ETV Bharat / state

ଆଦିବାସୀଙ୍କ ବିକାଶରେ ରାଜ୍ୟକୁ ସହଯୋଗ କରୁନି କେନ୍ଦ୍ର: ବିଜେଡି - ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଅଭିଯୋଗ । ଆଦିବାସୀଙ୍କ ବିକାଶରେ ରାଜ୍ୟକୁ ସହଯୋଗ କରୁନି କେନ୍ଦ୍ର । ଅଧିକ ପଢନ୍ତୁ

BJD MLA Snehangini Chhuria
BJD MLA Snehangini Chhuria
author img

By ETV Bharat Odisha Team

Published : Sep 30, 2023, 5:51 PM IST

Updated : Sep 30, 2023, 6:50 PM IST

ଆଦିବାସୀଙ୍କ ବିକାଶରେ ରାଜ୍ୟକୁ ସହଯୋଗ କରୁନି କେନ୍ଦ୍ର: ବିଜେଡି

ଭୁବନେଶ୍ବର: ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଆଦିବାସୀଙ୍କ ବିକାଶ ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏଥିରେ ସହଯୋଗ କରୁନାହାନ୍ତି । ଆଦିବାସୀଙ୍କ ବିଭିନ୍ନ ଭାଷାକୁ ସାମ୍ବିଧାନିକ ଅଧିକାର ଦେବା ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏଥିରେ ସହଯୋଗ କରୁନାହିଁ ବୋଲି କହିଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।

ସ୍ନେହାଙ୍ଗିନୀ କହିଛନ୍ତି, " ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ ଭାଷା ସଂସ୍କୃତିକୁ ନେଇ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ୨୩ଟି ଜିଲ୍ଲାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆଦିବାସୀଙ୍କ ଶିକ୍ଷା ସ୍ବାସ୍ଥ୍ୟ ଭଳି ଦିଗକୁ ଗୁରୁତ୍ଵ ଦେଇଛନ୍ତି ସରକାର । କୁଇ, ମୁଣ୍ଡାରୀ, ଭୂମିଜ ଓ ସୌରା ଭଳି ଭାଷାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି । ତାକୁ ସାମ୍ବିଧାନିକ ଅଧିକାର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ସାମ୍ବିଧାନିକ ଅଷ୍ଟମ ଅନୁଛେଦରେ ସ୍ଥାନ ଦେବା ପାଇଁ ନିବେଦନ କରିଛନ୍ତି । ହେଲେ କେନ୍ଦ୍ର ସରକାର ନୀରବ ରହିଛି । ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି ।"

ଏହା ବି ପଢନ୍ତୁ- ବିଧାନସଭାରେ MSP ତାତି; ବିଜେଡି-ବିଜେପି ମୁହାଁମୁହିଁ, କଂଗ୍ରେସର କଟାକ୍ଷ

ସେ ଆହୁରି କହିଛନ୍ତି, "ଆର୍ଥିକ, ଶିକ୍ଷା ସ୍ତରରେ ସଂରକ୍ଷଣ ପାଇଁ ୧୯୭୦ ମସିହାରୁ ଅପେକ୍ଷାରେ ଅଛନ୍ତି ଆଦିବାସୀ ଲୋକେ । ଆଦିବାସୀ ଅଞ୍ଚଳରୁ ବିଜେପିର ସାଂସଦ ମାନେ ଯାଇଛନ୍ତି । କିନ୍ତୁ ଆଦିବାସୀଙ୍କ ପାଇଁ ଲଢେଇ କରିନାହାଁନ୍ତି । କେନ୍ଦ୍ର ସରକାରରେ ଆଦିବାସୀ ମନ୍ତ୍ରୀ ବନିଛନ୍ତି ବିଶେଶ୍ବର ଟୁଡୁ । କିନ୍ତୁ ସେ କେବେ ବି ହେଲେ ଆଦିବାସୀ ଲୋକଙ୍କ କଥା ପାଇଁ କର୍ଣ୍ଣପାତ କରିନାହାନ୍ତି । ବିଧାୟକ ଓ ସାଂସଦକୁ ଲୋକେ ବିଜେପିର ନିର୍ବାଚିତ କରିଛନ୍ତି । ତେଣୁ ସେ ତାଙ୍କ କେନ୍ଦ୍ର ସରକାରଙ୍କ ନିକଟରେ ଆଦିବାସୀଙ୍କ ହକ ପାଇଁ ଲଢନ୍ତୁ । ଖାଲି ଭୋଟ ପାଇଁ ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ଲୋକ ପ୍ରତିନିଧି । କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆଦିବାସୀଙ୍କୁ ତାଙ୍କ ହକ ଦିଅନ୍ତୁ । ଅନ୍ବେସା ଯୋଜନାରେ ତାଙ୍କୁ ରାଜ୍ୟ ସରକାର ଆଗକୁ ନେଇଛନ୍ତି । ଓଡ଼ିଶା ସରକାର ଅବହେଳା ନ କରି ଆଦିବାସୀଙ୍କୁ ୧୬୯ ସମ୍ପ୍ରଦାୟର ଆଦିବାସୀଙ୍କୁ ତାଙ୍କ ହକ ବଞ୍ଚିତ ନ କରନ୍ତୁ କେନ୍ଦ୍ର ସରକାର ।"

ବିଧାନସଭା ମୌସୁମୀ ଅଧିବେଶନର 3ୟ ଦିନରେ ଏମଏସପିକୁ ନେଇ କେନ୍ଦ୍ର ଉପରେ ବର୍ଷିଥିଲେ ଛୁରିଆ । 2017 ମସିହା ମାର୍ଚ୍ଚ 25ରେ ସର୍ବସମ୍ମତି କ୍ରମେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା । ଏମଏସପି 2930 କରିବା ପାଇଁ ଏହି ସଂକଳ୍ପ ପାରିତ ହୋଇଥିଲା । ଏହା ଭିତରେ ସାଢେ 6 ବର୍ଷ ବିତିଯାଇଥିବାବେଳେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି କେନ୍ଦ୍ର ସରକାର । ରାଜ୍ୟ ବିଜେପିର କୌଣସି ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । କେନ୍ଦ୍ର କୃଷି ମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରଙ୍କ ପାଖରେ ବିଜେପି ନେତା ଦାବି କରୁନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 30, 2023, 6:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.