ETV Bharat / state

ଦିଲ୍ଲୀରେ ଶାସକ-ବିରୋଧୀ ମେଳି, ଉଭୟଙ୍କଠୁ ଦୂରରେ ବିଜେଡି

author img

By

Published : Jul 17, 2023, 9:16 PM IST

Updated : Jul 17, 2023, 10:21 PM IST

୨୦୨୪ ସାଧାରଣ ନିର୍ବାଚନ ନେଇ ଦିଲ୍ଲୀରେ ଶାସକ-ବିରୋଧୀ ମେଳି । କିନ୍ତୁ ଉଭୟ ବୈଠକରୁ ନିଜକୁ ଦୂରେଇ ରଖିଛି ବିଜୁ ଜନତା ଦଳ । ଅଧିକ ପଢନ୍ତୁ

BJD keeps equal distance
BJD keeps equal distance
ଦିଲ୍ଲୀରେ ଶାସକ-ବିରୋଧୀ ମେଳି, ଉଭୟଙ୍କଠୁ ଦୂରରେ ବିଜେଡି

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି । ଉଭୟ ଶାସକ ଓ ବିରୋଧୀ ମେଣ୍ଟ ରଣନୀତି ପ୍ରସ୍ତୁତ କରିବାକୁ ତତ୍ପରତାର ସହ କାମ କରୁଛନ୍ତି । ଆଜି ବେଙ୍ଗାଲୁରୁରେ ୨୬ଟି ବିରୋଧୀ ଦଳର ଏକାଠି ହୋଇଥିବା ବେଳେ ଆସନ୍ତାକାଲି ବିଜେପି ଏବଂ ସହଯୋଗୀ ଶକ୍ତି ପ୍ରଦର୍ଶନ କରିବେ । କିନ୍ତୁ ଉଭୟ ବୈଠକରୁ ନିଜକୁ ଦୂରେଇ ରଖିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ସମଦୂରତ୍ବ କଥା ଛାଡି ଏପାଖ ନହେଲେ ସେପାଖ ହେଉ ବୋଲି କହିଛି ବିଜେପି ।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "ଜାତୀୟ ସ୍ତରର ବିରୋଧୀ ଦଳ ସମୂହ ବେଙ୍ଗାଲୁରୁ ବୈଠକ କରୁଛନ୍ତି । ଦିଲ୍ଲୀରେ NDAର ବୈଠକ ହେଉଛି । ବିଭିନ୍ନ ରାଜନୈତିକ ଦଳ ତାଙ୍କ କାର୍ଯ୍ୟକ୍ରମ କରୁଛନ୍ତି । ବିଜେଡିର ଘୋଷିତ ନୀତି ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ନା ଏନଡିଏ ନା ୟୁପିଏ ଆମେ କାହା ସହିତ ନାହୁଁ । ଆମେ ଓଡ଼ିଶାବାସୀଙ୍କ ସହିତ ରହିଛୁ । ଏହା ହେଉଛି ସାରାଂଶ । ଓଡ଼ିଶା କ୍ଷେତ୍ରରେ ନବୀନ ବାବୁଙ୍କ କାର୍ଯ୍ୟକ୍ରମ ଲୋକଙ୍କ ଦ୍ବାରା ଆଦୃତ ହେଉଛି । ବିଜେଡି ପ୍ରତି ଲୋକଙ୍କ ସମର୍ଥନ ଦିନକୁ ଦିନ ବଢ଼ିବାରେ ଲାଗିଛି । ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଆମେ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ପାଖରେ ପହଞ୍ଚି ରୂପାନ୍ତରିତ ଓଡ଼ିଶାର କାର୍ଯ୍ୟକ୍ରମ ଅଧିକ ତ୍ବରାନ୍ବିତ ହେବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପୂର୍ବରୁ ଯାହା ସ୍ଥିତି ଥିଲା ତାହା ପରିବର୍ତ୍ତନ ହୋଇନାହିଁ । ମୁଖ୍ୟମନ୍ତ୍ରୀ ପୂର୍ବରୁ ଏହି କଥା କହିଛନ୍ତି ।"

ଏହା ବି ପଢନ୍ତୁ- ବିଜେଡି ପାଇଁ ସମଦୂରତା ସ୍ପଷ୍ଟ ନୀତି, ବିକାଶ ଆଭିମୁଖ୍ୟ ସ୍ପଷ୍ଟ ଲକ୍ଷ୍ୟ: ଦେବୀ

ସେହିପରି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "NDAର ବିରୋଧୀ ପକ୍ଷ ଭୟଭୀତ ଅବସ୍ଥାରେ ଅଛନ୍ତି । ଯେଉଁମାନେ ୟୁପିଏରେ ଅଛନ୍ତି ଏମାନେ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । 2024ରେ ଯଦି ଏନଡିଏ କ୍ଷମତାକୁ ଆସେ ଓ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଯିବେ ତାହେଲେ ଏମାନଙ୍କ କଳା କାରନାମା ବାହାରକୁ ବାହାରିବ । ହଜାର ହଜାର କୋଟି ଟଙ୍କା ରାଜକୋଷରୁ ଲୁଟ, ଅପରାଧୀ କାର୍ଯ୍ୟକଳାପ ରହିଛି । ଅଧିକାଂଶ ଜେଲକୁ ଚାଲିଯିବେ । ତେଣୁ ଏମନେ ଏକଜୁଟ ହେବାରେ ଲାଗିଛନ୍ତି । ମୋଦିଙ୍କୁ ଆଉ ପ୍ରଧାନମନ୍ତ୍ରୀ କରି ଦେବେ ନାହିଁ । କିନ୍ତୁ ଏନଡିଏର ଶକ୍ତି ବଢୁଛି । ପୁରୁଣା ସହଯୋଗୀ ଫେରୁଛନ୍ତି। ନରେନ୍ଦ୍ରଙ୍କ ଲୋକପ୍ରିୟତା ବଢୁଛି ।"

ସେ ଆହୁରି କହିଛନ୍ତି, "ସାଧାରଣ ଲୋକ ଚାହୁଁଛି ନରେନ୍ଦ୍ର ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେବାର ଆବଶ୍ୟକତା ରହିଛି । ନିର୍ବାଚନ ପୂର୍ବରୁ ୟୁପିଏ ଏକଜୁଟ ହୋଇପାରିବେନାହିଁ । ତାଙ୍କ ଭିତରେ ବାଦ ବିବାଦ ବଢୁଛି । ବିଜୁ ଜନତା ଦଳର ଅବସ୍ଥା ତଦୃପ । ଏନଡିଏ ଓ ୟୁପିଏ ଠାରୁ ସମ ଦୂରତା କଥା କହୁଛି । କିନ୍ତୁ ନରେନ୍ଦ୍ର ମୋଦିଙ୍କୁ ପ୍ରଭାବିତ କରବା ବିଜେଡିର ଉଦେଶ୍ୟ । ବିଜୁ ଜନତା ଦଳ ଭୂମିକା ଓଡ଼ିଶାବାସୀ ଜାଣିସାରିଲେଣି । ଏନଡିଏରେ ନହେଲେ ୟୁପିଏରେ ରହିବ । ଭିତିରିଆ କଂଗ୍ରେସ ସହିତ ମେଣ୍ଟ କରି ବିଜେପିକୁ କ୍ଷମତାରେ ବସେଇ ନଦେବାକୁ ଚେଷ୍ଟା କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 17, 2023, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.