ETV Bharat / state

Jharsuguda By Poll: କେନ୍ଦ୍ରମନ୍ତ୍ରୀଙ୍କ ପୋଷ୍ଟରକୁ ନେଇ ବିବାଦ, CEOଙ୍କୁ ଭେଟିଲା ବିଜେଡି - ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ବିଜେପି ଏଠାରେ ହାରିବ ଜାଣି ହିଂସାତ୍ମକ ପନ୍ଥା ଆପଣାଉଥିବା ଅଭିଯୋଗ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିବା ପୋଷ୍ଟରରେ G-20 ଲୋଗୋ ଏବଂ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ରହିଥିବାରୁ ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି । ଅଧିକ ପଢ଼ନ୍ତୁ

CEOଙ୍କୁ ଭେଟିଲା ବିଜେଡି
CEOଙ୍କୁ ଭେଟିଲା ବିଜେଡି
author img

By

Published : May 7, 2023, 10:01 PM IST

CEOଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର: ପାଖେଇ ଆସିଲା ଝାରସୁଗୁଡ଼ା ଉପନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ନିକଟରେ ଆଉ ମାତ୍ର କିଛିଦିନର ସମୟ । ତେବେ ଏହାରି ଭିତରେ ବିଜେପି ଓ ବିଜେଡି ପରସ୍ପର ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ଜାରି ରଖିଛନ୍ତି । ରବିବାର ମଧ୍ୟ ଦୁଇଟି ସଙ୍ଗୀନ ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡିର ପ୍ରତିନିଧି ମଣ୍ଡଳୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିବା ପୋଷ୍ଟରରେ ଜି-20 ଲୋଗୋ ଏବଂ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ରହିଛି, ଯାହାକି ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଘନ କରୁଛି ବୋଲି ଅଭିଯୋଗ କରିଛି ଦଳ । ଉପନିର୍ବାଚନରେ ପରାଜୟ ନିଶ୍ଚିତ ଜାଣି ବିଜେପି ହିଂସାତ୍ମକ ପନ୍ଥା ଅବଲମ୍ବନ କରିବା ସହ ବିଜେଡି ସମର୍ଥକଙ୍କୁ ଆକ୍ରମଣ କରୁଛି ବୋଲି ଅଭିଯୋଗ କରି ମଧ୍ୟ ଆଣିଛି ଏହି ପ୍ରତିନିଧି ମଣ୍ଡଳୀ ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରିଟ୍ବିଟ୍‌ କରିଥିବା ଏକ ପୋଷ୍ଟର ଏବଂ ସେ ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିବା ପୋଷ୍ଟରରେ G-20 ଲୋଗୋ ଏବଂ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ରହିଛି । ଯାହା କି ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଘନ କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ଏନେଇ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଚନ୍ତି, "ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଏପରି କରିଛନ୍ତି । ବିଜେପି ଅଭ୍ୟାସଗତ ଭାବେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଛି । ରାତିରେ ପ୍ରଚାର କରି ଲୋକଙ୍କୁ ଭୟଭୀତ କରି ଗୁଣ୍ଡାଗର୍ଦ୍ଦି କରୁଛି । କ୍ରମାଗତ ଭାବେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଛି ବିଜେପି । କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏପରି ଆଶା କରାଯାଉନାହିଁ । G-20 ଓ ଆଜାଦୀ କା ଅମୃତ ମହୋତ୍ସବ ଲୋଗୋ ଲାଗିଥିବା ପୋଷ୍ଟରକୁ କେନ୍ଦ୍ରମନ୍ତ୍ରୀ ଟ୍ବିଟ କରିବା ଆଶ୍ଚର୍ଯ୍ୟଜନକ । ତେଣୁ ଆମେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିବା ନେଇ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ ।"

ସେହିଭଳି ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ମଧ୍ୟ ଆଦର୍ଶ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଛି ବିଜେଡି । ଏନେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, "ପ୍ରଚାର ସମୟ ପରେ ମଧ୍ୟ ରାତି ଗୋଟାଏ ସମୟରେ ଝାରସୁଗୁଡ଼ା ଲଳିତ ହେରିଟେଜ ସାମ୍ନା ସାମସଙ୍ଗ ଛକରେ ସମର୍ଥକଙ୍କୁ ଧରି ବିଜେପି ପ୍ରାର୍ଥୀ ପ୍ରଚାର କରୁଥିବା ଭିଡିଓ ହସ୍ତଗତ ହୋଇଛି । ବିଜେପି ପ୍ରାର୍ଥୀ ଟଙ୍କଧର ଓ ତାଙ୍କ ସମର୍ଥକ ପ୍ରଚାର ସାରି ବିଜେଡି ସମର୍ଥକ ଶୁଭମ ଶଙ୍କରଙ୍କ ଗାଡି ଅଟକାଇ ତାଙ୍କ ଗାଡିକୁ ଢେଲା ମାଡ଼ କରିବା ସହ ଧମକ ଦେଲେ । ଅସ୍ରାବ୍ୟ ଭାଷାରେ ଗାଳି ଗୁଲଜ କଲେ । ଏନେଇ ସେ ସ୍ଥାନୀୟ ଥାନାରେ ଟଙ୍କଧର ଓ ତାଙ୍କ ସମର୍ଥକଙ୍କ ନାମରେ ଅଭିଯୋଗ କରିଛନ୍ତି ।" ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କପି ଦାଖଲ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି ପ୍ରତିନିଧି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.