀ ତାଙ୍କ କାମ କରିବେ, ଆମେ ଆମ କରିବୁ । ଆମ କାମ ହେଲା ଲୋକଙ୍କ ବିକାଶ କରିବା । ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ । ଧୀରେ ଧୀରେ ଏହା ସାକାର ହେବାକୁ ଯାଉଛି । ନିଶ୍ଚିତ ଭାବେ ଏହା ବିରୋଧୀଙ୍କୁ ଖରାପ ଲାଗିବ । ଓଡ଼ିଶା ପାଇଁ ସେମାନେ କିଛି କରିପାରିନାହାନ୍ତି । ଆଗକୁ ମଧ୍ୟ କରିପାରିବେ ନାହିଁ । ଲୋକେ ସମ୍ପୂର୍ଣ୍ଣ ଭାବେ ଜାଣିସାରିଲେଣି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.