ETV Bharat / state

ଓଡ଼ିଶାରେ ପ୍ରବେଶ କରିବାକୁ BRSର ସଜବାଜ, ଅଧିକ ପ୍ରଭାବିତ ହେବ ବିଜେପି !

author img

By

Published : Jan 19, 2023, 5:41 PM IST

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରବେଶ କରିବାକୁ ସଜବାଜ ହେଉଛି ଭାରତ ରାଷ୍ଟ୍ର ସମିତି ବା ବିଆରଏସ । ତେବେ ବିଆରଏସର ଓଡ଼ିଶା ପ୍ରବେଶ ଦ୍ବାରା ବିଜେଡି ଅପେକ୍ଷା ବିଜେପି ଅଧିକ ପ୍ରଭାବିତ ହୋଇପାରେ ବୋଲି ମତ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

BJD Leader Pradip Majhi on BRS
BJD Leader Pradip Majhi on BRS

ଓଡ଼ିଶାରେ ପ୍ରବେଶ କରିବାକୁ BRSର ସଜବାଜ

ଭୁବନେଶ୍ବର: ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ହେବ କି ବିଆରଏସ । କାରଣ ଦକ୍ଷିଣ ଓଡ଼ିଶାର ବିଜେପି ନେତା ଏବେ ବିଆରଏସ ମୁହାଁ ହୋଇଛନ୍ତି । ତେବେ ଶାସକ ଦଳ ବିଜେଡି ଅପେକ୍ଷା ବିଜେପି ଅଧିକ ପ୍ରଭାବିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶା ଦଖଲ କରିବାକୁ ବିଭିନ୍ନ ଜାତୀୟ ଦଳର ନଜର ରହିଛି । ବିଜେପି, କଂଗ୍ରେସ, ଆପ୍‌ ପରେ ଓଡିଶା ଉପରେ ଆଖି ପକାଇଛି ଆଉ ଏକ ଜାତୀୟ ଦଳ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ଭାରତ ରାଷ୍ଟ୍ରୀୟ ସମିତି ପାର୍ଟି ୨୦୨୪ ନିର୍ବାଚନରେ ବିଜେଡି ଗଡ଼ରେ ପାଦ ଥାପିବାକୁ ଅଣ୍ଟା ଭିଡ଼ିଛି ।

ସେପଟେ ବିଆରଏସ ଯଦି ଓଡ଼ିଶା ପ୍ରବେଶ କରେ ତେବେ ତେଲୁଗୁ ଦେଶମ ପାର୍ଟି ଅବସ୍ଥା ଭୋଗିବ ବୋଲି ବିଜେଡି କହିଛି । ରାଜନୈତିକ ସମୀକ୍ଷକଙ୍କ କହିବା କଥା ବିଆରଏସର ଆଗମନରେ ବିଜେଡି ଅପେକ୍ଷା ଅଧିକ ପ୍ରଭାବିତ ହେବ ବିଜେପି । ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ଦୁଇ ନୂଆ ରାଜନୈତିକ ଦଳ ଆପ ଓ ବିଆରଏସ । ଏମିତିକି ୧୪୭ ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବାକୁ ବିଆରଏସ ଲକ୍ଷ୍ୟ ରଖିଛି । ଆସନ୍ତା କିଛିଦିନ ମଧ୍ୟରେ ଦଳ ଓଡ଼ିଶାରେ ଆନୁଷ୍ଠାନିକ ଭାବେ ନିଜର ଉପସ୍ଥିତି ଜାହିର କରିବ ବୋଲି ଯୋଜନା କରିଛି ।

ବିଆରଏସ ଅଧ୍ୟକ୍ଷ କେସିଆରଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଆଲୋଚନା କରିଛନ୍ତି । ସେହିପରି ବିଜେଡିରୁ ଯାଇ ବିଜେପିରେ ଥିବା ଜୟରାମ ପାଙ୍ଗୀ ମଧ୍ୟ ଭେଟିଛନ୍ତି । ଅନ୍ୟପଟେ କଂଗ୍ରେସରୁ ଇସ୍ତଫା ଦେଇଥିବା କୈଳାସ କୁମାର ମୁଖି ପ୍ରଥମ ଓଡ଼ିଆ ଭାବେ ବିଆରଏସ ପାର୍ଟିରେ ସାମିଲ ହୋଇଛନ୍ତି । ସେହିପରି ସଦ୍ୟ କଂଗ୍ରେସ ଛାଡିଥିବା ସତ୍ୟ ପ୍ରକାଶ ନାୟକ ଓ ରାଜନୈତିକ ନିଷ୍କ୍ରିୟ ଥିବା କିଛି ନେତା ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଆରଏସର ଓଡ଼ିଶା ପ୍ରବେଶ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଦକ୍ଷିଣ ଓଡ଼ିଶାର ହେଭିୱଟ ନେତା ପ୍ରଦୀପ ମାଝୀ । ପ୍ରଦୀପ କହିଛନ୍ତି, " ପୂର୍ବରୁ ଚନ୍ଦ୍ର ବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ଓଡ଼ିଶାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଦକ୍ଷିଣ ଓଡ଼ିଶାରେ ପଶି ତେଲୁଗୁ ଭୋଟ କରାୟତ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିଲା । ବର୍ତ୍ତମାନ ବିଆରଏସ ମଧ୍ୟ ସମାନ କାର୍ଯ୍ୟ କରୁଛି । ଗିରିଧାରୀ ଗମାଙ୍ଗ ଓ ଜୟରାମ ପାଙ୍ଗିଙ୍କୁ ନେଇ ବିଆରଏସ କରୁଥିବା ପ୍ରୟାସରେ ବିଜେଡି ନୁହେଁ, ବିଜେପି କ୍ଷତିଗ୍ରସ୍ତ ହେବ ।"

