ETV Bharat / state

Naba Das Shot Case: ଅଭିଯୋଗ ନକରି ସ୍ପେସିଫିକ୍ ଫ୍ୟାକ୍ଟ ଦିଅନ୍ତୁ ବିରୋଧୀ: ବିଜେଡି

author img

By

Published : Jan 31, 2023, 9:32 PM IST

ଦେବୀ କହିଛନ୍ତି ଯେ, ଅଭିଯୁକ୍ତ ପୋଲିସର ତଦନ୍ତ ପୋଲିସ କଲେ କୁହାଯାଉଛି ଠିକ ହେଲାନି । କ୍ରାଇମବ୍ରାଞ୍ଚକୁ ଦେଲେ ବି ପ୍ରଶ୍ନ ଉଠାଉଛନ୍ତି । ଅଭିଯୋଗ ସବୁବେଳେ କଲେ ହେବନି । ଅଭିଯୋଗ ବଦଳରେ କଣ କରାଯିବ ସେଇଟା କୁହନ୍ତୁ । ଅଧିକ ପଢନ୍ତୁ

Naba Das Shot case: ଅଭିଯୋଗ ବଦଳରେ ଯଦି ସ୍ପେସିଫିକ ଫ୍ୟାକଟ ଅଛି କୁହନ୍ତୁ ବିରୋଧୀ : ବିଜେଡି

ଭୁବନେଶ୍ବର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଶ୍ଵାସ କରୁନାହାନ୍ତି ବିରୋଧୀ । ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ । ବିରୋଧୀଙ୍କ ସନ୍ଦେହର ଜବାବ ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଅଭିଯୋଗ ବଦଳରେ ଯଦି ସ୍ପେସିଫିକ ଫ୍ୟାକଟ୍ ଜାଣିଛନ୍ତି କୁହନ୍ତୁ ବୋଲି ଦେବୀ ବିରୋଧୀଙ୍କୁ କହିଛନ୍ତି ।

ଦେବୀ କହିଛନ୍ତି ଯେ, ଅଭିଯୁକ୍ତ ପୋଲିସର ତଦନ୍ତ ପୋଲିସ କଲେ କୁହାଯାଉଛି ଠିକ ହେଲାନି । କ୍ରାଇମବ୍ରାଞ୍ଚକୁ ଦେଲେ ବି ପ୍ରଶ୍ନ ଉଠାଉଛନ୍ତି । ଅଭିଯୋଗ ସବୁବେଳେ କଲେ ହେବନି । ଅଭିଯୋଗ ବଦଳରେ କଣ କରାଯିବ ସେଇଟା କୁହନ୍ତୁ । କ୍ରାଇମବ୍ରାଞ୍ଚ ସହ ହାଇକୋର୍ଟଙ୍କ ଅନୁମୋଦନରେ ଯଦି ତାକୁ ଜୁଡିସିଆଲ ତଦନ୍ତ କରାଯିବ ତାହା ଟ୍ରାନ୍ସପରେଣ୍ଟ ରହିବ । ତଦନ୍ତର ଫଳାଫଳ କଣ ହେଉଛି ତାକୁ ଅପେକ୍ଷା କରନ୍ତୁ । ଯଦି ସେମାନେ କେଉଁଥିରେ ସନ୍ତୁଷ୍ଟ ନାହାନ୍ତି କିମ୍ବା କିଛି ଫ୍ୟାକଟ ଜାଣିଛନ୍ତି କୁହନ୍ତୁ । କିମ୍ବା ତଦନ୍ତରେ କିଛି କମି ରହିବ ବୋଲି ଭାବୁଛନ୍ତି ସେମାନେ ସ୍ପେସିଫିକ କୁହନ୍ତୁ । ଅଭିଯୋଗ ଆଳରେ ଅଭିଯୋଗ କରନ୍ତୁ ନାହିଁ । ରିଅଲି କଲପ୍ରିଟ ତାର ମୋଟିଭ ଯଦି କିଛି କନସ୍ପେରେସି ଥିବ ସେଇଟା ଏକ୍ସପୋଜ ହେବା ଦରକାର । ନବ ଦାସ ହତ୍ୟା ଏକ ଦୁଃଖଦ ଘଟଣା । ଏହାକୁ କେହି ଆପ୍ରିସିଏଟ କରିବେନି । ମୁଖ୍ୟମନ୍ତ୍ରୀ ନିନ୍ଦା କରିଛନ୍ତି । ଆମେ ବି ତାର ଦୃଢ଼ ନିନ୍ଦା କରୁଛୁ । ଏଇଟା ହିନୀୟସ ଥିଙ୍କ୍ ।

ଦେବୀ ଆହୁରି କହିଛନ୍ତି ଗୁଜୁରାଟରେ ହେରେନ ପାଣ୍ଡିଆଙ୍କୁ ଯେତେବେଳେ ଗୁଳି କରି ହତ୍ୟା କରାଗଲା, ସେଇଟା କଣ ଆମେ କହିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟୀ । ଆଇନଶୃଙ୍ଖଳା କ୍ଷତିଗ୍ରସ୍ତ ହୋଇଗଲା ବୋଲି ହଠାତ କହି ହେବନାହିଁ । ଲୋକଙ୍କର ମୋଟିଭ ଯେମିତି ରହୁଛି, ଆଉ ଲୋକଙ୍କର କ୍ରାଇମ କରିବାର ପ୍ରବଣତା ବି ଆସୁଛି । ଏଇଟା ସର୍ବ ଭାରତୀୟ ସ୍ତରରେ ହୋଇଛି । ରାଜ୍ୟ ସରକାର ଏହାକୁ ଗୁରୁତର ସହକାରେ ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.