ETV Bharat / state

Pandian Politics: ବିଜେଡି କହିଲା ଓଡିଶାର ସିଷ୍ଟମ ବଦଳିବ, କଡା କାଉଣ୍ଟର କଲା ବିଜେପି - ନବୀନ ପଟ୍ଟନାୟକ

ଆଜି ବିଜେଡି ସୁଧୀର ସାମଲ କହିଛନ୍ତି, ‘‘ଖୁବଶୀଘ୍ର ଓଡିଶାର ସିଷ୍ଟମ ବଦଳିବାକୁ ଯାଉଛି । ସମ୍ପୂର୍ଣ୍ଣ କାୟାକଳ୍ପ ପରିବର୍ତ୍ତନ ହେବାକୁ ଯାଉଛି । କାୟାକଳ୍ପର ଦାୟିତ୍ବ ନେଇଛନ୍ତି ଭିକେ ପାଣ୍ଡିଆନ ।’’ ଅଧିକ ପଢନ୍ତୁ

Pandian Politics: ବିଜେଡି କହିଲା ଓଡିଶାର ସିଷ୍ଟମ ବଦଳିବ, କଡା କାଉଣ୍ଟର କଲା ବିଜେପି

author img

By ETV Bharat Odisha Team

Published : Oct 28, 2023, 10:17 PM IST

Pandian Politics: ବିଜେଡି କହିଲା ଓଡିଶାର ସିଷ୍ଟମ ବଦଳିବ, କଡା କାଉଣ୍ଟର କଲା ବିଜେପି

ଭୁବନେଶ୍ବର: ଗତକାଲି ଭିକେ ପାଣ୍ଡିଆନଙ୍କୁ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ଭେଟିଛନ୍ତି । ନୂଆ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କ ଦାବି ବିଷୟରେ ଆଲୋଚନା ମଧ୍ୟ ହୋଇଥିଲା। ଏହା ଏକାପ୍ରକାର ସୌଜନ୍ୟମୂଳକ ସାକ୍ଷାତ ବୋଲି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ସେ କହିଛନ୍ତି, ଲୋକମାନେ ବୋକା ନୁହଁନ୍ତି ଯେ ବିଜେଡି କୁ ଭୋଟ ଦେଉଛନ୍ତି। 2024 ରେ ଲୋକମାନେ ଆମ ସପକ୍ଷରେ ରାୟ ଦେବେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁବେଳେ ଲୋକମାନେ ଅଛନ୍ତି। ସେ କେଉଁ ଢଙ୍ଗରେ କାମ କରୁଛନ୍ତି ଏବଂ ଯୋଜନା ଗୁଡିକୁ କିପରି କରୁଛନ୍ତି ତାହା ଲୋକମାନେ ଜାଣିଛନ୍ତି। ଆଗାମୀ ଦିନରେ ଆହୁରି କ୍ରିୟାଶୀଳ ହେବ। ବର୍ତ୍ତମାନ ନବୀନ ଓଡିଶା ଚାଲିଛି। ତେଣୁ ବିରୋଧୀ ଦଳ ଯେଉଁ କଥା କହୁଛନ୍ତି ପାଣ୍ଡିଆନଙ୍କ ବିଷୟରେ ଯଦି ନିଜ ଦଳ ଚିନ୍ତା କରନ୍ତୁ ସେତିକି। ବିଜେଡିର କାମକୁ ଇର୍ଷା କରୁଛନ୍ତି ବିରୋଧୀ । ସେପଟେ ପାଣ୍ଡିଆନ ପ୍ରସଙ୍ଗରେ ପୁଣି ଥରେ ବିଜେଡିକୁ କଡା ପ୍ରହାର କରିଛି ବିଜେପି ।

ଆଜି ବିଜେଡି ସୁଧୀର ସାମଲ କହିଛନ୍ତି, ‘‘ଖୁବଶୀଘ୍ର ଓଡିଶାର ସିଷ୍ଟମ ବଦଳିବାକୁ ଯାଉଛି । ସମ୍ପୂର୍ଣ୍ଣ କାୟାକଳ୍ପ ପରିବର୍ତ୍ତନ ହେବାକୁ ଯାଉଛି । କାୟାକଳ୍ପର ଦାୟିତ୍ବ ନେଇଛନ୍ତି ଭିକେ ପାଣ୍ଡିଆନ ।’’

ସୁଧୀରଙ୍କ ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରି ନାହିଁ ବିଜେପି । ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ‘‘ବିଜେଡିର କୌଣସି ନୀତି ନିୟମ ନାହିଁ। ସାମ୍ବିଧାନିକ ଦାୟିତ୍ଵ ଉଲଂଘନ କରି ଜଣେ ସଚିବଙ୍କୁ ଏପରି ଅଧିକାର ଦେଲେ ଯେ ବିନା ଅନୁମତିରେ ହଜାର ହଜାର କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରିଦେଲେ । ଗ୍ରାମସଭା, ପଲ୍ଲୀସଭା ଏବଂ ବିନା ଟେଣ୍ଡରରେ ବିଜେଡିର କଣ୍ଟ୍ରାକ୍ଟର ମାନଙ୍କୁ ଲଗାଇ କାମ କଲେ। ଏହିଭିଳି 25 ବର୍ଷ ଧରି ସରକାର ଚାଲିଛି । ରାଜକୋଷରୁ ଲୁଟିନେବା ଏବଂ ଲୋକମାନଙ୍କୁ ଭିକାରୀ କରି କିଛି କିଛି ଦେବା ସରକାରର ଏହା ବିଚାରଧାରା।"

ଅଧିକ ପଢନ୍ତୁୃ- Pandian Politics:‘ପାଣ୍ଡିଆନଙ୍କ VRS ଓ ପୁନଃନିଯୁକ୍ତି ରାଜ୍ୟ ରାଜନୀତିକୁ ବାଇପୋଲାର ଦିଗକୁ ନେଉଛି’

ପ୍ରତାପ କହିଛନ୍ତି, ‘‘ଏବେ ନବୀନ ପଟ୍ଟନାୟକଙ୍କୁ ଶକ୍ତି ହୀନ ମନେ କରୁଛନ୍ତି । ସେଥିପାଇଁ ପାଣ୍ଡିଆନଙ୍କ ଠାରୁ ଶକ୍ତି ଉଦ୍ୟମ କରୁଛନ୍ତି। ଯାହାର ନିଜର କିରଣ ନାହିଁ ସୂର୍ଯ୍ୟର କିରଣରେ ଚାଲିଛି। ସେଥିପାଇଁ ସେମାନେ ପାଣ୍ଡିଆନଙ୍କ ପାଖରେ ନତମସ୍ତକ ହେବାକୁ ବାଧ୍ୟ ।’’ ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ପାଣ୍ଡିଆନଙ୍କୁ ଲୋକମାନେ ଭେଟିଲେ କିଛି ସୁଫଳ ମିଳିବ ନାହିଁ। ବ୍ୟକ୍ତିଗତ ଭାବେ କାହା ବିରୁଦ୍ଧରେ ଆଲୋଚନା କରିବା ଠିକ ନୁହେଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.