ETV Bharat / state

ସାଂସଦ ଅପରାଜିତାଙ୍କୁ ଚେକ୍‌ ଦେବାକୁ ଗୋଟିଚାଳନା, ଶ୍ରୀମୟୀଙ୍କ ଗାଁ ଗାଁରେ ପଦଯାତ୍ରା

author img

By ETV Bharat Odisha Team

Published : Dec 25, 2023, 7:26 PM IST

Srimayee Mishra holds Village Padayatra: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ କି ଅପରାଜିତା ବନାମ ଶ୍ରୀମୟୀ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଖୋର୍ଦ୍ଧାରେ ଗାଁକୁ ଗାଁ ପଦଯାତ୍ରା କଲେ ଶ୍ରୀମୟୀ । ଅଧିକ ପଢନ୍ତୁ

Srimayee Mishra holds Village Padayatra
Srimayee Mishra holds Village Padayatra
ଶ୍ରୀମୟୀଙ୍କ ଗାଁ ଗାଁରେ ପଦଯାତ୍ରା

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ଯେତିକି ପାଖୋଉଛି ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି । କିପରି ଜନସାଧାରଣଙ୍କ ଭୋଟ ହାତେଇବେ ସେଥିପାଇଁ ଏବେ ହେଭିଓ୍ବେଟ ନେତାମାନେ ଗାଁ ମୁହାଁ ହେଉଛନ୍ତି । ଏହିଭଳି ପରିସ୍ଥିତିରେ ବିଜୁ ଜନତା ଦଳ ଅପରାଜିତାଙ୍କୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଚେକ ଦେବା ପାଇଁ ଗୋଟି ଚାଳନା ଆରମ୍ଭ କରିଛି । ବିଶେଷକରି ଅପରାଜିତାଙ୍କୁ କାଉଣ୍ଟର କରିବା ପାଇଁ ଶ୍ରୀମୟୀଙ୍କୁ ଅଘୋଷିତ ସାଂସଦ ପ୍ରାର୍ଥୀ ଭାବେ ଗାଁ ଗାଁ ବିଜେଡି ବୁଲାଉଛି ବୋଲି ଧରିଲାଣି ଚର୍ଚ୍ଚା । ଶ୍ରୀମୟୀଙ୍କ ସହିତ କିଛି ଦଳୀୟ ତୁଙ୍ଗ ନେତାମାନେ ମଧ୍ୟ ଏହି ଗାଁ ପରିକ୍ରମାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ସୋମବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ପଦଯାତ୍ରା କରିଛନ୍ତି ଶ୍ରୀମୟୀ ମିଶ୍ର । ତାଙ୍କ ସହ ଦଳୀୟ ତୁଙ୍ଗ ନେତା ସ୍ଥାନୀୟ ବିଧାୟକ ସାମିଲ ହୋଇ ଶତାଧିକ ଲୋକଙ୍କ ସହ ଗ୍ରାମ ପରିକ୍ରମା କରିଛନ୍ତି । ଲୋକଙ୍କ ନିକଟତର ହେବା ସହ ପରିଚିତ ହେବା ପାଇଁ ଶ୍ରୀମୟୀ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ସେହିପରି ଅଘୋଷିତ ଭାବେ ଶ୍ରୀମୟୀ ନାମରେ ନିର୍ବାଚନ ପୂର୍ବରୁ ବିଭିନ୍ନ ସୋଗ୍ଲାନ ମାଧ୍ୟମରେ ପ୍ରଚାର କରିବା ସହ ଗୀତ ବାଜୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶ୍ରୀମୟୀ ଏକ ପ୍ରକାର ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ବୋଲି ଆଲୋଚନା ଜୋର ଧରିଲାଣି ।

ଏହା ବି ପଢନ୍ତୁ- ଫୋକସରେ 24 ନିର୍ବାଚନ, ଖୋର୍ଦ୍ଧାରେ ଅପରାଜିତା ବନାମ ଶ୍ରୀମୟୀ

ସେପଟେ ଏ ନେଇ ଶ୍ରୀମୟୀ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ତାହା ହିଁ ଶ୍ରେଷ୍ଠ ନିଷ୍ପତ୍ତି । ଯେହେତୁ ନବୀନ ବାବୁ ମତେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ପର୍ଯବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ସେଥିପାଇଁ ମୁଁ ବିଭିନ୍ନ ଯାଗାକୁ ପଦଯାତ୍ରା କରୁଛି ।" କିନ୍ତୁ ଅପରାଜିତା ଯେଉଁଭଳି ଭାବେ ବିଜେଡି ପାଇଁ ମୁଣ୍ଡବିନ୍ଧା କାରଣ ପାଲଟିଛନ୍ତି ତାଙ୍କୁ ଆଗାମୀ ନିର୍ବାଚନରେ ହରାଇବା ପାଇଁ ବିଜେଡି ସବୁ କଳବଳ ଏକାଠି କରିଛି । କିଭଳି ଶ୍ରୀମୟୀ ସଂସଦୀୟ କ୍ଷେତ୍ରରେ ଅପରାଜିତାଙ୍କୁ ହରାଇବେ ସେଥିପାଇଁ ଏବେ ଠାରୁ ଦଳ ଆରମ୍ଭ କରିଛି ପଦଯାତ୍ରା । ଅପରାଜିତାଙ୍କ ଷ୍ଟାଇଲରେ ଗାଁକୁ ଗାଁ ପଦଯାତ୍ରା କରି ଲୋକଙ୍କ ସହ ଯୋଡି ହେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଶ୍ରୀମୟୀ । ତେବେ ଏହି ପ୍ରୟାସ ସାଧାରଣ ନିର୍ବାଚନରେ କେତେ ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ଜଣାପଡିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.