ETV Bharat / state

ଝାରସୁଗୁଡା ବ୍ୟାଟେଲ: ଅନ୍ଧାରୀ ବିଜେ କରୁଛନ୍ତି ଟଙ୍କଧର, ସିଇଓଙ୍କୁ ଫେରାଦ ହେଲା ବିଜେଡି

author img

By

Published : May 6, 2023, 9:54 PM IST

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଅନ୍ଧାରୀ ବିଜେ କରୁଥିବା ଅଭିଯୋଗ ଆଣିଛି ଶାସକ ଦଳ । ବିଳମ୍ବିତ ରାତିରେ ପ୍ରଚାର କରୁଥିବାରୁ ବିଜେପି ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଅଧିକ ପଢ଼ନ୍ତୁ

ବିଜେପି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜାରି ରହିଛି ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି । ପ୍ରତିଦିନ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ଉଭୟ ଦଳ ପରସ୍ପର ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟୁଛନ୍ତି । ଏହାରି ମଧ୍ୟରେ ଆଜି ପୁଣି ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଝାରସୁଗୁଡାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଅନ୍ଧାରୀ ବିଜେ କରୁଥିବା ଅଭିଯୋଗ ଆଣିଛି ଶାସକ ଦଳ । ଦଳ ବଳ ନେଇ ଟଙ୍କଧର ବିଳମ୍ବିତ ରାତିରେ ପ୍ରଚାର କରୁଥିବାରୁ ବିଜେପି ବିରୋଧରେ ନିର୍ବାଚନ ଅଦର୍ଶ ଆଚରଣ ବିଧି ଭାଙ୍ଗୁଥିବା ଅଭିଯୋଗ ଆଣି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ବିଜେଡି ପ୍ୟାନେଲିଷ୍ଟ ଇପ୍ସିତା ସାହୁ କହିଛନ୍ତି, "ରାତି ଅଧରେ ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ । ନିର୍ବାଚନ ଆଚରଣ ବିଧି ଅନୁସାରେ ରାତି ୧୦ଟା ପରେ ପ୍ରଚାର ମନା । ମାତ୍ର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତକାଲି ରାତି ୧ରୁ ୨ଟା ମଧ୍ୟରେ ଲଳିତ ହେରିଟେଜ ନିକଟ ସାମସଙ୍ଗ ଛକରେ ସହଯୋଗୀଙ୍କ ସହିତ ପ୍ରଚାର କରିଥିଲେ । ଏହି ସମୟରେ ମାଇକ୍ରୋଫୋନ ମଧ୍ୟ ବ୍ୟବହାର କରିଥିଲେ । ଯାହାର ଭିଡିଓ ଫୁଟେଜକୁ ସିଇଓଙ୍କ ନିକଟରେ ଦାଖଲ କରିଛୁ । ଝାରସୁଗୁଡାରେ ଏକତରଫା ନିର୍ବାଚନ ହେବ । ଏଥିରେ ବିଜେଡି ବିଜୟୀ ହେବ । ଏହା ବିଜେପି ଜାଣିସାରିଲାଣି । ପଦ୍ମପୁର ପରି ଝାରସୁଗୁଡାରେ ମଧ୍ୟ ଶୋଚନୀୟ ପରାଜୟ ବରଣ କରିବ ବିଜେପି । ସେଭଳି ଡର ଓ ଭୟ ଏବେ ବିଜେପିକୁ ଘାରିଛି । ସେଥିପାଇଁ ଏବେ ଖୁଲମଖୁଲା ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି ବିଜେପି ପ୍ରାର୍ଥୀ ।"

ସେ ଆହୁରି ମଧ୍ୟ କହିଛନ୍ତି, "କେବଳ ଏତିକି ନୁହେଁ, ବିଜେପି ପ୍ରାର୍ଥୀଙ୍କ ନାଁରେ ସର୍ବାଧିକ ଅପରାଧିକ ମାମଲା ରହିଛି । ତେଣୁ କିଛି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଲାଗି ଆମେ ସିଇଓଙ୍କୁ ଅନୁରୋଧ କରିଛୁ । କାରଣ ଓଡ଼ିଶା ଶାନ୍ତିରେ ବିଶ୍ବାସ କରେ । ଓଡ଼ିଶାରେ ଅବାଧ, ନିରପେକ୍ଷ ନିର୍ବାଚନ ହେବା ଆବଶ୍ୟକ । ତେଣୁ ନିର୍ବାଚନ କମିଶନରଙ୍କୁ ଭେଟି ଏ ବାବଦରେ ଅନୁରୋଧ କରିଥିଲୁ । ଏ ଦିଗରେ ଦୃଷ୍ଟି ଦେବାକୁ ସିଇଓ ଆମକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।" ତେବେ ବିଜେଡି ପ୍ରତିନିଧି ଦଳରେ ଲେନିନ ମହାନ୍ତି, ଅମିତ ମଲ୍ଲିକ, ତୁମ୍ବାନାଥ ପଣ୍ଡା, ମଧୁସ୍ମିତା ନାୟକ ଓ ଡଃ ପ୍ରିୟବ୍ରତ ମାଝୀ ପ୍ରମୁଖ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.