ETV Bharat / state

୬ ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ; ମାନସଙ୍କୁ ବ୍ରହ୍ମପୁର, ଶ୍ରୀମୟୀ ଭୁବନେଶ୍ୱର ଲୋକସଭା ପର୍ଯ୍ୟବେକ୍ଷକ

author img

By

Published : Jun 15, 2023, 10:58 PM IST

Updated : Jun 16, 2023, 9:21 AM IST

ବିଜ୍ଞପ୍ତି ଅନୁସାରେ, ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ । ଭୁବନେଶ୍ବର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବରେ ରହିବେ ରାଜ୍ୟ ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର । ଅଧିକ ପଢନ୍ତୁ

ଶ୍ରୀମୟୀ ମିଶ୍ର ଭୁବନେଶ୍ବର ଲୋକସଭା ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର କରିଛି ବିଜୁ ଜନତା ଦଳ । ଏହି କ୍ରମରେ ଆଜି ବିଜେଡି ୬ ଜଣ ନେତାଙ୍କୁ ନୂଆ ଦାୟିତ୍ବ ଦେଇଛି । ୨ ନେତାଙ୍କୁ ସଂସଦୀୟ କ୍ଷେତ୍ର, ୩ ଜଣଙ୍କୁ ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି । ସେହିପରି ଜଣଙ୍କୁ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ । ଭୁବନେଶ୍ବର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବରେ ରହିବେ ରାଜ୍ୟ ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର । ସେହିପରି ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି । କୋରେଇ ବିଧାୟକ ଅଶୋକ ବଳଙ୍କୁ ତେଲକୋଇ ବିଧାନସଭା ଆସନର ପର୍ଯ୍ୟବେକ୍ଷକ, ଆଶୀଷ ଚକ୍ରବର୍ତ୍ତୀଙ୍କୁ ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା ଆସନର ପର୍ଯ୍ୟବେକ୍ଷକ ହୋଇଛନ୍ତି । ସେହିପରି କୁନ ବିହାରୀ ଦାସଙ୍କୁ ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦେଇଛି ଦଳ ।

ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସଂଗଠନ ସ୍ତରରେ ଅଦଳବଦଳ କରୁଛନ୍ତି ବିଜେଡି ସୁପ୍ରିମୋ । ମାର୍ଚ୍ଚ ମାସରେ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ୫ ଜିଲ୍ଲା ସଭାପତିଙ୍କୁ ପଦରୁ ହଟାଇ ଦିଆଯାଇଛି । ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ଥିବା ରବୀନ୍ଦ୍ର କୁମାର ଜେନା, ରାଉରକେଲା ଜିଲ୍ଲା ବିଜେଡି ସଭାପତି ଶାରଦା ନାୟକ, ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି, କୋରାପୁଟ ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି । ଦଳ ପକ୍ଷରୁ ସେମାନଙ୍କୁ ମାର୍ଚ୍ଚ ୨୭ରେ ରବୀନ୍ଦ୍ରଙ୍କୁ ଖୋର୍ଦ୍ଧା, ଶାରଦାଙ୍କୁ ଝାରସୁଗୁଡ଼ା, ପ୍ରଫୁଲ୍ଲଙ୍କୁ କଟକ, ପ୍ରଶାନ୍ତଙ୍କୁ ମୟୂରଭଞ୍ଜ ଓ ଈଶ୍ବରଙ୍କୁ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜ

ଅନ୍ୟପଟେ ଆଜି ଆଉ ଜଣେ ଜିଲ୍ଲା ସଭାପତିଙ୍କୁ ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି ଦଳ । ସେ ହେଉଛନ୍ତି ଭୁବନେଶ୍ବର ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ । ଢେଙ୍କାନାଳ ସହ ଆଉ ୩ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସହଯୋଗ କରିବାକୁ ସୁଶାନ୍ତ ରାଉତ ଓ ଆଶିଷ ଚକ୍ରବର୍ତ୍ତୀଙ୍କୁ ଦାୟିତ୍ବ ଦେଇଛି ଦଳ । ସୁଶାନ୍ତଙ୍କୁ ହିନ୍ଦୋଳ ଓ ଢେଙ୍କାନାଳ ଏବଂ ଆଶିଷଙ୍କୁ ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ତେଣୁ ବିଜେଡି ଢେଙ୍କାନାଳକୁ ଅଧିକ ଫୋକ୍ସରେ ନେଉଛି ।

ସେହିପରି ଅନୁଗୁଳରେ ପ୍ରଣବଙ୍କୁ ସହଯୋଗ କରିବେ କୁନା ବିହାରୀ ଦାସ । କୁନାଙ୍କୁ ଅନୁଗୁଳ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି ଦଳ । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଚେକ ଦେବାକୁ ଶ୍ରୀମୟୀଙ୍କୁ ଦାୟିତ୍ବ ଦେଇଛି ଦଳ । ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ରବୀନ୍ଦ୍ରଙ୍କୁ ଦାୟିତ୍ବ ମିଳିଥିଲେ ବି ଅପରାଜିତାଙ୍କୁ କାଉଣ୍ଟର କରିବାକୁ ଶ୍ରୀମୟୀଙ୍କୁ ଅଧିକ କ୍ଷମତା ଦେଇଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 16, 2023, 9:21 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.