ETV Bharat / state

5T ସଚିବଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ, ସୌମ୍ୟଙ୍କୁ ଦଳୀୟ ନେତାଙ୍କ କଟାକ୍ଷ

author img

By ETV Bharat Odisha Team

Published : Sep 10, 2023, 5:30 PM IST

ବିଜେଡି ପାଇଁ କାଳ ସାଜିଲା ସୌମ୍ୟ କଣ୍ଟା । ମୁଖ୍ୟମନ୍ତ୍ରୀ ପ୍ରତି 15 ଦିନରେ ମତ ପରିବର୍ତ୍ତନ କରନ୍ତି ବୋଲି କଟାକ୍ଷ କରିବା ପରେ ଏବେ ସୌମ୍ୟଙ୍କୁ ଘେରିଛନ୍ତି ଶାସକ ଦଳର ନେତାଗଣ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
5T ସଚିବଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ

ଭୁବନେଶ୍ବର: ନିଜ ଜନ୍ମଦିବସ ସମ୍ପାଦକୀୟରେ 5ଟି ସଚିବଙ୍କୁ ଘେରିବା ପରେ ଏବେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପ୍ରତି 15 ଦିନରେ ମତ ପରିବର୍ତ୍ତନ କରନ୍ତି ବୋଲି କଟାକ୍ଷ କରିବା ପରେ ଏବେ ସୌମ୍ୟଙ୍କୁ ଘେରିଛନ୍ତି ଶାସକ ଦଳର ନେତାଗଣ । ସୌମ୍ୟ ବାବୁ ଦଳୀୟ ଅନୁଶାସନ ଭଙ୍ଗ କରୁଛନ୍ତି, ଯଦି ଲେଖିବାର ଅଛି ଦଳ ଛାଡ଼ି ଲେଖନ୍ତୁ ବୋଲି ବିଜେଡି ନେତାମାନେ କହିଛନ୍ତି ।

5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ସୌମ୍ୟ ଯେଉଁଭଳି ଟିପ୍ପଣୀ ଦେଇ ଆସୁଛନ୍ତି ତାକୁ ଶାସକ ଦଳର ନେତାମାନେ ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ପ୍ରଥମେ ଖଣ୍ଡପଡ଼ା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ସୌମ୍ୟଙ୍କୁ କଟୁ ସମାଲୋଚନା କରୁଥିଲେ । ପରେ ନୟାଗଡ଼ ଜିଲ୍ଲାରୁ ସୌମ୍ୟଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଲା। ନୟାଗଡ଼ ବିଧାୟକ ଅରୁଣ ସାହୁ 2 ଦିନ ତଳେ ସୌମ୍ୟଙ୍କୁ ଟାର୍ଗେଟ କରିଥିଲେ । ଏପରିକି ଶାସକ ଦଳର ମନ୍ତ୍ରୀ ମଧ୍ୟ ସୌମ୍ୟଙ୍କୁ ବିରୋଧ କଲେଣି । ସୌମ୍ୟଙ୍କ କଥା ଓଡ଼ିଶାବାସୀ ଜାଣିଛନ୍ତି ବୋଲି ଆଜି ବିଜେଡି ସାଂସଦ କହିବା ପରେ ସୌମ୍ୟ ଏବେ ଦଳୀୟ ଚାପର ସମ୍ମୁଖୀନ ହେଉଥିବା ସ୍ପଷ୍ଟ ହେଉଛି ।

ଏହା ବି ପଢନ୍ତୁ: ଅରୁଣ କହିଲେ ସରକାରକୁ ବ୍ଲାକମେଲ କରୁଛନ୍ତି ସୌମ୍ୟ, ଏମିତି ଜବାବ ଦେଲେ ଖଣ୍ଡପଡା ବିଧାୟକ

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସମାଲୋଚନା କରି କହିଛନ୍ତି, "ସୌମ୍ୟରଞ୍ଜନ ପଟ୍ଟନାୟକ କଣ ସମସ୍ତେ ଜାଣିଛନ୍ତି । ତାଙ୍କ ଆଭିମୁଖ୍ୟ କଣ ସମସ୍ତେ ଜାଣିଛନ୍ତି । ଏଭଳି କଣ ପାଇଁ କରୁଛନ୍ତି ତାହା ମଧ୍ୟ ସମସ୍ତେ ଜାଣିଛନ୍ତି । ସେ କିଭଳି ଭାବେ ଦଳରେ ରହି ଦଳକୁ ବଦନାମ କରୁଛନ୍ତି ? ଏହା ଗ୍ରହଣୀୟ ନୁହେଁ କି ଓଡ଼ିଶାବାସୀ ଏହାକୁ ଗ୍ରହଣ କରିବେନି।" 5ଟି ସଚିବ, ବିଜେଡି ଦଳ, ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକଳାପ ଏବଂ ସର୍ବୋପରି ଜଣେ ସରକାରୀ ଅଧିକାରୀ ହେଲିକପ୍ଟରରେ ବ୍ୟୟବହୁଳ ଗସ୍ତ କରି ରାଜନୀତି କରିବାକୁ ଓଡ଼ିଶାବାସୀଙ୍କ ସାମ୍ନାରେ ଦଳରୁ ବିରୋଧ କରି ଆସୁଥିବା ବରିଷ୍ଠ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ କଂଗ୍ରେସ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି ।

ଏହା ବି ପଢନ୍ତୁ- ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ, ଦଳ ଛାଡ଼ିବିନି: ସୌମ୍ୟ

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ସୌମ୍ୟ ଯେଉଁ ଲେଖା ଲେଖୁଛନ୍ତି ତାହା ସତ୍ୟ । ଯେଉଁ ଅର୍ଥ ବ୍ୟୟ କରି 5ଟି ସଚିବ ବୁଲୁଛନ୍ତି ତାହା ଗରିବ ଜନସାଧାରଣଙ୍କ ଅର୍ଥ, ଦଳିତ ଆଦିବାସୀର ଅର୍ଥ, ସାଧାରଣ ମଣିଷର ଅର୍ଥ । ତେଣୁ ତାକୁ ଏଭଳି ଅପବ୍ୟୟ କରିବାକୁ କଂଗ୍ରେସ ଦୃଢ଼ ବିରୋଧ କରୁଛି । ସାରା ରାଜ୍ୟବ୍ୟାପୀ ଏହାର ତୀବ୍ର ବିରୋଧ କରିବ କଂଗ୍ରେସ । ଘର ଘର କଂଗ୍ରେସ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରତି ଜନସାଧାରଣଙ୍କୁ ଏ ବିଷୟରେ ଅବଗତ କରାଇବ ।"

ସୌମ୍ୟଙ୍କ ମନ୍ତବ୍ୟକୁ ଦଳବିରୋଧୀ କହୁଥିବା ବିଜେଡି ନେତା ଓ ମନ୍ତ୍ରୀମାନେ ସୌମ୍ୟଙ୍କୁ ଖୋଲାଖୋଲି କାଉଣ୍ଟର କରିବା ପରେ ସୌମ୍ୟ ପଟ୍ଟନାୟକଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବିଜେଡି ମୁଖିଆ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.