ଏହା ବି ପଢନ୍ତୁ- ବିଜେପି ଛାଡିବେ ଗିରିଧର ଗମାଙ୍ଗ ! BRSରେ ହେବେ ସାମିଲ

"ଦକ୍ଷିଣ ଓଡ଼ିଶାର ଜନସାଧାରଣ ବିଜୁ ଜନତା ଦଳ ସହିତ ଅଛନ୍ତି । ପଞ୍ଚାୟତ ନିର୍ବାଚନ ତାହା ପ୍ରମାଣିତ କରିଛି । ୨୦୨୪ ନିର୍ବାଚନରେ ଅବିଭକ୍ତ କୋରାପୁଟ ସମେତ ସମସ୍ତ ଦକ୍ଷିଣାଞ୍ଚଳ ଭୋଟର ବିଜେଡିକୁ ଭୋଟ ଦେବେ । କାରଣ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଛିଡା ହୋଇଛନ୍ତି । ବିଜେଡି ବିଲକୁଲ ପ୍ରଭାବିତ ହେବନାହିଁ । ୨ ଜଣ ନେତା ଭାରତୀୟ ଜନତା ପାର୍ଟି ଛାଡି ଯାଉଛନ୍ତି । ବିଜେଡି ଲୋକଙ୍କ ଲାଗି ଯେଉଁପରି ଭାବେ ସେଠାରେ କାମ କରୁଛି, ଆମେ ଅଧିକ ଶକ୍ତିଶାଳୀ ହେବୁ । ତାହା ପ୍ରମାଣିତ ହୋଇସାରିଛି" ବୋଲି ପ୍ରଦୀପ କହିଛନ୍ତି ।

ସେହିପରି ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ଯଦି ବିଆରଏସ ଓଡ଼ିଶାରେ କାର୍ଯ୍ୟ କରେ, ତେବେ ଏହାର ପ୍ରଭାବ ଦକ୍ଷିଣ ଓଡିଶାରେ ରହିବ । ଯେଉଁଠାରେ ତେଲୁଗୁ ଭାଷାଭାଷୀ ଲୋକ ଅଛନ୍ତି, ତାଙ୍କ ପ୍ରତି ଟିକେ ପ୍ରଭାବ ପଡିପାରେ । କେସିଆରଙ୍କର ଜାତୀୟ ମହତୋକାଂକ୍ଷା ରହିଛି । ଦକ୍ଷିଣ ଭାରତର ଏକମାତ୍ର ନେତା କେସିଆର, ଯିଏ ହିନ୍ଦୀରେ ମଧ୍ୟ ଭାଷଣ ଦେଇପାରନ୍ତି । ଗିରିଧାରୀ ଗମାଙ୍ଗ, ଜୟରାମ ପାଙ୍ଗି ପରି ନେତା ଯୋଗ ଦିଅନ୍ତି, ତାହାଲେ ବିଜେପିକୁ ଅଧିକ କ୍ଷତି କରିବ । କାରଣ ଏମାନେ ବିଜେପିରେ ଥିଲେ, ଦକ୍ଷିଣ ଓଡିଶାରେ ନେତୃତ୍ବ ନେଉଥିଲେ । ଏମାନଙ୍କର ନିଜସ୍ବ ସଂଗଠନ ଅଛି ।

ବିଜେପିକୁ ସେ ଅଞ୍ଚଳରେ ନୂଆ ନେତା ଆଣିବାକୁ ପଡିବ । ତାହାଲେ ଯାଇ ୨୦୨୪ ଓ ପରବର୍ତ୍ତୀ ସମୟରେ ବିଜେପି ମୁକାବିଲା କରିପାରିବ । କିନ୍ତୁ ବିଆରଏସ ଓଡ଼ିଶାରେ କିଛି ବଡ଼ ପରିବର୍ତ୍ତନ କରିପାରିବାର ଆଶା ନାହିଁ । ବିଆରଏସ ଗଞ୍ଜାମ ଜିଲ୍ଲା ଅତିକ୍ରମ କରିପାରିବ ନାହିଁ । ଓଡିଶାରେ ରାଜନୀତି ପୋଲାରାଇଜ ହୋଇ ରହିଛି । ବିଜେପି ବିରୋଧୀ ଓ ତୃତୀୟ ଶକ୍ତି ଭାବେ କଂଗ୍ରେସ ହୋଇ ପାରିଥାନ୍ତା । କିନ୍ତୁ କଂଗ୍ରେସରେ ନିଷ୍ଠା, ଏକତା ଓ ଲକ୍ଷ୍ୟ ବି ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.