ETV Bharat / state

କଂଗ୍ରେସକୁ ଶେଷ ଓ ବିଜେପିକୁ ମଜବୁତ କରିବାକୁ ଶରତ ଓ ସୌମ୍ୟ ତତ୍ପର: ବିଜେଡି

author img

By ETV Bharat Odisha Team

Published : Sep 9, 2023, 7:47 AM IST

ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଯେତେବେଳେ ମୁଁ ଶୁଣିଲି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କଂଗ୍ରେସକୁ ଫେରିଲେ ତାଙ୍କୁ ସ୍ୱାଗତ କରିବେ ବୋଲି କହିଲେ ସେତେବେଳେ ମୋତେ ଜୋରରେ ହସ ଲାଗିଲା । ଅଧିକ ପଢନ୍ତୁ

କଂଗ୍ରେସକୁ ଶେଷ ଓ ବିଜେପିକୁ ମଜବୁତ କରିବାକୁ ଶରତ ଓ ସୌମ୍ୟ ତତ୍ପର : ବିଜେଡି

ଭୁବନେଶ୍ବର: ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବିଜେଡି ମଧ୍ୟ ବାଦ ବିବାଦ ଲାଗି ରହିଛି । ଯଦି ସୌମ୍ୟ ବିଜେଡି ଛାଡି କଂଗ୍ରେସ ଆସିବାକୁ ଚାହାଁନ୍ତି, ତେବେ ତାଙ୍କୁ ସ୍ବାଗତ କରାଯିବ । ଏହା କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ଶରତଙ୍କ ଏହି ମନ୍ତବ୍ୟ ପରେ ଆକ୍ଟିଭ ହୋଇଛି ବିଜେଡି । କିଛି ବର୍ଷ ପୂର୍ବେ କଂଗ୍ରେସକୁ ଶେଷ କରିବାକୁ ଶପଥ ନେଇଥିବା ସୌମ୍ୟଙ୍କୁ କଂଗ୍ରେସରେ ସ୍ୱାଗତ କରିବାକୁ ଶରତ ବ୍ୟାକୁଳ ଥିବା କହି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ଦୁଇ ନେତା ବିଜେପିକୁ ମଜବୁତ କରିବାକୁ ଅଣ୍ଟା ଭିଡିଛନ୍ତି ବୋଲି ସେ କହିଛନ୍ତି ।

ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଯେତେବେଳେ ମୁଁ ଶୁଣିଲି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କଂଗ୍ରେସକୁ ଫେରିଲେ ତାଙ୍କୁ ସ୍ୱାଗତ କରିବେ ବୋଲି କହିଲେ ସେତେବେଳେ ମୋତେ ଜୋରରେ ହସ ଲାଗିଲା । କାରଣ ମୁଁ କଂଗ୍ରେସ ଦଳରେ ଥିଲି । ସୌମ୍ୟ ରଞ୍ଜନ ପଟ୍ଟନାୟକ ସେତେବେଳେ କଂଗ୍ରେସରେ ଥାଇ କିଭଳି କାର୍ଯ୍ୟ କରୁଥିଲେ । ଏଥିରୁ ଜଣାପଡୁଛି ଯେ ଶରତ ପଟ୍ଟନାୟକ ଭୁଲି ଯାଇଛନ୍ତି, ସୌମ୍ୟ ରଞ୍ଜନ ପଟ୍ଟନାୟକ ପୂର୍ବରୁ ଦୁଇ ଦୁଇ ଥର ଯୋଗ ଦେଇ କଂଗ୍ରେସ ଛାଡିଛନ୍ତି । ଗତ ଥର ତାଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଥିଲା । ଏହା ପରେ ସେ ଓଡିଶାରେ କଂଗ୍ରେସକୁ ଶେଷ କରିବାକୁ ଶପଥ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ସୌମ୍ୟଙ୍କୁ ଘେରିଲେ ଅରୁଣଙ୍କ ପରେ ଅତନୁ, ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ବ୍ଲାକମେଲିଂ ଠିକ ନୁହେଁ: ଅତନୁ

ବର୍ତ୍ତମାନ ଶରତ ପଟ୍ଟନାୟକ, ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସକୁ ସ୍ୱାଗତ କରିବା ସୂଚାଇ ଦେଇଛି ଯେ ଓଡିଶାରେ କଂଗ୍ରେସକୁ ଶେଷ କରିବା । ବିଜେପିକୁ ମଜବୁତ କରିବା ପାଇଁ ଉଭୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ, ସୌମ୍ୟ ବାବୁ ଜଣେ ଜ୍ଞାନୀଗୁଣୀ ବ୍ୟକ୍ତି । ଓଡିଶା ପାଇଁ ତାଙ୍କର ଢେର ଅବଦାନ ରହିଛି । ବିଜେଡି ନେତାମାନେ ଯେଉଁଭଳି ଭାବରେ ସୌମ୍ୟଙ୍କୁ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି, ତାହା ରାଜନୀତି ପାଇଁ ଶୁଭଙ୍କର ନୁହେଁ । ସୌମ୍ୟ ବାବୁ ହୁଅନ୍ତୁ କି ଅନ୍ୟ ଯେକେହି କଂଗ୍ରେସ ଦଳକୁ ଫେରିବାକୁ ଚାହୁଁଛନ୍ତି, ଆମେ ସମସ୍ତଙ୍କୁ ସ୍ବାଗତ କରିବୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.