ETV Bharat / state

ନିର୍ବାଚନକୁ ଦୃଷ୍ଟିରେ ରଖି ବେପରୁଆ ମନ୍ତବ୍ୟ ଦିଅନ୍ତୁ ନାହିଁ କେନ୍ଦ୍ରମନ୍ତ୍ରୀ :ବିଜେଡି

author img

By

Published : Apr 14, 2023, 10:17 PM IST

ବିଜେଡି ଉପସଭାପତି ଦେବୀ ରଞ୍ଜନ ମିଶ୍ର କହିଛନ୍ତି ଯେ, ନିର୍ବାଚନ ଅଛି କେନ୍ଦ୍ରମନ୍ତ୍ରୀ ମାନେ ରାଜ୍ୟ ଓ ରାଜ୍ୟ ସରକାରଙ୍କ ଦୋଷ ଦେବେ । ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଏପରି କହିଛନ୍ତି । ଦୁର୍ନୀତି ଅଭିଯୋଗର ପ୍ରମାଣ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ । ଅଭିଯୋଗ ଆଳରେ ଅଭିଯୋଗ କରନ୍ତୁ ନାହିଁ । ଯଦି କିଛି ପ୍ରମାଣ ଅଛି ତାହାହେଲେ ଦିଅନ୍ତୁ । ଅଧିକ ପଢନ୍ତୁ

ନିର୍ବାଚନକୁ ଦୃଷ୍ଟିରେ ରଖି ବେପରୁଆ ମନ୍ତବ୍ୟ ଦିଅନ୍ତୁ ନାହିଁ କେନ୍ଦ୍ରମନ୍ତ୍ରୀ :ବିଜେଡି
ନିର୍ବାଚନକୁ ଦୃଷ୍ଟିରେ ରଖି ବେପରୁଆ ମନ୍ତବ୍ୟ ଦିଅନ୍ତୁ ନାହିଁ କେନ୍ଦ୍ରମନ୍ତ୍ରୀ :ବିଜେଡି

ଭୁବନେଶ୍ବର: ଓଡିଶାରେ ଆବାସ ବଣ୍ଟନକୁ ନେଇ ଆପତ୍ତି ଉଠାଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ । ଓଡ଼ିଶାରେ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ପାଉ ନାହାନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଆପତ୍ତିର ଜବାବ ରଖିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ବେପରୁଆ ମନ୍ତବ୍ୟ ଦିଅନ୍ତୁ ନାହିଁ । ଅଭିଯୋଗ ଆଳରେ ଅଭିଯୋଗ ନକରି ପ୍ରମାଣ ଅଛି ଯଦି ଦିଅନ୍ତୁ ବୋଲି କହିଛନ୍ତି ଦେବୀ ।

ବିଜେଡି ଉପସଭାପତି ଦେବୀ ରଞ୍ଜନ ମିଶ୍ର କହିଛନ୍ତି ଯେ, ନିର୍ବାଚନ ଅଛି କେନ୍ଦ୍ରମନ୍ତ୍ରୀ ମାନେ ରାଜ୍ୟ ଓ ରାଜ୍ୟ ସରକାରଙ୍କ ଦୋଷ ଦେବେ । ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଏପରି କହିଛନ୍ତି । ଦୁର୍ନୀତି ଅଭିଯୋଗର ପ୍ରମାଣ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ । ଅଭିଯୋଗ ଆଳରେ ଅଭିଯୋଗ କରନ୍ତୁ ନାହିଁ । ଯଦି କିଛି ପ୍ରମାଣ ଅଛି ତାହାହେଲେ ଦିଅନ୍ତୁ । ପୂର୍ବରୁ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାରଙ୍କର ସତପ୍ରତିଶତ ଅଂଶଧନ ଥିଲା । 2014 ମସିହାରୁ କେନ୍ଦ୍ର ସରକାର ଉକ୍ତ ଯୋଜନାକୁ କେନ୍ଦ୍ର ଓ ରାଜ୍ୟ ଅଂଶଧନ 60:40 ପ୍ରତିଶତ କରିଦେଇଛନ୍ତି । ନହେଲେ ସେ ଯୋଜନା ବନ୍ଦ କରି ଦେଇଛନ୍ତି ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ।

ଏହାବି ପଢନ୍ତୁ- ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ: ‘ମୁଖ୍ୟମନ୍ତ୍ରୀ ଜବାବ ରଖିବା ଦରକାର, କ୍ଷମା ମାଗନ୍ତୁ ବିଜୟ ପଟ୍ଟନାୟକ’

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଆଜି ଓଡ଼ିଶାରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ନିଜର ପ୍ରତିକ୍ରିୟା ରଖିଥିଲେ । ଓଡ଼ିଶାରେ ଆବାସ ବଣ୍ଟନକୁ ନେଇ ଆପତ୍ତି ଉଠାଇଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ । ସେ କହିଥିଲେ ଯେ, ଓଡ଼ିଶାରେ ଯୋଗ୍ୟ ଲୋକ ଆବାସ ଯୋଜନାରେ ଘର ପାଉ ନାହାନ୍ତି । ସବୁ ନିୟମରୁ ଉର୍ଦ୍ଧ୍ବକୁ ଯାଇ ଓଡିଶାକୁ 38 ଲକ୍ଷ ଘର ଦିଆଯାଇଛି । ଉପା ସରକାର ସମୟରେ 2 ହଜାର କୋଟି ମିଳୁଥିଲା । ମୋଦି ସରକାରରେ ଏହା 1 ଲକ୍ଷ କୋଟିକୁ ବୃଦ୍ଧି କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଓଡ଼ିଶାରେ ଆବାସ ବଣ୍ଟନର ଯାଞ୍ଚ ହେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଅଭିଯୋଗ ପରେ ଏବେ ବିଜେଡି ବିଜେପି ମଧ୍ୟରେ ସରଗରମ ରାଜନୈତିକ ଲଢେଇ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି । ଏପରି ସ୍ଥିତିରେ ଏବେ ନଜର ଏହି ପ୍ରସଙ୍ଗ କେଉଁ ସ୍ତରକୁ ଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.