ETV Bharat / state

ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି, ବିଜେପି ହିଂସା ଘଟାଉଥିବା ଅଭିଯୋଗ

author img

By

Published : Nov 24, 2022, 5:28 PM IST

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଆଜି ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେଡି ନେତା ଗୌତମବୁଦ୍ଧ ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନିର୍ବାଚନ ଆୟୁକ୍ତଙ୍କୁ ଭେଟିଛି । ଅଧିକ ପଢ଼ନ୍ତୁ

BJD delegation met CEO against BJP before Padampur By Poll
ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି, ବିଜେପି ହିଂସା ଘଟାଉଥିବା ଅଭିଯୋଗ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଆଜି ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି(BJD) । ବିଜେଡି ନେତା ଗୌତମବୁଦ୍ଧ ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନିର୍ବାଚନ ଆୟୁକ୍ତଙ୍କୁ ଭେଟିଛି । ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବାକୁ ବିରୋଧୀ ବିଜେପି ହିଂସାକାଣ୍ଡ ଘଟାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛି ଶାସକ ଦଳ ।

ବିଜେଡି ନେତା ଗୌତମବୁଦ୍ଧ ଦାସ କହିଛନ୍ତି, "ପଦ୍ମପୁର ଉପ ନିର୍ବାଚନରେ ବିଜେପି ହିଂସାକାଣ୍ଡ ଘଟାଉଛି । ବିଜେପି DNAରେ ହିଂସା ରହିଛି । ପଦ୍ମପୁର ବ୍ଲକ ଦହି ଗାଁ ପଞ୍ଚାୟତ ବୁଗୁଡା ଗାଁରେ ବିଜେଡି କର୍ମୀ ସଂଜୁ ବରିହାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ରିଙ୍କୁ ମେହେର ଓ ତାଙ୍କ ସାଥି ଆକ୍ରମଣ କରିଛନ୍ତି । ଏହି ଦୁଇଜଣ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ । ପୂର୍ବରୁ ବିଜେଡି ନେତା ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରେ ମଧ୍ୟ ବିଜେପୁର ଉପନିର୍ବାଚନ ପୂର୍ବରୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁମାନେ ଜେଲ୍‌ରୁ ବେଲ୍‌ରେ ଆସିଛନ୍ତି ସେମାନଙ୍କ ମାଷ୍ଟରମାଇଣ୍ଡ୍‌ କାମ କରୁଛି । ଏହି ମରଣାନ୍ତକ ଆକ୍ରମଣ ଘଟଣାରେ ବିଜେପିର ରିଙ୍କୁ ମେହେର ଓ ଅନ୍ୟମାନଙ୍କୁ ଗିରଫ କରାଯାଉ । ବିଜେପି ହିଂସା ଆଚରଣରୁ ନିବୃତ୍ତ ରୁହନ୍ତୁ ।"

ପଦ୍ମପୁର ଉପନିର୍ବାଚନରେ ଡିସେମ୍ବର ୫ ତାରିଖରେ ମତଦାନ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ନିର୍ବାଚନ ତାରିଖ ଘୋଷଣା ପରଠୁ ସମ୍ପୂର୍ଣ୍ଣ ବରଗଡ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଜଣେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚର ସର୍ବାଧିକ ସୀମା ୪୦ ଲକ୍ଷ ଟଙ୍କା ରହିଛି । ପ୍ରତିଦ୍ବନ୍ଦ୍ବୀତା କରୁଥିବା ପ୍ରାର୍ଥୀ ନିର୍ବାଚନୀ ଖର୍ଚ୍ଚ ବାବଦରେ ସ୍ବତନ୍ତ୍ର ହିସାବ ଖାତା ରଖିବେ । ନିର୍ବାଚନ ସମୟରେ କେତେ ଅର୍ଥ ବ୍ୟୟ କଲେ ତାହାର ହିସାବ ଫଳ ପ୍ରକାଶର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବେ ।

ଆଇନ୍‍ ଶୃଙ୍ଖଳା ରକ୍ଷା ପାଇଁ ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ମୁତୟନ ହୋଇଛନ୍ତି । ଏଥିସହିତ ଆବଶ୍ୟକ ସଂଖ୍ୟକ ରାଜ୍ୟ ପୋଲିସ୍‍ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି । ରାଜ୍ୟ ସରକାର ମତଦାନ ଦିବସକୁ ଭୋଟରମାନଙ୍କ ପାଇଁ ଛୁଟି ଏବଂ ଉଭୟ ମତଦାନ ଓ ମତଗଣନା ଦିବସକୁ ‘ଡ୍ରାଏ ଡେ’ ଭାବେ ଘୋଷଣା କରିଛନ୍ତି । ପଦ୍ମପୁର ଉପନିର୍ବାଚନରେ ବିଜେଡିର ବର୍ଷା ସିଂ ବରିହା, ବିଜେପିର ପ୍ରଦୀପ ପୁରୋହିତ ଏବଂ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କ ସମେତ ମୋଟ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.