ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ବିଜେପି ଇର୍ଷାନ୍ଵିତ: ବିଜେଡି

author img

By ETV Bharat Odisha Team

Published : Dec 21, 2023, 10:16 PM IST

Updated : Dec 21, 2023, 10:55 PM IST

BJD on Youtuber Kamiya Jani controversy: ଶ୍ରୀମନ୍ଦିରରେ ପାଣ୍ଡିଆନ ଓ ୟୁଟ୍ୟୁବର କାମିଆ ଜାନିଙ୍କ ଭିଡ଼ିଓ ବିବାଦ ପ୍ରସଙ୍ଗ । ବିଜେପିକୁ କାଉଣ୍ଟର କଲା ବିଜେଡି । ଅଧିକ ପଢନ୍ତୁ

BJD on Youtuber Kamia Jani controversy
BJD on Youtuber Kamia Jani controversy

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ବିଜେପି ଇର୍ଷାନ୍ଵିତ: ବିଜେଡି

ଭୁବନେଶ୍ବର: ଶ୍ରୀମନ୍ଦିରରେ ୟୁଟ୍ୟୁବର କାମିଆ ଜାନିଙ୍କ ଭିଡିଓକୁ ରାଜ୍ୟ ରାଜନୀତି ସରଗରମ । ଗୋମାଂସ ଭକ୍ଷଣ କରିଥିବା ମହିଳାଙ୍କୁ ଶ୍ରୀମନ୍ଦିରକୁ ନେଇ କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘତ ପହଞ୍ଚାଇଥିବା ନେଇ ବିଜେପି ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ମହାପ୍ରଭୁଙ୍କ କାମରେ ବିଜେପିର ହୀନ ରାଜନୀତିକୁ ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେଡି ମୁଖପାତ୍ର ଇପସିତା ସାହୁ, ସ୍ବୟଂପ୍ରକାଶ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ଏନେଇ ବିଜେଡି କହିଛି, "ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇନଥିଲା । ରାଧାବଲ୍ଲଭ ମଠରେ ହୋଇଥିଲା ପ୍ରସାଦ ସେବନ । ମାତ୍ର ଓଡ଼ିଶାର ଗୌରବମୟ ଇତିହାସରେ ଇର୍ଷାନ୍ବିତ ହୋଇ ବଦନାମ ପାଇଁ ପ୍ରୟାସ କରୁଛି ବିଜେପି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିଜେପି ନେତାମାନେ ଇର୍ଷାନ୍ଵିତ l ତାଙ୍କ ମନରେ ଅସହିଷ୍ଣୁତା ଭାବ ଭରି ରହିଛି l ମନ୍ଦିର ପରିକ୍ରମା ପ୍ରକଳ୍ପ ଅଟକାଇବା ପଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତି l ଯେବେ ସମସ୍ତ ଦଳ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ଫେରୁଥିଲେ ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ରେ ଅଣ୍ଡା ମାଡ କରିଥିଲେ l ସେମାନଙ୍କ ହୀନମନ୍ୟତା ପ୍ରକାଶ କରିଥିଲେ ।"

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ପାଣ୍ଡିଆନ ଓ କାମିଆ ଜାନିଙ୍କ ଭିଡିଓ ବିବାଦ, ଉଭୟଙ୍କ ଗିରଫଦାରୀ ଦାବି କଲା ବିଜେପି

ବିଜେଡି ମୁଖପାତ୍ର ସ୍ଵୟଂ ପ୍ରକାଶ ମହାପାତ୍ର ଏନେଇ କହିଛନ୍ତି, "ଓଡିଶାର ପ୍ରଶଂସା ସେମାନେ ସହିପାରନ୍ତି ନାହିଁ । ଓଡ଼ିଶାର ପ୍ରଶଂସା ବିଜେପିର ବଦ ହଜମି କରୁଛି । ଓଡ଼ିଶାକୁ କିପରି ବଦନାମ କରାଯାଇପାରିବ ତାହାର ଆଜି ସ୍ପଷ୍ଟ ଉଦାହରଣ ସାମ୍ନାକୁ ଆସିଛି । ବିଜେପି ଗୋଟେ ଭିଡିଓ ଆଣି ପ୍ରେସମିଟ କରିଛି ତାର କୌଣସି ସତ୍ୟାସତ୍ୟ ନାହିଁ । ସତ୍ୟାସତ୍ୟ ପାଇଁ ପ୍ରମାଣ ମାଗିଲୁ ତାହା ମଧ୍ୟ ଦେଇ ପାରିବେ ନାହିଁ । ବାସ୍ତବିକ ଭାବେ ପୁରୀ ମନ୍ଦିର ଭିତରେ ପ୍ରସାଦ ସେବନ କରାଯାଇ ନାହିଁ । ରାଧାମୋହନ ମଠରେ କରାଯାଇଛି । ତାଙ୍କୁ ଜଗନ୍ନାଥ ଓ ଓଡ଼ିଶାବାସୀ କ୍ଷମା ଦେବେନି । ସେମାନେ ଭୁଲିଯାଇଛନ୍ତି ଯେ ଓଡ଼ିଶାବାସୀ ସବୁ ଦେଖୁଛନ୍ତି । ସେମାନେ ସଫଳ ହୋଇପାରିବେ ନାହିଁ । ମହାପ୍ରଭୁଙ୍କ ଇଚ୍ଛା ବିନା ପତ୍ର ହଲେ ନାହିଁ । ରାଜ୍ୟ ଗୌରବାନ୍ବିତ ହେଉଛି ବିଜେପି ଓଡ଼ିଶା ଶାଖା ନେତାଙ୍କୁ ଏହା ଭଲ ଲାଗୁନି ।"

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆରମ୍ଭରୁ ହିଁ ବିଜେପି ବିରୋଧ କରିଆସୁଛି । ମହାପ୍ରଭୁଙ୍କ କାମ ଅଟକାଇବାକୁ ପ୍ରତି ମୁହୂର୍ତ୍ତରେ ଷଡ଼ଯନ୍ତ୍ର କରିଛନ୍ତି ବିଜେପି ନେତା । ପ୍ରକଳ୍ପ ଶିଳାନ୍ୟାସ ଦିନ ହିଁ ବିଜେପି ତାର ବିକାଶ ବିରୋଧୀ ଆଭିମୁଖ୍ୟ ଦେଖାଇଥିଲା । ପ୍ରତି ସମୟରେ ମହାପ୍ରଭୁଙ୍କ କାମ ଅଟକାଇବାକୁ ବିଜେପି ଉଦ୍ୟମ କରିଛି ବୋଲି ବିଜେଡି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 21, 2023, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.