ETV Bharat / state

କେନ୍ଦ୍ରମନ୍ତ୍ରୀମାନେ ପୁରୁଣା ହିସାବ ଦେଉଛନ୍ତି, ହକ ଦେଉନାହାନ୍ତି: ବିଜେଡି

ରେଳ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀ କରିଥିବା ଅଭିଯୋଗର ଜବାବ ରଖିଛି ବିଜେଡି । ଅଧିକ ପଢନ୍ତୁ

bjd leader reaction
bjd leader reaction
author img

By

Published : Dec 29, 2022, 10:44 PM IST

Updated : Dec 30, 2022, 12:30 PM IST

bjd leader reaction

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଛନ୍ତି 3 କେନ୍ଦ୍ରମନ୍ତ୍ରୀ । ରାଜ୍ୟକୁ ବିଭିନ୍ନ ଯୋଜନାରେ ମିଳିଥିବା ଟଙ୍କାର ହିସାବ କେନ୍ଦ୍ରମନ୍ତ୍ରୀ ଦେଉଛନ୍ତି । ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ। ପୁରୁଣା ହିସାବ ଦେଉଛନ୍ତି, ହେଲେ ହକ କାହିଁକି ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହ ରେଳ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀ କରିଥିବା ଅଭିଯୋଗର ଜବାବ ରଖିଛି ବିଜେଡି ।

ବିଜେଡି ସାଂସଦ କହିଛନ୍ତି ଯେ, ରେଳ ଲାଗି ଜମି କେବେଠାରୁ ଯୋଗାଇ ଦିଆଯାଇଛି । ବିଶେଷ କରି କୋରାପୁଟ, ମାଲକାନଗିରି ସହ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଲାଗି ଜମି ଯୋଗାଇ ଦିଆଯାଇଛି । ରେଳମନ୍ତ୍ରୀ ବୋଧେ ଠିକ ଭାବରେ ଏହାକୁ ଅନୁଧ୍ୟାନ କରିନାହାନ୍ତି । ରାଜ୍ୟରେ ରେଳ କାର୍ଯ୍ୟ ବହୁ ଧୀରେ ଚାଲିଛି । ଓଡ଼ିଶାରୁ ରାଜ୍ୟସଭା ଯାଇ ରେଳମନ୍ତ୍ରୀ ହୋଇଥିବାରୁ ଆମର ବହୁତ ଆଶା ଅଛି । ରାଜ୍ୟରେ ରେଳ କାର୍ଯ୍ୟ ଆଗକୁ ନେବେ ବୋଲି ଆମର ବିଶ୍ୱାସ ରହିଛି । ଅଭିଯୋଗ ନକରି ମିଛ କଥା ନକହି କାମ ଯଦି ଜଲଦି ଜଲଦି କରନ୍ତେ, ଓଡ଼ିଶାବାସୀ ସମସ୍ତେ ଖୁସି ହୋଇଥାନ୍ତେ ।

ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ ବିଜେଡି ମାଗେ । ଆମେ ଭିକ ମାଗୁନାହୁଁ କି ଆମକୁ କେହି ଜବରଦସ୍ତ କେହି ଦେଉନାହାନ୍ତି । ଆମର ହକ ଆମେ ମାଗୁଛୁ । ଆମର ହକକୁ ବି କେନ୍ଦ୍ର ସରକାର ଠିକରେ ଦେଉନାହାନ୍ତି । ବିଭିନ୍ନ ଯୋଜନାରେ ଠିକ ସମୟରେ ଟଙ୍କା ପୈଠ କରୁନାହାନ୍ତି । ବିଭିନ୍ନ ବିଭାଗରେ ପଡି ରହିଥିବା ଟଙ୍କା ମଧ୍ୟ ମିଳୁନାହିଁ । କେନ୍ଦ୍ରମନ୍ତ୍ରୀମାନେ ପୁରୁଣା ହିସାବ କେବଳ ଦେଉଛନ୍ତି । ରେଳ କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶାରୁ ପ୍ରତିବର୍ଷ 2 ଲକ୍ଷ କୋଟିରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି । ହେଲେ ଦେଉଛନ୍ତି 20 ହଜାର କୋଟି ଟଙ୍କା । ନିଶ୍ଚିତ ଭାବେ କେନ୍ଦ୍ର ସରକାର ଆମକୁ ଅବହେଳା କରୁଛନ୍ତି । ତେଣୁ ଆମକୁ ଅବହେଳା ନକରିବାକୁ ଆମେ ଦାବି କରୁଛୁ । କୋଇଲା ରୟାଲଟି ବୃଦ୍ଧି ଲାଗି ଓଡ଼ିଶା ଦାବି କରିଆସୁଛି । ମୁଖ୍ୟମନ୍ତ୍ରୀ ଚିଠି ପରେ ଚିଠି ଲେଖୁଛନ୍ତି, ସଂସଦରେ ଆମେ ଉଠାଉଛୁ । ଦେବେ ବୋଲି କହି ଦେଉନାହିଁ କେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 30, 2022, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.